News18 Odia Digital
ଖରାପ ଖାଦ୍ୟ ଓ ବ୍ୟସ୍ତବହୁଳ ଜୀବନଶୈଳୀ ହେତୁ ଲୋକଙ୍କଠାରେ ଗୁରୁତର ରୋଗର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏହି ଗମ୍ଭୀର ରୋଗ ମଧ୍ୟରୁ ଗୋଟିଏ ହେଉଛି କୋଲେଷ୍ଟ୍ରଲ ସ୍ତରର ବୃଦ୍ଧି। କୋଲେଷ୍ଟ୍ରଲ ହେଉଛି ରକ୍ତ ଭିତରେ ମିଳୁଥିବା ମହମ ପରି ପଦାର୍ଥ। କୋଲେଷ୍ଟ୍ରଲ ଆମ ଶରୀରରେ ଗଚ୍ଛିତ ଚର୍ବି ହଜମ କରିବାରେ ତଥା ନୂଆ କୋଷ ଗଠନରେ ସାହାଯ୍ୟ କରେ। କିନ୍ତୁ ଯେତେବେଳେ ଶରୀରରେ କୋଲେଷ୍ଟ୍ରଲ୍ର ପରିମାଣ ବଢ଼ିବା ଆରମ୍ଭ କରେ, ଏହା ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ।
ବାସ୍ତବରେ, କୋଲେଷ୍ଟ୍ରଲ ବୃଦ୍ଧି ହେତୁ ହୃଦରୋଗ ହେବାର ଆଶଙ୍କା ମଧ୍ୟ ବହୁଗୁଣିତ ହୁଏ। ଉଚ୍ଚ କୋଲେଷ୍ଟ୍ରଲ୍ର ସମସ୍ୟା ହେତୁ ଶରୀରରେ ରକ୍ତ ପ୍ରବାହ ମଧ୍ୟ କମିଯାଏ, ଯେଉଁ କାରଣରୁ ଚର୍ମର ରଙ୍ଗ ହଳଦିଆ ହୋଇଯାଏ। ସେଥିପାଇଁ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଅଧିକାଂଶ ଲୋକ ବୟସ ଅନୁଯାୟୀ କୋଲେଷ୍ଟ୍ରଲ୍ର ସ୍ତର ବିଷୟରେ ଜାଣି ନାହାଁନ୍ତି। ବୟସ ଅନୁଯାୟୀ କୋଲେଷ୍ଟ୍ରଲ ସ୍ତର କ’ଣ ହେବା ଉଚିତ ଜାଣନ୍ତୁ।
କୋଲେଷ୍ଟ୍ରଲ ବୃଦ୍ଧିର କାରଣଖରାପ ଖାଦ୍ୟ
ଅତ୍ୟଧିକ ଓଜନ ବୃଦ୍ଧି
ଶାରୀରିକ କାର୍ଯ୍ୟର ଅଭାବ
ଉଚ୍ଚ ରକ୍ତଚାପର ସମସ୍ୟା
ମଧୁମେହ
ବୟସ ଅନୁସାରେ କୋଲେଷ୍ଟ୍ରଲ୍ ସ୍ତରସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଲୋକମାନେ ସେମାନଙ୍କର ବୟସ ଅନୁସାରେ ସଠିକ୍ କୋଲେଷ୍ଟ୍ରଲ୍ ସ୍ତର ଜାଣିବା ଉଚିତ୍। ଯାହାଫଳରେ ସେ କୋଲେଷ୍ଟ୍ରଲ ସ୍ତରକୁ ଧ୍ୟାନରେ ରଖି ତାଙ୍କ ଖାଦ୍ୟ ଓ ସ୍ୱାସ୍ଥ୍ୟର ଯତ୍ନ ନେଇପାରିବେ। ଏହା ବ୍ୟତୀତ ସମୟ ସମୟରେ କୋଲେଷ୍ଟ୍ରଲ ସ୍ତର ଯାଞ୍ଚ କରିବା ମଧ୍ୟ ଆବଶ୍ୟକ ବୋଲି ବିବେଚନା କରାଯାଏ।
୧୯ ବର୍ଷ କିମ୍ବା ତାଠାରୁ କମ୍ ବୟସମୋଟ କୋଲେଷ୍ଟ୍ରଲ ସ୍ତର -୧୭୦ mg/ dl ରୁ କମ୍
LDL -୧୦୦ mg / dl ରୁ କମ୍
HDL - ୪୫ mg/ dl ରୁ କମ୍
୨୦ କିମ୍ବା ତଦୁର୍ଦ୍ଧ୍ୱ ବୟସର ମହିଳାମୋଟ କୋଲେଷ୍ଟ୍ରଲ ସ୍ତର - ୧୨୫ ରୁ ୨୦୦ mg / dl
LDL - ୧୦୦ mg / dl ରୁ କମ୍
HDL - ୫୦ mg / dl ରୁ କମ୍
୨୦ କିମ୍ବା ତଦୁର୍ଦ୍ଧ୍ୱ ବୟସର ପୁରୁଷମୋଟ କୋଲେଷ୍ଟ୍ରଲ ସ୍ତର -୧୨୫ ରୁ ୨୦୦ mg / dl
LDL - ୧୦୦ mg / dl ରୁ କମ୍
HDL -୪୦ mg / dl ରୁ କମ୍
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।