News18 Odia Digital
ମୁମ୍ବାଇ: ପ୍ରଥମେ ନିଜ ବୟସ ଜାଣ ତାପରେ କଥା କହିବ। ସିନ୍ଦେଙ୍କୁ ଧୋକାବାଜ କହିବା ପରେ ଆଦିତ୍ୟ ଠାକରେଙ୍କୁ ଏପରି କଡ଼ା ଜବାବ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶିବସେନା ନେତା ଆଦିତ୍ୟ ଠାକରେଙ୍କ ବିଷୟରେ ରଣନୀତି ବଦଳାଉଥିବା ଜଣାପଡିଛି। ବିଦ୍ରୋହୀ ଶିବସେନା ନେତାମାନଙ୍କୁ ସମାଲୋଚନା କରି ନିକଟରେ ସିନ୍ଦେ ଆଦିତ୍ୟ ଠାକରେଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ସେ ନିଜ ବୟସ ଜାଣିବା ଉଚିତ ଓ ସେହି ଅନୁଯାୟୀ କହିବା ଉଚିତ୍। ଆଦିତ୍ୟ ସିନ୍ଦେଙ୍କୁ ଜଣେ ଠକ ବୋଲି କହିବା ପରେ ସେ ଏହି ଉତ୍ତର ରଖିଛନ୍ତି।
ସୋମବାର ରାତିରେ ଏକ ମରାଠୀ ନ୍ୟୁଜ ଚ୍ୟାନେଲ ସହିତ କଥାବାର୍ତ୍ତା କରୁଥିବାବେଳେ ସିନ୍ଦେ ଆଦିତ୍ୟଙ୍କୁ ଟାର୍ଗେଟ କରିଥିଲେ।
ବିଦ୍ରୋହୀ ବିଧାୟକମାନଙ୍କୁ ଆଦିତ୍ୟ ଠକ ବୋଲି କହିବା ପ୍ରସଙ୍ଗକୁ ନେଇ ସିନ୍ଦେଙ୍କୁ ପ୍ରଶ୍ନ କରାଯାଇଥିଲା। ସିନ୍ଦେ କହିଛନ୍ତି ଯେ ସେ ନିଜର ବୟସ ଜାଣୁ ଓ ପରେ କଥା କହିବ। ଆଜି ଆମେ ଯାହା ହେଉ ବାଲାସାହେବ ଠାକରେ ଓ ତାଙ୍କ ଚିନ୍ତାଧାରା ହେତୁ ହୋଇପାରିଛୁ। କିନ୍ତୁ ସେ (ଆଦିତ୍ୟ) ଓ ଅନ୍ୟମାନେ ଶକ୍ତି ପାଇଁ ବାଲାସାହେବଙ୍କ ଧାରଣାଠାରୁ ଦୂରେଇ ଯାଇଛନ୍ତି, ଯାହା ଆମକୁ ଏହି କଠୋର ପଦକ୍ଷେପ (ବିଦ୍ରୋହ) କରିବାକୁ ବାଧ୍ୟ କରିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।