କୋଟା: ପୂର୍ବତନ କ୍ରିକେଟର ଅଜହରୁଦ୍ଦିନଙ୍କ ଚଳନ୍ତା କାରରୁ ବାହାରିଗଲା ଟାୟାର; ଅନିୟନ୍ତ୍ରିତ ହୋଇ ଢ଼ାବାରେ ପଶିଲେ

ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ମହମ୍ମଦ ଅଜହରୁଦ୍ଦିନଙ୍କ (Mohammad Azharuddin) ଚଳନ୍ତା କାରରୁ ଟାୟାର ବାହାରିଯିବା କାରଣରୁ ତାଙ୍କ କାର ଓଲଟି ପଡ଼ିଛି । ତେବେ ସେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

କୋଟା: ପୂର୍ବତନ କ୍ରିକେଟର ଅଜହରୁଦ୍ଦିନଙ୍କ ଚଳନ୍ତା କାରରୁ ବାହାରିଗଲା ଟାୟାର; ଅନିୟନ୍ତ୍ରିତ ହୋଇ ଢ଼ାବାରେ ପଶିଲେ
ପୂର୍ବତନ କ୍ରିକେଟର ଅଜହରୁଦ୍ଦିନଙ୍କ ଚଳନ୍ତା କାରରୁ ବାହାରିଗଲା ଟାୟାର
  • News18 Odia
  • Last Updated: December 30, 2020, 6:02 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
କୋଟା: ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ମହମ୍ମଦ ଅଜହରୁଦ୍ଦିନଙ୍କ (Mohammad Azharuddin) ଗାଡି କୋଟାରେ ଓଲଟି ଯାଇଥିବାର ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । କୋଟା ମେଗା ରାଜପଥରେ ଥିବା ସୁରୱାଲ ପୋଲିସ ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି । ତେବେ ସେ ଏହି ଘଟଣାରୁ ଅଳ୍ପକେ ବଞ୍ଚି ଯାଇଛନ୍ତି । ଖବର ଅନୁସାରେ ଭାରତର ପୂର୍ବତନ ଅଧିନାୟକ ମହମ୍ମଦ ଅଜହରୁଦ୍ଦିନ ନିଜ ପରିବାର ସହିତ ରଣଥାମ୍ବୋରକୁ ଆସୁଥିଲେ ।

ବାସ୍ତବରେ ପୂର୍ବତନ କ୍ରିକେଟର ଅଜହରୁଦ୍ଦିନଙ୍କ ଚଳନ୍ତା କାରରୁ ଟାୟାର ବାହାରି ଯାଇଥିଲା । ଏହି କାରଣରୁ ଗାଡିଟି ଅନିୟନ୍ତ୍ରିତ ହୋଇ ସେଠାରେ ରାସ୍ତା କଡ଼ରେ ଥିବା ଏକ ଢ଼ାବାରେ ପଶିଯାଇଥିଲା । ଏହି ଦୁର୍ଘଟଣାରେ ଅଜହରୁଦ୍ଦିନ ଓ ତାଙ୍କ ପରିବାର କୌଣସି ଆଘାତ ହୋଇ ନାହାନ୍ତି । କିନ୍ତୁ ଢ଼ାବାରେ କାମ କରୁଥିବା ଚାଳିଶ ବର୍ଷ ବୟସ୍କା ବ୍ୟକ୍ତି ଏହସାନ ଆହତ ହୋଇଛନ୍ତି । ଯାହାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହା ବି ପଢ଼ନ୍ତୁ | ବ୍ରିଟେନରେ କରୋନାକୁ ନେଇ ରାଜ୍ୟରେ ଚିନ୍ତା: ୩୪ ବର୍ଷୀୟ ଯୁବକଙ୍କ ପରେ ବର୍ଷର ଶିଶୁ ପଜି଼ଟିଭ୍

ଲାଲସୋଟ କୋଟା ମେଗା ରାଜପଥରେ ଥିବା ସୁରୱାଲ ପୋଲିସ ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି


ଅନ୍ୟ ଏକ ଗାଡ଼ିରେ ହୋଟେଲରେ ପହଞ୍ଚିଥିଲେ
ଏହି ଭୟଙ୍କର ଦୁର୍ଘଟଣା ପରେ ସେଠାରେ ଏକ ଜନସମାଗମ ହୋଇଥିଲା । କାରଟି ଖରାପ ହୋଇଯାଇଥିବା ଯୋଗୁଁ ଭାରତର ପୂର୍ବତନ ଅଧିନାୟକ ମହମ୍ମଦ ଅଜହରୁଦ୍ଦିନଙ୍କୁ ଅନ୍ୟ ଏକ ଗାଡି ସାହାଯ୍ୟରେ ହୋଟେଲକୁ ନିଆଯାଇଥିଲା । ଏଥି ସହ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି । ଆହତ ବ୍ୟକ୍ତି ଢ଼ାବାରେ କାମ କରୁଥିବା ଏହସାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହା ବି ପଢ଼ନ୍ତୁ | ସୁନ୍ଦରଗଡ଼: ନିଜ ସ୍ତ୍ରୀକୁ ହତ୍ୟା କରି ଘର ପଛ ପଟେ ପୋତିଦେଇଥିଲା; ଶବ ଉଦ୍ଧାର ହେଲା

ତେବେ ଯେଉଁ କାର ଦ୍ୱାରା ପୂର୍ବତନ କ୍ରିକେଟର ମହମ୍ମଦ ଅଜହରୁଦ୍ଦିନ ପରିବାର ସହିତ ରଣଥମ୍ବୋରକୁ ଆସୁଥିଲେ । ସେଥିରେ ଦିଲ୍ଲୀର ନମ୍ବର ଅଛି । ଏଥି ସହିତ ଏହି ଦୁର୍ଘଟଣାର ସୂଚନା ପାଇବା ପରେ ସୁରୱାଲ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମାମଲାକୁ ଯାଞ୍ଚ କରିଥିଲା ।



ଅଜହରୁଦ୍ଦିନ କେବଳ ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍ ନୁହଁନ୍ତି ବରଂ ସେ ରାଜନୀତିରେ ମଧ୍ୟ ଜଡିତ ଅଛନ୍ତି । ସେ କଂଗ୍ରେସ ପକ୍ଷରୁ ଲୋକସଭା ସାଂସଦ ହୋଇ ସାରିଛନ୍ତି ।
Published by: Jagdish Barik
First published: December 30, 2020, 5:46 PM IST
corona virus btn
corona virus btn
Loading