ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Ind Vs Eng: କୋହଲିଙ୍କୁ ମ୍ୟାଚ୍ ସମୟରେ ରାଗ ଆସିଲା; କିଛି କହିଦେଲେ ସେ… ଦେଖନ୍ତୁ VIDEO

Ind Vs Eng: କୋହଲିଙ୍କୁ ମ୍ୟାଚ୍ ସମୟରେ ରାଗ ଆସିଲା; କିଛି କହିଦେଲେ ସେ… ଦେଖନ୍ତୁ VIDEO

ଇଂଲଣ୍ଡ ବିପକ୍ଷରେ ତୃତୀୟ ଟି-୨୦ ମ୍ୟାଚ୍ ସମୟରେ କୋହଲିଙ୍କ କ୍ରୋଧର ଶିକାର ହୋଇଥିଲେ ଶାର୍ଦ୍ଦୁଲ ଠାକୁର । ଏବେ ସେହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Ind Vs Eng: କୋହଲିଙ୍କୁ ମ୍ୟାଚ୍ ସମୟରେ ରାଗ ଆସିଲା; କିଛି କହିଦେଲେ ସେ… ଦେଖନ୍ତୁ VIDEO
ଶାର୍ଦୁଲ ଠାକୁର ଓ (ଡାହାଣ) କୋହଲି
  • News18 Odia
  • Last Updated: March 17, 2021, 7:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବିରାଟ କୋହଲିଙ୍କ (Virat Kohli) ନେତୃତ୍ୱାଧୀନ ଭାରତୀୟ କ୍ରିକେଟ୍‌ ଟିମ୍‌ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ (T20 series) ୧-୨ରେ ପଛେଇଯାଇଛି । ସେଇଥି ପାଇଁ ସାଧାରଣତଃ ଥଣ୍ଡା ଓ ଖୁସ୍‌ ମିଜାଜ ବାଲା କୋହଲିଙ୍କୁ କ୍ରୋଧ ଆସିଥିବା ଦେଖିବାକୁ ମିଳିଛି ।

ଇଂଲଣ୍ଡ ବିପକ୍ଷରେ ତୃତୀୟ ଟି-୨୦ ମ୍ୟାଚରେ ଭାରତକୁ ଆଠ ୱିକେଟ୍ ହରାଇ ତୀବ୍ର ପରାଜୟର ସମ୍ମୁଖୀନ ହେବାକୁ ପଡି଼ଥିଲା । ପ୍ରଥମେ ବ୍ୟାଟିଂ କରିବା ଆରମ୍ଭ କରି ଭାରତ ଭ୍ରମଣକାରୀ ଇଂଲଣ୍ଡ୍‌ ଦଳକୁ ୧୫୭ ରନର ଲକ୍ଷ୍ୟ ଦେଇଥିଲା, ଯାହା ଇଂଲଣ୍ଡ ଦୁଇଟି ୱିକେଟ୍ ହରାଇ ୧୦ଟି ବଲ୍‌ ବାକିଥିବା ବେଳେ ହିଁ ହାସଲ କରିନେଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମ୍ୟାଚ୍ ପୂର୍ବରୁ ଇଶାନ କିଶନଙ୍କୁ ରୋହିତ ଶର୍ମା କିଛି କହିଥିଲେ, ତାପରେ ସେ ହଙ୍ଗାମା କରିଥିଲେ!

ଜୋସ୍‌ ବଟଲର ୮୩ ଓ ଜନି ବେୟାରଷ୍ଟୋ ୪୦ ରନ୍‌ ସ୍କୋର୍‌ କରି ଅପରାଜିତ ରହିଥିଲେ । ମିଳିତ ଭାବେ ଏହି ଦୁଇ ଖେଳାଳି ଭାରତୀୟ ଦଳ ଉପରେ ଚାପ ପକାଇଥିଲେ । ବଟଲର ଓ ବେୟାରଷ୍ଟୋ ଯେମିତି ବ୍ୟାଟିଂ କରୁଥିଲେ ଟିମ୍ ଇଣ୍ଡିଆ ଉପରେ ତା’ର ଚାପ ସ୍ପଷ୍ଟ ଦେଖାଯାଉଥିଲା । ଆଉ ଏହାରି ଭିତରେ ଥରେ ଅଧିନାୟକ କ୍ୟାପଟେନ୍‌ କୋହଲି କ୍ରୋଧର ବଶବର୍ତ୍ତୀ ହୋଇଥିଲେ ।

ଏହା ବି ପଢ଼ନ୍ତୁ | ଏହି ସବୁ ବ୍ୟାଙ୍କ୍ ଚେକ୍ ବୁକ୍ ପାସ୍ ବୁକ୍ ଏପ୍ରିଲ୍ ୧ରୁ ଆଉ କାମ କରିବନି; ଜାଣନ୍ତୁ କେଉଁ ବ୍ୟାଙ୍କ୍

ଏହି ମ୍ୟାଚ୍‌ ବେଳେ ଶାର୍ଦ୍ଦୁଲ ଠାକୁର (Shardul Thakur) କୋହଲିଙ୍କ କ୍ରୋଧର ଶିକାର ହୋଇଥିଲେ । ବର୍ତ୍ତମାନ କୋହଲିଙ୍କ କ୍ରୋଧର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘଟଣାଟି ଦ୍ୱାଦଶ ଓଭରରେ ଘଟିଥିଲା, ଯେତେବେଳେ ବଲ୍‌ ବେୟରେଷ୍ଟୋଙ୍କ ବ୍ୟାଟର ଧାରକୁ ଛୁଇଁବା ପରେ ସ୍କୋୟାର୍‌ ଲେଗ୍‌ ଆଡକୁ ଯାଇଥିଲା, ଯେଉଁଠି ଠାକୁର ଠିଆ ହୋଇଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ସ୍ତ୍ରୀର ସତୀତ୍ୱ ପରୀକ୍ଷା କରିବାକୁ ଫୁଟୁଥିବା ତେଲରେ ତାଙ୍କ ହାତ ବୁଡ଼ାଇଲେ ସ୍ୱାମୀ! VIDEO ଭାଇରାଲ୍ ହେଲା

ଠାକୁରଙ୍କ ଦିଗବିହୀନ ଥ୍ରୋ (ବଲ୍‌ ଫିଙ୍ଗା) କାରଣରୁ ବଟଲର୍ ଓ ବେୟାରଷ୍ଟୋ ଆଉ ଗୋଟିଏ ରନ୍ କରିବାରେ ସଫଳ ହୋଇଥିଲେ ।ଠାକୁରଙ୍କ ଏହି ଫିଲ୍ଡିଂ କୋହଲିଙ୍କୁ ଅସନ୍ତୁଷ୍ଟ କରିଥିଲା । ସେ ଠାକୁରଙ୍କୁ କ୍ରୋଧରେ କିଛି କଥା କହିଥିବାର ଦେଖାଯାଇଥିଲା ।

ଏଇଠି ଦେଖନ୍ତୁ ସେହି ଭିଡିଓ:



ତୃତୀୟ ମ୍ୟାଚ ଆରମ୍ଭରେ ଟସ୍‌ ହାରିବା ପରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ଇଂଲଣ୍ଡର ବୋଲରମାନେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କୁ କିଛି ସମୟ ପାଇଁ ଅସୁବିଧାରେ ପକାଇଥିଲେ । କେ.ଏଲ୍‌. ରାହୁଲ (KL Rahul), ରୋହିତ ଶର୍ମା (Rohit Sharma) ଓ ଇଶାନ କିଶନ (Ishan Kishan) ପାୱାରପ୍ଲେରେ ହିଁ ନିଜ ୱିକେଟ୍ ହରାଇଥିଲେ ।



ତା’ ପରେ କ୍ୟାପଟେନ କୋହଲି ଇନିଂସ ପରିଚାଳନା କରି ନିର୍ଦ୍ଧାରିତ ଓଭରରେ ଦଳର ସ୍କୋର୍‌ ୧୫୬ ରନରେ ପହଞ୍ଚାଇଥିଲେ । କୋହଲି ନିଜେ ଅପରାଜିତ ୭୭ ରନ୍ ସ୍କୋର କରିଥିଲେ । ଏହି ସମୟ ମଧ୍ୟରେ ସେ ଆଠଟି ଚୌକା ଓ ଚାରିଟି ଛକ୍କା ମାରିଥିଲେ ।
Published by: Anand S.T. Das
First published: March 17, 2021, 7:18 PM IST