ପରୀକ୍ଷା ପେ ଚର୍ଚ୍ଚା ୨୦୨୦: ଜାଣନ୍ତୁ ପ୍ରଧାନ ମନ୍ତ୍ରୀଙ୍କ ସହ କଥାବାର୍ତ୍ତା ଲାଗି କେଉଁ ପ୍ରତିଯୋଗିତା ଦ୍ୱାରା ଚୟନ ହୋଇଥିଲେ ଛାତ୍ରୀଛାତ୍ର

ଗତ ମାସରେ ପ୍ରଧାନମନ୍ତ୍ରୀ ମୋଦି ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତି ପୂର୍ବରୁ ଚ଼ାପରୁ ମୁକ୍ତ ରହିବା ଲାଗି କହିବା ସହ ଏଥି ପାଇଁ ଏକ ପ୍ରତିଯୋଗିତାର ଘୋଷଣା କରିଥିଲେ । ସେହି ପ୍ରତିଯୋଗିତାରୁ ଚ଼ୟନିତ ହୋଇଥିବା ଛାତ୍ରୀଛାତ୍ରମାନେ ପ୍ରଧାନମନ୍ତ୍ରୀଙ୍କ ସହ ତାଲକୋଟରା ଷ୍ଟାଡିୟମରେ ହେବାକୁଥିବା କାର୍ଯ୍ୟକ୍ରମରେ ଭାଗ ନେବେ ।

ପରୀକ୍ଷା ପେ ଚର୍ଚ୍ଚା ୨୦୨୦: ଜାଣନ୍ତୁ ପ୍ରଧାନ ମନ୍ତ୍ରୀଙ୍କ ସହ କଥାବାର୍ତ୍ତା ଲାଗି କେଉଁ ପ୍ରତିଯୋଗିତା ଦ୍ୱାରା ଚୟନ ହୋଇଥିଲେ ଛାତ୍ରୀଛାତ୍ର
ପ୍ରତୀକାତ୍ମକ ଫଟୋ
  • News18 Odia
  • Last Updated: January 17, 2020, 6:19 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଛାତ୍ର ଏବଂ ଶିକ୍ଷକମାନଙ୍କ ସହ ‘ପରୀକ୍ଷା ପେ ଚର୍ଚ୍ଚା’ ୨୦୨୦ କାର୍ଯ୍ୟକ୍ରମ ତୃତୀୟ ସଂସ୍କରଣରେ କିଭଳି ପରୀକ୍ଷା ସମୟରେ ଚାପ ମୁକ୍ତ ହୋଇପାରିବେ ସେ ସମ୍ପର୍କରେ ୨୦ ଜାନୁଆରୀରେ ନୂଆ ଦିଲ୍ଲୀର ତାଲକୋଟରେ ଷ୍ଟାଡିୟମରେ ଦିନ ୧୧ଟାରେ କହିବେ । ଏହି କାର୍ଯ୍ୟକ୍ରମର ପ୍ରଥମ ସଂସ୍କରଣ ଫେବୃଆରୀ ୧୬ ତାରିଖ ୨୦୧୮ରେ ସମାନ ସ୍ଥାନରେ ଆୟୋଜିତ ହୋଇଥିଲା ।

ଗତମାସରେ ପ୍ରଧାନମନ୍ତ୍ରୀ  ପରୀକ୍ଷା ସମୟରେ ଛାତ୍ରମାନଙ୍କୁ ପରୀକ୍ଷା ପ୍ରସ୍ତୁତି ସମୟରେ ଚାପ ମୁକ୍ତ ରହିବା ସହିତ ନୂଆ ଦିଲ୍ଲୀରେ ଅନୁଷ୍ଠିତ ହେବାକୁଥିବା ଏହି କାର୍ଯ୍ୟକ୍ରମରେ ଭାଗ ନେବା ଲାଗି ଛାତ୍ରୀଛାତ୍ରଙ୍କ ପାଇଁ ଏକ ପ୍ରତିଯୋଗିତାର ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ନିଜ ଟୁଇଟର ହ୍ୟାଣ୍ଡେଲରୁ ଏକ ପୋଷ୍ଟ କରି ‘‘ ପରୀକ୍ଷା ପାଖରେ ପହଞ୍ଚିଲାଣ ଏବଂ ତାହ ସହ ପରୀକ୍ଷା ପେ ଚର୍ଚ୍ଚା ମଧ୍ୟ । ତେଣୁ ଆସନ୍ତୁ ମିଳିମିଶି ପରୀକ୍ଷା ଚାପରୁ ମୁକ୍ତ ହେବା ଲାଗି କାମ କରିବା । ଏଥିପାଇଁ ଏକ ଅଲଗା ପ୍ରକାର ପ୍ରତିଯୋଗିତାର ଆୟୋଜନ କରାଯାଉଛି ଯେଉଁଥିରେ ୯ରୁ ୧୨ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ଅଂଶଗ୍ରହଣ କରିପାରିବେ । ଏହି ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଛାତ୍ରୀଛାତ୍ରମାନେ ପ୍ରଧାନମନ୍ତ୍ରୀଙ୍କ ସହ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ‘‘ ।

ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ସହଯୋଗରେ MyGov ପ୍ରୋଗ୍ରାମର ଲଞ୍ଚ କରାଯାଇ ଏଥିରେ ୯ରୁ ୧୨ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ଲାଗି କ୍ଷୁଦ୍ର ପ୍ରବନ୍ଧ ନେଇ ଘୋଷଣା କରାଯାଇଥିଲା । ଏଥିପାଇଁ ୨ ଡିସେମ୍ବର ୨୦୧୯ରୁ ଆବେଦନ ଆରମ୍ଭ କରାଯାଇଥିବାବେଳେ ୨୩ ଡିସେମ୍ବର ୨୦୧୯କୁ ଶେଷ ତାରିଖ ଭାବେ ରାଖାଯାଇଥିଲା । ଏହି ଓ୍ବେବସାଇଟରେ ପ୍ରତିଯୋଗୀ ଛାତ୍ରୀଛାତ୍ରମାନେ ୧,୫୦୦ ଶବ୍ଦରେ ନିଜର ଲେଖା ପଠାଇବାକୁ କୁହାଯାଇଥିଲା । ଏଥିପାଇଁ ଦିଆଯାଇଥିବା ୫ଟି ବିଷୟ ଗୁଡ଼ିକ ହେଲା ।

୧. ମହାନ ବ୍ୟକ୍ତିତ୍ବଙ୍କ ଉପରେ ଏକ ଲେଖା ଯେଉଁ ଛାତ୍ରମାନଙ୍କୁ ଲାଗୁଥିବ କି ସେମାନଙ୍କର ଶିକ୍ଷା ଜୀବନରେ ଏକ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବେ ଏବଂ କାହିଁ ତାଙ୍କ ପ୍ରତି କୃତଜ୍ଞ ।

୨. ନିଜ ଜୀବନର ଲକ୍ଷ୍ୟ ଏବଂ କ୍ୟାରିଅରକୁ ନେଇ ଏକ କ୍ଷୁଦ୍ର ପ୍ରବନ୍ଧ

୩. ପ୍ରଚଳିତ ପରୀକ୍ଷା ପ୍ରଣାଳୀ ଉପରେ ନିଜର ମତାମତ ଏବଂ ଏହାକୁ ଅଧିକ ସୁନ୍ଦର କରିବା ଉପରେ ନିଜର ରାୟ ।

୪. ନାଗରିକ ମାନଙ୍କର କର୍ତ୍ତବ୍ୟ ଉପରେ ନିବନ୍ଧ ଏବଂ କିଭଳି କେହି ବି ସମସ୍ତଙ୍କୁ ଅଧିକ କର୍ତ୍ତବ୍ୟନିଷ୍ଠ ନାଗରିକ ହେବା ପାଇଁ ପ୍ରେରିତ କରିପାରିବ ।

୫. ନିଜ ପାଠ୍ୟକ୍ରମ ଛଡ଼ା ଜଣେ ଛାତ୍ରର ସନ୍ତୁଳିତ ଜୀବନଯାପନ ଉପରେ ଏକ ଲେଖା ।

ଏକ ଚିତ୍ର ଏବଂ ପୋଷ୍ଟୋର ତିଆରି ପ୍ରତିଯୋଗିତା ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ପୂର୍ବରୁ ଅନୁଷ୍ଠିତ ହେବ ଯେଉଁଥିରେ ସିବିଏସ୍ଇ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ରମାନେ ଭାଗ ନେବେ । ଏଥିପାଇଁ ସାରା ଦେଶର ଛାତ୍ରୀଛାତ୍ରଙ୍କ ଠାରୁ ୭୫୦ ପୋଷ୍ଟର ଏବଂ ପେଣ୍ଟିଂ ଗ୍ରହଣ କରାଯାଇଥିବାବେଳେ ସେଥିମଧ୍ୟରୁ ଶେଷ୍ଠ ୫୦ଟି ପୋଷ୍ଟରକୁ ଚୟନ କରାଯାଇ ସେଗୁଡ଼ିକୁ କାର୍ଯ୍ୟକ୍ରମ ସ୍ଥଳରେ ପ୍ରଦର୍ଶନ କରାଯିବ । କର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପୋଷ୍ଟର ପ୍ରଦର୍ଶନୀକୁ ଦେଖିବେ ବୋଲି ଜଣାପଡ଼ିଛି ।
First published: January 17, 2020, 6:19 PM IST
corona virus btn
corona virus btn
Loading