News18 Odia Digital
ଗଣେଶ ଚତୁର୍ଥୀ ୨୦୨୨ (Ganesh Chaturthi 2022): ଗଣେଶ ଚତୁର୍ଥୀ ଭଗବାନ ଶିବଙ୍କ ପୁତ୍ର ଗଣେଶ ଭଗବାନଙ୍କୁ ଉତ୍ସର୍ଗୀକୃତ ବୋଲି ବିବେଚନା କରାଯାଏ । ଚଳିତ ବର୍ଷ ଗଣେଶ ଚତୁର୍ଥୀ ଆଜି ଅର୍ଥାତ ୩୧ ଅଗଷ୍ଟ ବୁଧବାର ଦିନ ପଡୁଛି । ଗଣେଶ ଚତୁର୍ଥୀରେ ଲୋକମାନେ ଗଣେଶଙ୍କ ପ୍ରତିମାକୁ ନିଜ ଘରେ କିମ୍ବା ମଣ୍ଡପରେ ସଜାଇ ପୂଜାର୍ଚ୍ଚନା କରିଥାନ୍ତି । ଏହା ପରେ ଗଣେଶ ଚତୁର୍ଥୀର ଏକାଦଶ ଦିନରେ ଭଗବାନ ଗଣେଶଙ୍କ ମୂର୍ତ୍ତି ପବିତ୍ର ନଦୀରେ ବିସର୍ଜନ କରାଯାଇଥାଏ । ଭଗବାନ ଗଣେଶଙ୍କ ବିସର୍ଜନ ଉତ୍ସବ ପାଳନ କରିବାସହ ଭକ୍ତମାନେ ଆସନ୍ତା ବର୍ଷକୁ ତାଙ୍କର ଶୀଘ୍ର ଆସିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି । ଗଣେଶ ଭଗବାନ ଜ୍ଞାନର ଦେବତା ଅଟନ୍ତି ।
ଗଣେଶ ଭଗବାନଙ୍କୁ ସମସ୍ତ ଦେବତାମାନଙ୍କ ପୂର୍ବରୁ ପ୍ରଥମେ ଉପାସନା କରାଯାଏ । ଏହି କାରଣରୁ ଭଗବାନ ଗଣେଶଙ୍କୁ ସର୍ବ ପ୍ରଥମେ ଧାର୍ମିକ ରୀତିନୀତିରେ ପୂଜା କରାଯାଏ । ଜାଣନ୍ତୁ ଗଣେଶ ଚତୁର୍ଥୀର ପୌରାଣିକ ମହତ୍ତ୍ୱ ଓ ଭଗବାନ ଗଣେଶଙ୍କୁ ପୂଜା କରିବାର ଶୁଭ ସମୟ କ’ଣ।
ଗଣେଶ ଚତୁର୍ଥୀରେ ଭଗବାନ ଗଣେଶଙ୍କୁ ପୂଜା କରିବାର ଶୁଭ ସମୟ:ଗଣେଶ ଚତୁର୍ଥୀରେ ଗଣେଶ ମୂର୍ତ୍ତି ସ୍ଥାପନ ଦିନ ସାରା ୫ଟି ଶୁଭ ମୁହୂର୍ତ୍ତ ରହିଛି। ସକାଳ ୧୧.୨୦ରୁ ଦ୍ୱିପ୍ରହର ୧.୨୦ପର୍ଯ୍ୟନ୍ତ ସବୁଠୁ ଭଲ ସମୟ। ଏହି ସମୟ ମଧ୍ୟାହ୍ନ ସମୟ, ଯେଉଁଥିରେ ପ୍ରଭୁ ବିନାୟକଙ୍କ ଜନ୍ମ ହୋଇଥିଲା।
ପୌରାଣିକ ବିଶ୍ୱାସ ଅନୁଯାୟୀ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ପୁତ୍ର ବିଘ୍ନ ବିନାଶକ ଗଣେଶ ଭଗବାନଙ୍କ ଜନ୍ମ ଭଦ୍ରମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ହୋଇଥିଲା । ତେଣୁ ଗଣେଶ ଚତୁର୍ଥୀ କିମ୍ବା ବିନାୟକ ଚତୁର୍ଥୀ ଏହି ଦିନ ପାଳନ କରାଯାଇଥାଏ । ଗଣେଶ ଜନ୍ମ ବାର୍ଷିକୀ ଦିନ ଭଗବାନ ଗଣେଶଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଏ । ସନାତନ ଧର୍ମରେ ଗଣେଶଙ୍କୁ ଭଗବାନ ଭାବରେ ବର୍ଣ୍ଣନା କରାଯାଇଛି ଯିଏ ଦୁଃଖକୁ ଦୂର କରନ୍ତି, ସମସ୍ତ ବାଧାବିଘ୍ନକୁ ହରଣ କରି ଭକ୍ତଙ୍କ ଇଚ୍ଛା ପୂରଣ କରନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।