News18 Odia Digital
ପଶ୍ଚିମ ବଙ୍ଗର (West Bengal) ନାଦିଆ (Nadia) ଜିଲ୍ଲାରେ ରହୁଥିବା ୧୯ ବର୍ଷ ବୟସ୍କ ଯୁବକ ଇମ୍ରାନ ଶେଖ (Imran Sheikh) ପ୍ରତିଦିନ ସାଇକେଲରେ (Cycle) ୧୨୦ କିଲୋମିଟର ଯାତ୍ରା କରି ମିଠା ବିକ୍ରି କରନ୍ତି । ରାଜ୍ୟରେ କରୋନା ସଙ୍କଟ ଯୋଗୁଁ ଲୋକାଲ ଟ୍ରେନ୍ ବନ୍ଦ ରହିଛି ଓ ଏହି ପରିସ୍ଥିତିରେ ସାଇକେଲ ବ୍ୟତୀତ ଯୁବକ ପାଇଁ ଅନ୍ୟ କୌଣସି ବିକଳ୍ପ ନଥିଲା । ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଯୁବକଙ୍କୁ ଏହିପରି ପଦକ୍ଷେପ ନେବାକୁ ପଡ଼ିଥିଲା । ମୁମ୍ବାଇ ମିରରରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଇମ୍ରାନ ମିଠା ବିକ୍ରୟ ପାଇଁ ପ୍ରତିଦିନ ୭ ରୁ ୮ ଘଣ୍ଟା ଯାତ୍ରା କରିଥାନ୍ତି ।
ପଶ୍ଚିମବଙ୍ଗର ନାଦିଆ ଜିଲ୍ଲା ମିଠା ପାଇଁ ବହୁତ ପ୍ରସିଦ୍ଧ । ବିଶେଷକରି ଏଠାରେ ଥିବା ସରପୁରିଆ ମିଠା ବହୁତ ଲୋକପ୍ରିୟ । ଏହି ଯୁବକ ଜଣକ କହିଛନ୍ତି ଯେ ସେ ଲକଡାଉନ ସମୟରେ ଘରେ ବସିବାକୁ ଚାହୁଁନଥିଲେ । ଅନଲକ୍ ୧.୦ ପରେ ସେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କଲେ ଓ ଟ୍ରେନ୍ ନ ଚାଲୁଥିବା କାରଣରୁ ସେ ସାଇକେଲରେ ମିଠା ବିକ୍ରି କରିବା ଆରମ୍ଭ କରିଦେଇଥିଲେ ।
ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ବ୍ୟବସାୟୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ଗିରଫ ହେଲେ ୬ ଜଣ ମିଛ ସାମ୍ବାଦିକଇମ୍ରାନକୁ ସ୍ଥାନୀୟ ମିଠା ବିକ୍ରେତାମାନେ ଜାଣିଛନ୍ତି ଓ ତାଙ୍କ ମିଠାର ଦାମ୍ ଗୋଟେ ପିସକୁ ୫ ଟଙ୍କା ଯାହା ବଜାର ଦାମ୍ ଠାରୁ ବହୁତ କମ୍ ଅଟେ । କ୍ୟାଣ୍ଟର ଭିତରେ ରଖାଯାଇଥିବା ମିଠାକୁ ଇମ୍ରାନ ସକାଳ ୩ ଟାରେ ନେଇ ବାହାରି ପଡନ୍ତି । କୋଲକାତାରେ ମିଠା ବିକ୍ରୟ ବ୍ୟତୀତ ଇମ୍ରାନ ସେହି ଗାଁରେ ମିଠା ବିକ୍ରି କରନ୍ତି ଯାହା ତାଙ୍କ ଯିବା ଆସିବ ରାସ୍ତାରେ ପଡ଼େ । ଶେଷରେ ସକାଳ ୭ ଟାରେ କୋଲକାତାରେ ପହଞ୍ଚି ସେ ମିଠା ବିକ୍ରି କରିବା ଆରମ୍ଭ କରିଦିଅନ୍ତି ।
ପ୍ରାରମ୍ଭରେ ଇମ୍ରାନ ପ୍ରତିଦିନ ୩୦୦ ଖଣ୍ଡ ମିଠା ବିକ୍ରି କରୁଥିଲେ କିନ୍ତୁ ବର୍ତ୍ତମାନ ତାଙ୍କ ବ୍ୟବସାୟ ଦିନକୁ ୭୦୦ ଖଣ୍ଡ ମିଠାକୁ ବୃଦ୍ଧି ପାଇଛି । ଗ୍ରାହକମାନେ ତାଙ୍କଠାରୁ ଅନେକ ପ୍ରକାରର ମିଠା ମଧ୍ୟ ମାଗିଥାନ୍ତି ତେଣୁ ଇମ୍ରାନଙ୍କ ବ୍ୟବସାୟ ବହୁତ ବୃଦ୍ଧି ପାଇଛି ।
ଏହା ବି ପଢ଼ନ୍ତୁ | ଗଞ୍ଜାମରେ BEOଙ୍କ ଠାରୁ ୫୦,୦୦୦ ଟଙ୍କା ବଟି ମାଗିଲେ ୩ ସାମ୍ବାଦିକ; ପୋଲିସ ମାମଲା ରୁଜୁ କଲାଇମ୍ରାନ ବିକ୍ରୟ କରୁଥିବା ମିଠା ମଧ୍ୟରେ ରସଗୁଲା, ଗୁଲାବ ଜାମୁନ୍ ଓ ଲେଙ୍ଗଚା ପ୍ରମୁଖ ରହିଛି । ଏହା ବ୍ୟତୀତ ସେ ଏକ ଶୁଖିଲା ମିଠାଏ ଏକ ବ୍ୟାଗ ମଧ୍ୟ ନେଇଥାନ୍ତି । ଏହି ଯୁବକଙ୍କର ଅଭିଭାବକ କ୍ଷେତରେ କାମ କରନ୍ତି ଓ ମିଠା ବିକ୍ରି କରି ସେ ପରିବାରକୁ ସାହାଯ୍ୟ କରନ୍ତି । ସାଗର ଓରଫ ଇମ୍ରାନ ତାଙ୍କ ବ୍ୟବସାୟକୁ ଭଲ ପାଆନ୍ତି ତେଣୁ ଲକଡାଉନ୍ କଡାକଡି ହେବା ପରେ ସେ ଏହାକୁ ପୁଣି ଆରମ୍ଭ କରିବାକୁ ସ୍ଥିର କରିଥିଲେ ।
ଭାରତରେ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ମାର୍ଚ୍ଚ ୨୦୨୦ ରେ ସରକାରଙ୍କ ଦ୍ୱାରା ଏହି ଲକଡାଉନ୍ ଲାଗୁ କରାଯାଇଥିଲା ଓ ସମସ୍ତ ପରିବହନ ପରିବହନ ମଧ୍ୟ ବନ୍ଦ ହୋଇଯାଇଥିଲା । ଅନେକ ଲୋକଙ୍କୁ ଯାତ୍ରା ପାଇଁ ବ୍ୟକ୍ତିଗତ ଯାନ ବ୍ୟବହାର କରିବାକୁ ପଡୁଥିଲା ଓ ଇମ୍ରାନଙ୍କ ବାହନ ତାଙ୍କ ସାଇକେଲ ହିଁ ଥିଲା ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।