ଫେସବୁକରେ ଲାଇଭ୍ ଆତ୍ମହତ୍ୟା କରୁଥିବା ମହିଳାଙ୍କ ଜୀବନ ରକ୍ଷା କଲେ କଲିକତା ଓ ଗୌହାଟି ପୋଲିସ

ଗୈାହାଟି ପୋଲିସ ମହିଳାଙ୍କ ଘରେ ପହଞ୍ଚିବା ମୁହୂର୍ତ୍ତ ପର୍ଯ୍ୟନ୍ତ ମହିଳା ନିଜ ବେଡରୁମର ଫ୍ୟାନରୁ ଝୁଲି ଆତ୍ମହତ୍ୟା କରିବା ପାଇଁ ନିଜ ବେକରେ ରଶି ଲଗାଉଥିବାର ଦୃଶ୍ୟକୁ କଲିକତା ପୋଲିସ ଅଧିକାରୀମାନେ ଦେଖିଚ଼ାଲିଥିଲେ । ଶେଷ ମୁହୂର୍ତ୍ତରେ ଗୈାହାଟି ପୋଲସ ଘଟଣାସ୍ଥଳରେ ପହଞ୍ଚି ମହିଳା ଜଣଙ୍କୁ ରକ୍ଷା କରିଥିଲେ ।

ଫେସବୁକରେ ଲାଇଭ୍ ଆତ୍ମହତ୍ୟା କରୁଥିବା ମହିଳାଙ୍କ ଜୀବନ ରକ୍ଷା କଲେ କଲିକତା ଓ ଗୌହାଟି ପୋଲିସ
୨୦୧୬ରେ ଫେସବୁକ୍‌ ଇଣ୍ଡିଆ ଏକ ଆତ୍ମହତ୍ୟା ନିରୋଧକ ଫିଚର୍ ଆଣିଥିଲା ।
  • News18 Odia
  • Last Updated: January 30, 2020, 4:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଲିକତା: ଜଣେ ମହିଳା ଆତ୍ମହତ୍ୟା କରିବାକୁ ଯାଉଥିବା ବେଳେ ଫେସବୁକ ସହାୟତାରେ କଲିକତା ପୋଲିସ ତ୍ବରିତ ପଦକ୍ଷେପ ନେଇ ତାଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଛି । ଗୈାହାଟିର ଏହି ମହିଳା ଜଣଙ୍କ ଆତ୍ମହତ୍ୟା କରୁଥିବା ସମୟରେ ଏକ ଲାଇଭ ଭିଡିଓ ସୋସିଆଲ ନେଟୱାର୍କ ଫେସବୁକରେ ଶେୟାର କରିବା ପରେ ଫେସବୁକ କର୍ତ୍ତୃପକ୍ଷ କଲିକତା ପୋଲିସର ସାଇବର ସେଲକୁ ଏ ନେଇ ଜଣେଇଥିଲେ ।

ଫେସବୁକ୍‌ରୁ ଆତ୍ମହତ୍ୟା ସମ୍ପର୍କିତ ମେସେଜ ପାଇବା ପରେ କଲିକତା ପୋଲିସ ଅଧିକାରୀ ଚ଼ିନ୍ତାରେ ପଡ଼ିଯାଇଥିଲେ  ଓ ତୁରନ୍ତ ଗୈାହାଟି ପୋଲିସକୁ ସୂଚିତ କରିଥିଲେ । କଲିକତା ପୋଲିସ ଆତ୍ମହତ୍ୟା କରୁଥିବା ମହିଳାଜଣକ ବ୍ୟବହାର କରୁଥିବା ଲ୍ୟାପଟପ୍‌ ବା ସ୍ମାର୍ଟଫୋନର ଆଇପି ଠିକଣା ସହ ଗୈାହାଟି ପୋଲିସକୁ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲା । ଲାଇଭ ଭିଡିଓ ପାଇଁ ମହିଳା ବ୍ୟବହାର କରୁଥିବା ଡିଭାଇସ ଓ ଆାଇପି ଠିକଣା ସହ ସମ୍ପୂର୍ଣ୍ଣ ବିବରଣୀ ଫେସବୁକ ପୋଲିସକୁ ଦେଇଥିଲା  ।

