'ଭଟିକାନ୍ ସିଟି' ଥିମ୍ ପେଣ୍ଡାଲରେ ଦେବୀ ଦୁର୍ଗାଙ୍କୁ ସ୍ୱାଗତ କରିବେ କୋଲକାତା ବାସୀ

କୋଲକାତାର ପେଣ୍ଡାଲମାନେ ପ୍ରତିବର୍ଷ ନୂଆ ପୂଜା ଥିମ ଦେଖିବାକୁ ମିଳିଥାଏ ଏବଂ ଭକ୍ତମାନେ ସହରର ବିଭିନ୍ନ ଥିମ୍ ଦୁର୍ଗା ପୂଜାକୁ ଦେଖିବାକୁ ସାକ୍ଷୀ ହୁଅନ୍ତି। ଶ୍ରୀଭୂମି ସ୍ପୋର୍ଟିଙ୍ଗ୍‌ କ୍ଲବ୍‌’ ଚଳିତ ବର୍ଷ ‘ଭଟିକାନ୍‌ ନଗରୀ’ ଆଧାରିତ ପେଣ୍ଡାଲ୍‌ରେ ଦୁର୍ଗାପୂଜା କରିବ ବୋଲି ଘୋଷଣା କରିଛି।

ଶ୍ରୀଭୂମି ସ୍ପୋର୍ଟିଙ୍ଗ୍‌ କ୍ଲବ୍‌’

ଶ୍ରୀଭୂମି ସ୍ପୋର୍ଟିଙ୍ଗ୍‌ କ୍ଲବ୍‌’

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

କୋଲକାତା :ଦୁର୍ଗା ପୂଜା କୋଣ ଅନୁକୋଣରେ ପଶ୍ଚିମବଙ୍ଗର କୋଲକାତାରେ ଏହି ଉତ୍ସବର ପ୍ରସ୍ତୁତି ଜୋରସୋରରେ ଚାଲିଛି। କୋଲକାତାର ପେଣ୍ଡାଲମାନେ ପ୍ରତିବର୍ଷ ନୂଆ ପୂଜା ଥିମ ଦେଖିବାକୁ ମିଳିଥାଏ ଏବଂ ଭକ୍ତମାନେ ସହରର ବିଭିନ୍ନ ଥିମ୍ ଦୁର୍ଗା ପୂଜାକୁ ଦେଖିବାକୁ ସାକ୍ଷୀ ହୁଅନ୍ତି। ଶ୍ରୀଭୂମି ସ୍ପୋର୍ଟିଙ୍ଗ୍‌ କ୍ଲବ୍‌’ ଚଳିତ ବର୍ଷ ‘ଭଟିକାନ୍‌ ନଗରୀ’ ଆଧାରିତ ପେଣ୍ଡାଲ୍‌ରେ ଦୁର୍ଗାପୂଜା କରିବ ବୋଲି ଘୋଷଣା କରିଛି।

ଶ୍ରୀଭୂମି ସ୍ପୋର୍ଟିଙ୍ଗ୍‌ କ୍ଲବ୍‌’ର ସଭାପତି ସୁଜିତ ବୋଷ କହିଛନ୍ତି, ଏଥର ୫୦ତମ ବାର୍ଷିକୀ ପାଳନ କରୁଥିବା ‘ଶ୍ରୀଭୂମି ସ୍ପୋର୍ଟିଙ୍ଗ୍‌ କ୍ଲବ୍‌’ ଚଳିତ ବର୍ଷ ଭଟିକାନ୍‌ ନଗରୀରେ ଥିବା ‘ସେଣ୍ଟ୍‌ ପିଟର୍ସ ବାସିଲିକା’କୁ ଆଧାର କରି ପୂଜା ମଣ୍ଡପ ନିର୍ମାଣ କରୁଛି। ରୋମ୍‌ରେ ଥିବା ଭଟିକାନ୍‌ ନଗରୀ ଭଳି ଏହି ପେଣ୍ଡାଲ ସଜା ହେବ। ୧୦୦ଜଣ କାରିଗର ୬୦ ଦିନ ଲାଗି ଏହି ପେଣ୍ଡାଲ୍‌ ନିର୍ମାଣ କରିଛନ୍ତି। ଗତବର୍ଷ ବୁର୍ଜ ଖଲିଫା ଥିମ୍ ଥିଲା।ଜନଗହଳି ନିୟନ୍ତ୍ରଣ କରିବା ପାଇଁ ଏଥର ସବୁ ପ୍ରକାର ବନ୍ଦୋବସ୍ତ ମଧ୍ୟ କରାଯାଇଛି।
Published by:Soumyashree Mishra
First published: