News18 Odia Digital
Hallmark on Gold: ଏଥର ସୁନା ବିକ୍ରି କରିବାକୁ ହେଲେ ସୁନା ଗହଣା ଉପରେ ହଲମାର୍କ (Hallmark on gold)ଚିହ୍ନ ସାଙ୍ଗକୁ ରହିବ HUID ମାର୍କ। ପ୍ରତିଟି ସୁନା ଅଳଙ୍କାରରେ ରହିବ ସ୍ୱତନ୍ତ୍ର କୋଡ଼ । ସେଇ କୋଡକୁ BIS ଆପରେ ଦେଲେ ସୁନାର ସଠିକ୍ ମାନ ଓ ତଥ୍ୟ ପାଇବେ ଗ୍ରାହକ। କିନ୍ତୁ ଯଦି ଆପଣଙ୍କ ପାଖରେ ପୁରୁଣା ଗହଣା ଅଛି ଓ ଏପ୍ରିଲ ପହିଲାରୁ ନିୟମ ବଦଳିବା ପରେ ମଧ୍ଯ ଆପଣ ଅସୁବିଧାରେ ପଡ଼ିବେ ନାହିଁ । ଗ୍ରାହକମାନେ ଶୁଦ୍ଧ ସୁନା ଏଣିକି ହଲମାର୍କ କୋଡ଼ ଦେଖି କିଣନ୍ତୁ । ତାହେଲେ ସୁନା ଠକାମିରେ ପଡିବେ ନାହିଁ ।
ସବୁଠୁ ବଡ କଥା ସୁନା ହଲମାର୍କ କି ନୁହେଁ ଜାଣିବା ପାଇଁ ଦୋକାନୀ ଉପରେ ଭରସା କରିବା ଆଗରୁ ନିଜେ ଜାଣି ରଖିବା ବି ଜରୁରୀ। ଏଥିପାଇଁ ଆପଣ ଫୋନରେ ମଧ୍ଯ ଜାଣିପାରିବେ। ଆଣ୍ଡ୍ରଏଡ ଫୋନ୍ ଧରୁଥିବା ବ୍ୟକ୍ତି ପ୍ଲେ ଷ୍ଟୋରରୁ BIS ଆପ୍ ଡାଉନ୍ ଲୋଡ୍ କରନ୍ତୁ। HUID ଭେରିଫିକେଶନ କୋଡ ବକ୍ସରେ ହଲ୍ ମାର୍କ ତଳେ ଦିଆଯାଇଥିବା ୬ ଡିଜିଟ ନମ୍ୱର୍ ଦିଅନ୍ତୁ। ଏହା ପରେ ସୁନାର ସମସ୍ତ ତଥ୍ୟ ଆପଣ ସଙ୍ଗେ ସଙ୍ଗେ ପାଇପାରିବେ। ଏହା ଦ୍ବାରା ସୁନାର ଓଜନ, କ୍ୟାରେଟ, ଶୁଦ୍ଧତା ସମ୍ପର୍କିତ ସମସ୍ତ ତଥ୍ୟ ଆପଣ ପାଇପାରିବେ। ଏହା ଦ୍ବାରା ଆଉ ଗହଣା ଦୋକାନୀ ଆପଣଙ୍କୁ ଠକି ପାରିବେ ନାହିଁ।
୩୩ ହଜାର ଟଙ୍କାରେ ୧ ଭରି ସୁନା! ଦାମ ଜାଣି ଚିନ୍ତା କରନ୍ତୁନିପୂର୍ବରୁ ଗ୍ରାହକ ମାନେ କିଭଳି ଠକାମୀର ଶିକାର ନେବେ ସେଥିପାଇଁ ଏହି ହଲମାର୍କ ବ୍ୟବସ୍ଥା କରାଯାଇଥିଲା। ହେଲେ ଏହାରି ଭିତରେ ୨୦ବର୍ଷ ବିତିଥିଲେ ବି ଏହାର ସତ୍ୟାସତ୍ୟ ସଠିକ୍ ଜଣା ପଡ଼ିଲା ନାହିଁ। ଏବେ HUID ନମ୍ୱର୍ କେତେ ସହାୟକ ହେବ ଦେଖିବା ବାକି ରହିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।