ଗୈାହାଟି ପୋଲିସ ମହିଳାଙ୍କ ଘରେ ପହଞ୍ଚିବା ମୁହୂର୍ତ୍ତ ପର୍ଯ୍ୟନ୍ତ ମହିଳା ନିଜ ବେଡରୁମର ଫ୍ୟାନରୁ ଝୁଲି ଆତ୍ମହତ୍ୟା କରିବା ପାଇଁ ନିଜ ବେକରେ ରଶି ଲଗାଉଥିବାର ଦୃଶ୍ୟକୁ କଲିକତା ପୋଲିସ ଅଧିକାରୀମାନେ ଦେଖିଚ଼ାଲିଥିଲେ । ଶେଷ ମୁହୂର୍ତ୍ତରେ ଗୈାହାଟି ପୋଲସ ଘଟଣାସ୍ଥଳରେ ପହଞ୍ଚି ମହିଳା ଜଣଙ୍କୁ ରକ୍ଷା କରିଥିଲେ ।

ଏଭଳି ଘଟଣା ପ୍ରଥମ ଥର ନୁହେଁ, ପୂବର୍ରୁ ଦୁଇଥର କଲିକତା ପୋଲିସ ଫେସବୁକ ସହାୟତାରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବ୍ୟକ୍ତିଙ୍କ ଜୀବନ ରକ୍ଷା କରିଥିଲା । ପ୍ରଥମ ଘଟଣାଟି କଲିକତାର ପିକ୍‌ନିକ୍‌ ଗାର୍ଡେନରେ ହୋଇଥିବା ବେଳେ ଅନ୍ୟଟି ଦକ୍ଷିଣ ଚ଼ବିଶ ପ୍ରଗଣାର ବିଷ୍ଣପୁରରେ ଘଟିଥିଲା  ।

ଗତ ବର୍ଷ  ଏଭଳି ଏକ ଘଟଣାରେ ଆସାମ ପୋଲିସ ଜଣେ ଝିଅଙ୍କୁ ଆତ୍ମହତ୍ୟା କରିବାରୁ ରକ୍ଷା କରିଥିଲା । ଝିଅ ଜଣଙ୍କ ଆତ୍ମହତ୍ୟା କରିବାକୁ ଯାଉଥିବା କଥା ଫେସବୁକ୍‌ରେ ପୋଷ୍ଟ କରିବା ପରେ ଆସାମ ପୋଲିସ ଫେସବୁ୍‌କରୁ ଏ ବିଷୟରେ ଖବର ପାଇଥିଲା  । ତିରିଶ ମିନିଟ୍ ମଧ୍ୟରେ ପୋଲିସ ଝିଅଟିକୁ ଟ୍ରାକ କରି ତା’ର ଜୀବନ ରକ୍ଷା କରିଥିଲେ ।

୨୦୧୬ ମସିହାରେ ଫେସବୁକ୍‌ ଇଣ୍ଡିଆ ତରଫରୁ ଏକ ଆତ୍ମହତ୍ୟା ନିରୋଧକ ଫିଚର୍‌ ଆସିଥିଲା, ଯାହା ମାଧ୍ୟମରେ କେହି ଆତ୍ମହତ୍ୟା କରିବା ଭଳି କଥା ଚ଼ିନ୍ତା କରୁଥିଲେ ବା ଯନ୍ତ୍ରଣାରେ ପୀଡ଼ିତ ରହୁଥିଲେ ସେମାନଙ୍କ ବନ୍ଧୁମାନଙ୍କ ନିକଟକୁ ତୁରନ୍ତ ଏକ ନୋଟିଫିକେସନ୍‌ ଚ଼ାଲିଯିବ ।
First published: January 30, 2020, 4:00 PM IST
corona virus btn
corona virus btn
Loading