ଟାଇଗର୍ ଶ୍ରଫ୍‌ଙ୍କୁ କାନ୍ଧରେ ଉଠାଇ ପୋଜ୍ ଦେଉଥିଲେ କୃଷ୍ଣା ଶ୍ରଫ୍, ବ୍ୟାଲେନ୍ସ ବିଗିଡ଼ିଲା… VIDEO

ଗୋଟିଏ ଭିଡିଓରେ ଦେଖାଯାଇଛି ଟାଇଗର ଶ୍ରଫଙ୍କୁ କାନ୍ଧରେ ଉଠାଇ ଧରିଥିବା ବେଳେ କୃଷ୍ଣା ଶ୍ରଫଙ୍କ ଭାରସାମ୍ୟ ବିଗି଼ଡ଼ିଯାଉଛି । ଆଉ ଏକ ଭିଡିଓରେ ଟାଇଗର ଶ୍ରଫ କ୍ରିଷ୍ଣାଙ୍କୁ କିକ୍ ମାରିବା ଶିଖାଉଥିବାର ଦେଖାଯାଇଛନ୍ତି ।

ଟାଇଗର୍ ଶ୍ରଫ୍‌ଙ୍କୁ କାନ୍ଧରେ ଉଠାଇ ପୋଜ୍ ଦେଉଥିଲେ କୃଷ୍ଣା ଶ୍ରଫ୍, ବ୍ୟାଲେନ୍ସ ବିଗିଡ଼ିଲା… VIDEO
ଟାଇଗର ଓ କ୍ରିଷ୍ଣାଙ୍କ ଭିଡିଓରୁ ଏକ ଦୃଶ୍ୟ
  • News18 Odia
  • Last Updated: March 26, 2021, 1:45 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବଲିଉଡର (Bollywood) ପ୍ରସିଦ୍ଧ ଅଭିନେତା ଟାଇଗର ଶ୍ରଫ୍ (Tiger Shroff) ନିଜ ଅଭିନୟ ତଥା ଫିଟନେସ୍ ପାଇଁ ଜଣାଶୁଣା । ସେ ପ୍ରାୟତଃ ସୋସିଆଲ୍‌ ମିଡି଼ଆରେ ନିଜର ବ୍ୟାୟାମ ଓ ଷ୍ଟଣ୍ଟ୍‌ ଭିଡିଓ ଶେୟାର୍‌ କରନ୍ତି । ତାଙ୍କ ଭଉଣୀ କୃଷ୍ଣା ଶ୍ରଫ୍‌ (Krishna Shroff) ବି ଫିଟନେସ ମାମଲାରେ ସବୁ ବେଳେ ଆଗରେ ଥାଆନ୍ତି । ସେ ନିଜ ସୋସିଆଲ୍‌ ମିଡ଼ିଆ ଆକାଉଣ୍ଟରେ ଜିମ୍ ଭିଡିଓ ଓ ଫଟୋ ଶେୟାର୍‌ କରୁଥିବା ଦେଖାଯାଏ । ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧନ ଯେ ବହୁତ ଭଲ ତାହା ସେମାନଙ୍କର ଏବେ ଭାଇରାଲ୍ ହେଉଥିବା ଏକ ଭିଡିଓରୁ ଜାଣିହେବ ।

କୃଷ୍ଣା ଶ୍ରଫ୍‌ ଏହି ଭିଡିଓ ଓ ଫଟୋଗୁଡ଼ିକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର୍‌ କରିଥିଲେ, ହେଲେ ପରେ ସେ ଏହି ପୋଷ୍ଟକୁ ଡିଲିଟ କରିଦେଇଥିଲେ । କିନ୍ତୁ ତାଙ୍କର ଫ୍ୟାନ୍ ପେଜ୍ କୃଷ୍ଣା ଓ ଟାଇଗରଙ୍କ ଏହି ଭିଡିଓ ଓ ଫଟୋକୁ ସୋସିଆଲ୍ ମିଡିଆରେ ଶେୟାର କରିଛନ୍ତି । ଗୋଟିଏ ଫଟୋରେ କୃଷ୍ଣା ନିଜ ଭାଇ ଟାଇଗର ଶ୍ରଫଙ୍କୁ (Tiger Shroff) ନିଜ କାନ୍ଧରେ ଉଠାଇ ପୋଜ୍ ଦେଉଥିବା ଓ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଥିଲା ।

ଏଇଠି ଦେଖନ୍ତୁ ସେହି ଭିଡିଓ:




ଏହି ଫଟୋ ସହ ଜଡିତ ଭିଡିଓରେ ଦେଖାଯାଇଥିଲା ଯେ ଟାଇଗରଙ୍କୁ କାନ୍ଧରେ ଉଠାଇ ଧରିଥିବା ବେଳେ କୃଷ୍ଣା ଶ୍ରଫଙ୍କ ଭାରସାମ୍ୟ ବିଗି଼ଡ଼ିଯାଇଥିଲା ଓ ସେ ଟିକିଏ ଚିତ୍କାର କରିଥିଲେ । ତଥାପି ଉଭୟ ପଡ଼ିଯିବାରୁ ରକ୍ଷା ପାଇଯାଇଥିଲେ । ଆଉ ଏକ ଭିଡିଓରେ ଟାଇଗର ଶ୍ରଫ ନିଜ ଭଉଣୀଙ୍କୁ କିକ୍ ମାରିବା ଶିଖାଉଥିବାର ନଜର ଆସିଛନ୍ତି ।

ଏଇଠି ଦେଖନ୍ତୁ ସେହି ଭିଡିଓ:




କୃଷ୍ଣା ଶ୍ରଫ ଓ ଟାଇଗର ଶ୍ରଫଙ୍କ ଏମିତି ମଜା କରୁଥିବା ଦୃଶ୍ୟକୁ ସେମାନଙ୍କ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରିଛନ୍ତି । ଟାଇଗର ଶ୍ରଫ ଖୁବ୍‌ ଶୀଘ୍ର ଫିଲ୍ମ 'ଗଣପତ'ରେ ନଜର ଆସିବେ । ତାଙ୍କ ସହ ଏହି ଚଳଚ୍ଚିତ୍ରରେ କ୍ରିତି ସାନନ୍ (Kriti Shanoon) ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମର ମୋସନ ପୋଷ୍ଟ କିଛି ଦିନ ପୂର୍ବରୁ ମୁକ୍ତିଲାଭ କରିଥିଲା । ଏହା ଲୋକଙ୍କ ଉତ୍ସାହକୁ ବଢ଼ାଇ ଦେଇଥିଲା ।



ଏହା ପୂର୍ବରୁ ଟାଇଗର ଶ୍ରଫ୍ ‘ବାଗୀ’ ଫିଲ୍ମରେ ଅଭିନୟ କରିଥିଲେ ।
Published by: Anand Shankar Thankur Das
First published: March 24, 2021, 11:29 PM IST