India-China Rift: ଜାଣନ୍ତୁ ପାକିସ୍ତାନ ଓ ଚୀନ୍ ନିଜ ନିଜର କ୍ଷେପଣାସ୍ତ୍ର କେଉଁଠାରେ ରଖିଥାନ୍ତି

ଭାରତ ଓ ଚୀନ୍ (india and china) ମଧ୍ୟରେ ଅନେକ ଦିନ ଧରି ତିକ୍ତତା ଲାଗି ରହିଛି । ଏହି ସମୟରେ ଭାରତ ଓ ଚୀନ୍ ଉଭୟ ଦେଶ ନିଜ ନିଜର କ୍ଷେପଣାସ୍ତ୍ରକୁ (missiles) ଲଦ୍ଦାଖକୁ ଲାଗିଥିବା ପ୍ରକୃତ ନିୟନ୍ତ୍ରଣ ରେଖାରେ (Actual line of control) ଅର୍ଥାତ୍ LAC ରେ ନିୟୋଜିତ କରିଛନ୍ତି । ଜାଣନ୍ତୁ ପାକିସ୍ତାନ ଓ ଚୀନ୍‌ର ମିସାଇଲ୍ ବେସ୍ କେଉଁଠାରେ ଅଛି ଓ ସେମାନେ କିପରି ସେମାନଙ୍କର କ୍ଷେପଣାସ୍ତ୍ରକୁ ସେଠାରେ ରଖିଥାନ୍ତି ।

India-China Rift: ଜାଣନ୍ତୁ ପାକିସ୍ତାନ ଓ ଚୀନ୍ ନିଜ ନିଜର କ୍ଷେପଣାସ୍ତ୍ର କେଉଁଠାରେ ରଖିଥାନ୍ତି
ଜାଣନ୍ତୁ ପାକିସ୍ତାନ ଓ ଚୀନ୍ ନିଜ ନିଜର କ୍ଷେପଣାସ୍ତ୍ର କେଉଁଠାରେ ରଖିଥାନ୍ତି
  • News18 Odia
  • Last Updated: September 29, 2020, 1:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭାରତ ଓ ଚୀନ୍ (india and china) ମଧ୍ୟରେ ଅନେକ ଦିନ ଧରି ତିକ୍ତତା ଲାଗି ରହିଛି । ଏହି ସମୟରେ ଭାରତ ଓ ଚୀନ୍ ଉଭୟ ଦେଶ ନିଜ ନିଜର କ୍ଷେପଣାସ୍ତ୍ରକୁ (missiles) ଲଦ୍ଦାଖକୁ ଲାଗିଥିବା ପ୍ରକୃତ ନିୟନ୍ତ୍ରଣ ରେଖାରେ (Actual line of control) ଅର୍ଥାତ୍ LAC ରେ ନିୟୋଜିତ କରିଛନ୍ତି । ଜାଣନ୍ତୁ ପାକିସ୍ତାନ ଓ ଚୀନ୍‌ର ମିସାଇଲ୍ ବେସ୍ କେଉଁଠାରେ ଅଛି ଓ ସେମାନେ କିପରି ସେମାନଙ୍କର କ୍ଷେପଣାସ୍ତ୍ରକୁ ସେଠାରେ ରଖିଥାନ୍ତି ।

ପ୍ରତ୍ୟେକ ଦେଶ ନିଜର ଆତ୍ମରକ୍ଷା ପାଇଁ ସାମରିକ ଦକ୍ଷତା ବୃଦ୍ଧି କରିଥାନ୍ତି । ଆମର ପଡ଼ୋଶୀ ଦେଶ ବିଷୟରେ କହିବାକୁ ଗଲେ ଚୀନ୍ ଓ ପାକିସ୍ତାନ ମଧ୍ୟ କ୍ଷେପଣାସ୍ତ୍ର ଏବଂ ଆଣବିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ରଖିଛନ୍ତି । ବିଶ୍ୱର ମାରାତ୍ମକ ଅସ୍ତ୍ର ସୂଚନା ସାଇଟ୍ NTI.ORG ଅନୁଯାୟୀ ଜାଣନ୍ତୁ ଚୀନ୍ ଓ ପାକିସ୍ଥାନ ସମେତ ଅନେକ ଦେଶର କ୍ଷେପଣାସ୍ତ୍ର ବେସ୍ କେଉଁଠାରେ ଅଛି ?

