News18 Odia Digital
କୋଲକାତା: ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ (Shilpa Shetty) ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ (Raj Kundra) ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ କରୁଥିବା ଅଭିଯୋଗରେ ମୁମ୍ବାଇ ପୋଲିସ ଗିରଫ କରିବା ପରେ ଏବେ କୋଲକାତାରେ (Kolkata) ଏକ ପର୍ଣ୍ଣ ରାକେଟ ସାମନାକୁ ଆସିଛି । ଫଟୋସୁଟ ନାମରେ ଦୁଇ ଜଣ ଯୁବତୀଙ୍କ ନଗ୍ନ ଭିଡିଓ ଏକ ଅଶ୍ଳୀଳ ସାଇଟରେ ଅପଲୋଡ୍ କରିଥିବା ଅଭିଯୋଗରେ ପୋଲିସ ଅଭିନେତ୍ରୀ ନନ୍ଦିତା ଦତ୍ତା (Nandita Dutta) ଓ ତାଙ୍କ ଫଟୋଗ୍ରାଫର ମୈନାକ ଘୋଷଙ୍କୁ ଗିରଫ କରିଛି ।
ଅଭିନେତ୍ରୀ ନନ୍ଦିତା ଦତ୍ତା ଓ ଫଟୋଗ୍ରାଫର ମୈନାକ ଘୋଷଙ୍କୁ ଗିରଫ କରିବା ପରେ ପୋଲିସ ବାଲିଗଞ୍ଜରେ ଥିବା ଏକ ଷ୍ଟୁଡିଓର ମାଲିକଙ୍କୁ ବି ଗିରଫ କରିଛି । ତାଙ୍କୁ ନ୍ୟୁ ଟାଉନ୍ ପୋଲିସ ଷ୍ଟେସନକୁ ଅଣାଯାଇ ପଚରାଉଚରା ଚାଲିଥିବା ବେଳେ ବାଲିଗଞ୍ଜର ଷ୍ଟୁଡିଓରୁ ଏକ କ୍ୟାମେରା ଓ ଅନ୍ୟାନ୍ୟ ଉପକରଣ ଜବତ କରାଯାଇଛି । ପୋଲିସ ସନ୍ଦେହ କରୁଛି ଯେ ଏହାର ରାଜ କୁନ୍ଦ୍ରା ମାମଲା ସହିତ (Raj Kundra pornography case) ସଂଲିପ୍ତତା ଥାଇପାରେ ।
ଏହା ବି ପଢ଼ନ୍ତୁ | Plus 2 Results: ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଆସିଲା; ବିଜ୍ଞାନରେ ୯୫%, ବାଣିଜ୍ୟରେ ୯୪% ପାସ୍ ହାରରବିବାର ଦିନ ଅଭିଯୁକ୍ତ ଫଟୋଗ୍ରାଫର୍ ମୈନାକ ଘୋଷଙ୍କ ସହ ଜଡ଼ିତ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ମାମଲାର ଅନୁସନ୍ଧାନ କରୁଥିବା ପୋଲିସ କର୍ମଚାରୀମାନେ ବାଲିଗଞ୍ଜର ଗାରଫା ପୋଲିସ ଷ୍ଟେସନ ଅଞ୍ଚଳରେ ଶରତ ପାର୍କ ରୋଡ଼ରେ ଥିବା ଏକ ଷ୍ଟୁଡିଓରେ ଖୋଜାଖୋଜି କରିଥିଲେ। ଫିଲ୍ମଟି ଏଠାରେ ସୁଟିଂ କରାଯାଇଥିଲା ବୋଲି କହିଛନ୍ତି ତଦନ୍ତ ଅଧିକାରୀମାନେ । ସେଠାରୁ ଫିଲ୍ମ ସୁଟିଂ ପାଇଁ ବ୍ୟବହୃତ ସବୁ କ୍ୟାମେରା ଓ ଅନ୍ୟାନ୍ୟ ଯନ୍ତ୍ରପାତି ଜବତ କରିଥିଲେ ସେମାନେ । ଏହା ପରେ ସେହି ଷ୍ଟୁଡିଓର ମାଲିକଙ୍କୁ ଗିରଫ କରି ନ୍ୟୁ ଟାଉନ୍ ପୋଲିସ ଷ୍ଟେସନକୁ ଆଣିଥିଲେ ଓ ପଚରାଉଚରା ଚଳାଇ ଥିଲେ ।
ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ OSSC ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍: ମିଳିଲା ₹୨୫ ଲକ୍ଷ ନଗଦ; ପୁଳା ପୁଳା ସୁନାଅଭିନେତ୍ରୀ ନନ୍ଦିତା ଦତ୍ତାଙ୍କ ବିରୋଧରେ ଜଣେ ମଡେଲ୍ ଅଭିଯୋଗ କରିଥିଲେ ଯେ ସେ ତାଙ୍କର ନଗ୍ନ ଭିଡିଓ ବାଲିଗଞ୍ଜର ଏକ ଷ୍ଟୁଡିଓରେ ଜବରଦସ୍ତ ସୁଟିଂ କରାଇଥିଲେ । ସେ ଆହୁରି ଅଭିଯୋଗ କରିଥିଲେ ଯେ ତାଙ୍କର ଜଣେ ବାନ୍ଧବୀଙ୍କୁ କୋଲକାତାର ନ୍ୟୁ ଟାଉନ୍ ହୋଟେଲରେ ଏକ ଆଡଲ୍ଟ ଭିଡିଓରେ (adult video) କାମ କରିବାକୁ ମଧ୍ୟ ବାଧ୍ୟ କରାଯାଇଥିଲା ।
ଏହି ମାମଲାର ତଦନ୍ତ କରୁଥିବା ପୋଲିସ ଅଧିକାରୀମାନେ କହିଛନ୍ତି ଯେ ଉଭୟ ଯୁବତୀଙ୍କୁ ଏକ ୱେବ୍ ସିରିଜରେ କାମ କରିବାର ପ୍ରଲୋଭନ ଦେଖାଇ ସେମାନଙ୍କୁ କୋଲକାତାର ଷ୍ଟୁଡିଓକୁ ଆଣିଥିଲେ ଅଭିଯୁକ୍ତମାନେ । ତା’ପରେ ସେମାନଙ୍କୁ ଧମକ ଦେଇ ଅଶ୍ଳୀଳ ଚଳଚ୍ଚିତ୍ର ସୁଟିଂ କରାଇଥିବା ଅଭିଯୋଗ ହୋଇଛି । ଜୁଲାଇ ୨୬ ତାରିଖରେ ଦୁଇ ଜଣ ମଡେଲ ନନ୍ଦିତା ଓ ମୈନାକଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।