News 18 Odia Digital
ନୂଆଦିଲ୍ଲୀ; ବୁଧବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance minister Nirmala Sitaraman) ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ (Budget Present) କରିଛନ୍ତି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି (Rahul gandhi) ବଜେଟ୍ ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ ଏହି ବଜେଟକୁ 'ମିତ୍ର କାଳ'ର ବଜେଟ ବୋଲି କହିଛନ୍ତି। ରାହୁଲ ଗାନ୍ଧି ଟୁଇଟ୍ କରି କହିଛନ୍ତି, “ମିତ୍ର କାଳ ବଜେଟରେ ଚାକିରି ସୃଷ୍ଟି କରିବାର କୌଣସି ଭିଜନ ନାହିଁ, ମୁଦ୍ରାସ୍ଫୀତିର ମୁକାବିଲା ପାଇଁ କୌଣସି ଯୋଜନା ନାହିଁ, ଅସମାନତାକୁ ଦୂର କରିବା ପାଇଁ କୌଣସି ଉଦ୍ଦେଶ୍ୟ ନାହିଁ।”
ରାହୁଲ ଗାନ୍ଧି ଆହୁରି କହିଛନ୍ତି, "୧% ଧନୀ ୪୦% ସମ୍ପତ୍ତିର ମାଲିକ, ୫୦% ଗରିବ ଲୋକ ୬୪% ଜିଏସଟି, ୪୨% ଯୁବକ ବେରୋଜଗାରୀ, ତଥାପି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଉନାହାଁନ୍ତି। ଏହି ବଜେଟ୍ ପ୍ରମାଣିତ କରେ ଯେ, ଭାରତର ଭବିଷ୍ୟତ ଗଠନ ପାଇଁ ସରକାରଙ୍କର କୌଣସି ରୋଡ୍ ମ୍ୟାପ୍ ନାହିଁ ।" କେନ୍ଦ୍ର ସରକାର ଏହି ବଜେଟକୁ 'ଅମୃତକାଳ ବଜେଟ୍' ବୋଲି ବର୍ଣ୍ଣନା କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ମୋଦି ସରକାରଙ୍କ ବଜେଟ୍ -୨୦୨୩ ଅମୃତକାଳର ଦୃଢ଼ ମୂଳଦୁଆ ପକାଇବା ଭଳି ବଜେଟ୍।
କଂଗ୍ରେସ ନେତାମାନେ ବଜେଟକୁ ସମାଲୋଚନା କରିଥିଲେବଜେଟକୁ ସମାଲୋଚନା କରୁଥିବା ବେଳେ ଅନ୍ୟ କଂଗ୍ରେସ ନେତାମାନେ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଟ୍ୱିଟ କରି କହିଛନ୍ତି ଯେ ଗତ ବର୍ଷର ବଜେଟରେ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ମନରେଗା ଓ ଅନୁସୂଚିତ ଜାତି ପାଇଁ କଲ୍ୟାଣ ସହ ଜଡିତ ଆବଣ୍ଟନ ନେଇ ପ୍ରଶଂସା ଲାଭ କରିଛି। ଆଜି ବାସ୍ତବତା ଦେଖାଯାଉଛି । ପ୍ରକୃତ ଖର୍ଚ୍ଚ ବଜେଟ୍ ଠାରୁ ବହୁତ କମ୍ ଅଟେ ।
ନିର୍ବାଚନକୁ ଦୃଷ୍ଟିରେ ରଖି ବଜେଟ୍ ପ୍ରସ୍ତୁତ କରାଯାଇଛିସେ ଦାବି କରିଛନ୍ତି ଯେ ହେଡଲାଇନ୍ ମ୍ୟାନେଜମେଣ୍ଟ ପାଇଁ ଏହା ହେଉଛି ମୋଦୀଙ୍କ 'ଓପେଡ' ରଣନୀତି - ଓଭର ପ୍ରମିଜ୍, ଅଣ୍ଡର ଡେଲିଭର । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଅଭିଯୋଗ କରିଛନ୍ତି ଯେ ମୋଦି ସରକାରଙ୍କ ବଜେଟ୍ ଭାରତୀୟ ଜନତା ପାର୍ଟି (ବିଜେପି) ଉପରେ ଦିନକୁ ଦିନ ହ୍ରାସ ପାଉଥିବା ଜନସାଧାରଣଙ୍କ ବିଶ୍ୱାସର ପ୍ରମାଣ ଓ ଏହା କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦ୍ର ବଜେଟ୍ ୨୦୨୩ ରେ ମୁଦ୍ରାସ୍ଫୀତି, ବେକାରୀ ଓ କୃଷକ ପ୍ରସଙ୍ଗରେ ସମାଧାନ ଖୋଜିବା ପାଇଁ କୌଣସି ପ୍ରୟାସ କରାଯାଇନାହିଁ।
ଏହି ଖବର ପଢ଼ନ୍ତୁ-
http://ପିଣ୍ଟୁ କଥା କହିପାରୁନି... ଗୋଡ ହଳଦିଆ ପଡିଯାଇଛି- ଅଭିନେତା ଶ୍ରୀତମ ଦାସନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।