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଚୀନ୍‌ର ପ୍ରଭାବ ଏସିଆ ମହାଦେଶରେ ଦେଖାଯାଏ । NTI ୱେବସାଇଟ୍ ଅନୁଯାୟୀ ଚାଇନାରେ ୪ଟି ମିସାଇଲ୍ ବେସ୍ ଅଛି । ସେଥିମଧ୍ୟରୁ ୨ଟି ସକ୍ରିୟ, ଗୋଟିଏ କାର୍ଯ୍ୟକ୍ଷମ ଓ ଗୋଟିଏ ନିର୍ମାଣାଧୀନ । ଏହି ଚାରୋଟି ବେସ୍ ରେ କ୍ଷେପଣାସ୍ତ୍ର ରହିଛି । ଏହି ଚାରୋଟି ବେସ୍ ର ନାମ ହେଉଛି ଜିଉକାନ୍ ସ୍ପେସ୍ ଲଞ୍ଚ୍ ସେଣ୍ଟର, ତାଇୟୁଆନ୍ ସ୍ପେସ୍ ଲଞ୍ଚ୍ ସେଣ୍ଟର୍, ଚିଚାଙ୍ଗ୍ ସ୍ପେସ୍ ଲଞ୍ଚ୍ ସେଣ୍ଟର୍ ଓ ହ୍ୱାନାନ୍ ସ୍ପେସ୍ ଲଞ୍ଚ୍ ସେଣ୍ଟର ।

ଇଜିପ୍ଟର ମିସାଇଲ୍ ବେସ୍ ହେଉଛି ଗେବଲ୍ ହାମଜା ପରୀକ୍ଷଣ ପରିସର । ଏହାର ଅବସ୍ଥାନ, ସ୍ଥାନ ଓ ସ୍ଥିତି ବିଷୟରେ କୌଣସି ସୂଚନା ନାହିଁ । କିନ୍ତୁ ଏହିଠାରୁ କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇ ଥାଏ ।

ଉତ୍ତର କୋରିଆରେ ସାଂଘାତିକ ଅସ୍ତ୍ରଶସ୍ତ୍ରର ସମ୍ପୂର୍ଣ୍ଣ ଭଣ୍ଡାର ଅଛି । ଆମେରିକାର ରାଷ୍ଟ୍ରପତିଙ୍କୁ ଭେଟିବା ପୂର୍ବରୁ ସେଠାକାର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗଙ୍କ କ୍ଷେପଣାସ୍ତ୍ର ପ୍ରେମ ସହିତ ସମସ୍ତେ ପରିଚିତ । କୋମଡକ-ସାନରେ ଉତ୍ତର କୋରିଆର କ୍ଷେପଣାସ୍ତ୍ର ବେସ୍ ଉପସ୍ଥିତ । ଏହା ଉତ୍ତର ହାମିଓଙ୍ଗର କୋମଡକ୍ ପର୍ବତ ହେୱେଡ୍-କୁନ୍ ଉପରେ ଅବସ୍ଥିତ ରହିଛି ।

ଏହା ବି ପଢ଼ନ୍ତୁ | AC ରେ ଯାତ୍ରା କରୁଥିବା ରେଳ ଯାତ୍ରୀଙ୍କୁ ବଡ଼ ଝଟକା! ଖୁବ୍ ଶୀଘ୍ର ରେଲୱେ ଆଦାୟ କରିବ ଏହି ସ୍ୱତନ୍ତ୍ର ଚାର୍ଜ

ଏହା ବି ପଢ଼ନ୍ତୁ | T-20 International: ମିଚେଲ ଷ୍ଟାର୍କଙ୍କ ପତ୍ନୀ ଏଲିସା ଭାଙ୍ଗିଦେଲେ ଧୋନିଙ୍କ 'ଅନମୋଲ ରେକର୍ଡ଼'

ଆମ ଦେଶ ପାଇଁ ସବୁଠାରୁ ବଡ଼ ବିପଦ ପାକିସ୍ତାନ । କାରଣ ୧୯୬୫, ୧୯୭୧ ଓ ୧୯୯୯ ମସିହାରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରି ଏହାର ଯୋଜନା ବିଷୟରେ କହିଛି । ଏନଆଇଟି ଅନୁଯାୟୀ ପାକିସ୍ତାନୀ କ୍ଷେପଣାସ୍ତ୍ରର ମୂଳ ପଞ୍ଜାବର ସରଗୋଡା ଠାରେ ଅଛି । ଏଠାରେ ୨ଟି ରନୱେ, ବିମାନ ବିସ୍ତାର କ୍ଷେତ୍ର ଓ ଅସ୍ତ୍ରଶସ୍ତ୍ର ସଂରକ୍ଷଣ କ୍ଷେତ୍ର ଅଛି ।



ଇସ୍ରାଏଲ୍ ନିଜର ସାମରିକ ସାମର୍ଥ୍ୟ ଓ ଉନ୍ନତ ଜ୍ଞାନକୌଶଳ ପାଇଁ ଜଣାଶୁଣା । ଇସ୍ରାଏଲ୍ କ୍ଷେପଣାସ୍ତ୍ର ତିଆରି କରୁଥିବା ମିଲିଟାରୀ ଇଣ୍ଡଷ୍ଟ୍ରିଜ୍ ରମାତ୍ ହାଶାରନରେ ଉପସ୍ଥିତ ଅଛି । ଏଥିରେ ପ୍ରାୟ ୩୨୦୦ କର୍ମଚାରୀ ନିୟୋଜିତ ଅଛନ୍ତି ।
Published by: Jagdish Barik
First published: September 29, 2020, 11:53 AM IST
corona virus btn
corona virus btn
Loading