ଟାଇଗର ଶ୍ରଫଙ୍କ ଭଉଣୀ କ୍ରିଷ୍ଣାଙ୍କ ବୋଲ୍ଡ ଫଟୋ ଦେଖି ଆଶ୍ଚର୍ଯ୍ୟ ହେଲେ ଦିଶା ପଟାନୀ, କହିଲେ ବାଃ ବାଃ

ଫିଟ୍ ରହିବାକୁ ବେଶ୍ ଭଲ ପାଆନ୍ତି ଜ୍ୟାକି ଶ୍ରଫଙ୍କ ଝିଅ ତଥା ଟାଇଗର ଶ୍ରଫଙ୍କ ଭଉଣୀ କ୍ରିଷ୍ଣା ଶ୍ରଫ୍ । ଭାଇଙ୍କ ଠାରୁ ଫିଟ୍ ରହିବା ପାଇଁ ପ୍ରେରଣା ପାଆନ୍ତି ସେ । ୱାର୍କଆଉଟ୍ କରିବା ସହ ନିଜ ଡାଏଟ୍ ଉପରେ ରଖନ୍ତି ଖୁବ୍ ଧ୍ୟାନ ।

ଟପଲେସ୍ ଫଟୋସୁଟ କଲେ ଟାଇଗର ଶ୍ରଫଙ୍କ ଭଉଣୀ କ୍ରିଷ୍ଣା ଶ୍ରଫ୍

ଟପଲେସ୍ ଫଟୋସୁଟ କଲେ ଟାଇଗର ଶ୍ରଫଙ୍କ ଭଉଣୀ କ୍ରିଷ୍ଣା ଶ୍ରଫ୍

  • Share this:
New18 Odia Digital

ମୁମ୍ବାଇ: ନିଜ ଫିଟନେସ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡର ଆକ୍ସନ ଷ୍ଟାର୍ ଟାଇଗର ଶ୍ରଫଙ୍କ (Tiger Shroff) ଭଉଣୀ କ୍ରିଷ୍ଣା ଶ୍ରଫ (Krishna Shroff) ପୁଣି ଥରେ ଫ୍ୟାନ୍ସଙ୍କୁ ଦିୱାନା କରିଛନ୍ତି । ଏଥର ସେ ନିଜର ବୋଲ୍ଡ ଅବତାରର ଫଟୋ ସୋସିଆଲ ମିଡ଼ିଆରେ ଶେୟାର କରି ଚର୍ଚ୍ଚାରେ । ନିକଟରେ ସେ ଏକ ଲୋକପ୍ରିୟ ମ୍ୟାଗାଜିନ୍ ‘ଏଚ୍ ଆଣ୍ଡ ଏଚ୍’ (H & H) କଭର୍ ପେଜ୍ ପାଇଁ ବୋଲ୍ଡ ଫଟୋସୁଟ କରିଥିଲେ, ଯାହାର ଫଟୋ ସେ ଶେୟାର କରିଛନ୍ତି ।

ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି କ୍ରିଷ୍ଣାଙ୍କ ଏହି ଇନଷ୍ଟାଗ୍ରାମ ପୋଷ୍ଟ  । କେଭିନ୍ ନ୍ୟୁନ୍ସଙ୍କ ଦ୍ବାରା ସୁଟ୍ ହୋଇଥିବା ଏହି ଫଟୋରେ କ୍ରିଷ୍ଣା ଟପଲେସ୍ (Topless) ନଜର ଆସୁଛନ୍ତି ।

ତାଙ୍କ ଫଟୋ ଦେଖି ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀ ମଧ୍ୟ ବେଶ୍ ପ୍ରଶଂସା କରିଛନ୍ତି  । ସେ ‘ଇନସେନ୍ ଦ୍ୟାଟ୍ ବଡି’ (Insane that body) କମେଣ୍ଟରେ ଲେଖିବା ସହ ଫାୟାର ଇମୋଜି ଦେଇଛନ୍ତି ।




ଦିଶା ଅଭିନେତା ଟାଇଗର ଶ୍ରଫଙ୍କୁ ଡେଟ୍ କରୁଥିବା ବେଳେ ତାଙ୍କ ଭଉଣୀ କ୍ରିଷ୍ଣାଙ୍କ ଭଲ ବନ୍ଧୁ ମଧ୍ୟ । ପୂର୍ବରୁ ଅନେକ ଥର ସେ କ୍ରିଷ୍ଣାଙ୍କ ଫଟୋରେ କମେଣ୍ଟ କରିସାରିଛନ୍ତି  ।

ନିକଟରେ ଫିଟନେସ୍ ମୋଟିଭେସନ୍ ବିଷୟରେ ଆଲୋଚନା କରି କ୍ରିଷ୍ଣା କହିଥିଲେ ଯେ ସେ ନିଜ ଭାଇ ଟାଇଗରଙ୍କ ଠାରୁ ଫିଟ୍ ରହିବା ପାଇଁ ପ୍ରେରଣା ପାଉଛନ୍ତି । ସବୁବେଳେ ୱାର୍କଆଉଟ୍ କରି ନିଜକୁ ଫିଟ୍ ରଖିବା ସହ ନିଜ ଡାଏଟ୍ ଉପରେ ଖୁବ୍ ରଖନ୍ତି ଧ୍ୟାନ।
Published by:Lipina Das
First published: