ଜଙ୍ଗଲରେ ନିଆଁ ଲାଗି ଅଷ୍ଟ୍ରେଲିଆରେ କୋଆଲାଙ୍କ ସଂଖ୍ୟା ଅଧା ହୋଇଗଲା

ଜୁଲାଇରେ ପ୍ରକାଶିତ ଆଡିଲେଡ ବିଶ୍ବବିଦ୍ୟାଳୟର ଏକ ଅଧ୍ୟୟନରେ ଜଣାପଡ଼ିଛି ଯେ, କଙ୍ଗାରୁ ଦୀପ କୋଆଲା ପ୍ରଜାତିର ଅସ୍ତିତ୍ବ ଲାଗି ବିଶେଷ ଭାବେ ମହତ୍ତ୍ବପୂର୍ଣ୍ଣ ଅଟେ । କାହିଁକିନା ଏହି ରୋଗ ମୁକ୍ତ ବଡ଼ ପ୍ରଜାତି ଏବେ ସଂଘର୍ଷ କରୁଛନ୍ତି ।

ଅଷ୍ଟ୍ରେଲିଆରେ ଦେଖାଯାଉଥିବା କୋଆଲା

ଅଷ୍ଟ୍ରେଲିଆରେ ଦେଖାଯାଉଥିବା କୋଆଲା

  • Share this:
News18 Odia Digital

ସିଡନି: ଅଷ୍ଟ୍ରେଲିଆର ଏକମାତ୍ର ରୋଗମୁକ୍ତ କୋଆଲା ବଂଶର ଅଧା ସେମାନଙ୍କର ଭବିଷ୍ୟପାଇଁ ଏକ ପ୍ରମୁଖ ବୀମା ହୋଇଥିବାବେଳେ ସେଠାକାର ଜଙ୍ଗଲରେ ଲାଗିଥିବା ଭୟଙ୍କର ନିଆଁ ଯୋଗୁଁ ଅନେକଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ଦକ୍ଷିଣ ଅଷ୍ଟ୍ରେଲିଆ ରାଜ୍ୟର ତଟ ଉପରେ ଏକ ଲୋକପ୍ରିୟ ପ୍ରାକୃତିକ ଦୀପ ହେଉଛି କଙ୍ଗାରୁ ଦୀପ । ଏହା ପର୍ଯ୍ୟଟକମାଙ୍କୁ ଆକର୍ଷିତ କରିଥାଏ କାରଣ ଏଠାରେ ଦେଶୀୟ ବନ୍ୟଜନ୍ତୁମାନଙ୍କର ବଂଶ ଏବଂ ସବୁଠାରୁ ଅଧିକ ଭଲ ଲାଗୁଥିବା କୋଆଲା ପ୍ରଜାତି ଯେଉଁମାନଙ୍କର ସଂଖ୍ୟା ୫୦ହଜାରରୁ ଅଧିକ ସେମାନେ ରହିଥାନ୍ତି । ତେବେ ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି କି ନିଉ ସାଉଥ ଓ୍ବେଲ୍ସ ରାଜ୍ୟରେ ପାଖାପାଖି ଅଧାରୁ ଅଧିକ ଦେଶୀ ପଶୁ ପକ୍ଷୀଙ୍କ ସଂଖ୍ୟା କମ୍ ହେବାର କାରଣ ହେଉଛି ସେଠାକାର ଜଙ୍ଗଲର ଲାଗିଥିବା ନିଆଁ । ତେବେ ବର୍ତ୍ତମାନ ପରିସ୍ଥିତି ବିଶେଷ ଭାବେ ଏଥିପାଇଁ ଗମ୍ଭୀର ହୋଇଯାଇଛି କାହିଁକିନା ଏହି ଦୀପରେ ଏକ ବଡ଼ ଧରଣର ନିଆଁ ଚାରିଆଡେ ବ୍ୟାପିବାରେ ଲାଗିଛି । ଏହା ଏବେ ଭୟଙ୍କର ରୂପ ଧାରଣ କରି ଦୀପର ଏକତୃତୀୟାଂଶ ଭାଗକୁ ବ୍ୟାପି ଯାଇଛି ।

କଙ୍ଗାରୁ ଦୀପର ଓ୍ବାଇଲ୍ଡ ଲାଇଫ ପାର୍କର ସେମ ମିଶେଲ ଯିଏ ଆଘାତପ୍ରାପ୍ତ କୋଆଲାମାନଙ୍କ ଲାଗି ଧନ ସଂଗ୍ରହକରିଥାନ୍ତି ସେ ଏଏଫପିକୁ ‘‘୫୦ ପ୍ରତିଶତରୁ ଅଧିକ କୋଆଲା ବେଶୀମାତ୍ରାରେ ଆଘାତପ୍ରାପ୍ତ ହୋଇଛନ୍ତି । ବର୍ତ୍ତମାନ  ସେମାନଙ୍କ ପାଖରେ ଘର ନାହିଁ ଯାହାକି ଆଗାମୀ ଦିନରେ ସେମାନଙ୍କ ପାଇଁ ଏକ ପ୍ରମୁଖ ସମସ୍ୟା ସୃଷ୍ଟି କରିବା ସହ ଖାଦ୍ୟାଭାବ ମଧ୍ୟ ଦେଖାଦେଇପାରେ’’ କହିଥିଲେ ।

ଜୀବାଣୁ ସଂକ୍ରମଣ ଯାହା ଅନ୍ଧ ଏବଂ ସନ୍ତାନହିନତା ସହ ପ୍ରଜାତିମାନଙ୍କର ମୃତ୍ୟୁର କାରଣ ହୋଇଥାଏ । ପୂର୍ବ କୁଇନ୍ସଲ୍ୟାଣ୍ଡ ଏବଂ ନିଉ ସାଉଥ ଓ୍ବେଲ୍ସରେ କୋଆଲା ବଡ଼ ସଂଖ୍ୟାରେ ଥିବାବେଳେ ଭିକ୍ଟୋରିଆରେ ମଧ୍ୟ ଏମାନେ ଅଛନ୍ତି ।

ଆଡିଲେଡ ବିଶ୍ବବିଦ୍ୟାଳୟର ଜେସିକା ଫବିଜାନ ଅଧ୍ୟୟନକୁ ଆଗକୁ ବଢ଼ାଇ କୁହନ୍ତି ’’ ଯେଉଁମାନେ ଜୀବିତ ଅଛନ୍ତି ସେମାନେ ପୁରା ପ୍ରଜାତିର ବୀମା ଅଟନ୍ତି’‘ । ମାତ୍ର ଏହି ନିଆଁ ସେମାନଙ୍କୁ ନଷ୍ଟ କରିଦେଲା ।

ସରକାରଙ୍କ ତରଫରୁ କୁହାଯାଇଛି କି କୋଆଲାମାନଙ୍କୁ ସେମାନଙ୍କର ନିରୋଗତା କାରଣରୁ ଦୀପରୁ ହଟାଯାଇ ପାରିବ ନାହିଁ । ତେବେ ପଶୁଚିକିତ୍ସକମାନେ ସେମାନଙ୍କର ଚିକିତ୍ସା ଏବଂ ସେବା କରୁଛନ୍ତି ।
Published by:Durgamadhab Rath
First published: