ସୋମ ପ୍ରଦୋଷ ବ୍ରତ ୨୦୨୨: ଆସନ୍ତୁ ଜାଣିବା ଏହି ପୂଜାର ମହତ୍ତ୍ୱ ଓ ମନ୍ତ୍ର

ବିଶ୍ୱାସ କରାଯାଏ ଯେ ଏହି ଉପବାସ ପାଳନ କରି ଲୋକ ସୁଖ, ସମୃଦ୍ଧତା ଓ ଜୀବନର ସମସ୍ତ ଆଶୀର୍ବାଦ ପ୍ରାପ୍ତ କରିନ୍ତି।

ସୋମ ପ୍ରଦୋଶ ବ୍ରତ ୨୦୨୨

ସୋମ ପ୍ରଦୋଶ ବ୍ରତ ୨୦୨୨

  • Share this:
News 18 Odia Digital

ପ୍ରତ୍ୟେକ ମାସରେ ଭକ୍ତମାନେ ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କ ଆଶୀର୍ବାଦ ପାଇବା ପାଇଁ ପ୍ରଦୋଷ ବ୍ରତ ରଖନ୍ତି। ବିଶ୍ୱାସ କରାଯାଏ ଯେ ଏହି ଉପବାସ ପାଳନ କରି ଲୋକ ସୁଖ, ସମୃଦ୍ଧତା ଓ ଜୀବନର ସମସ୍ତ ଭଲ ଜିନିଷ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଶୁକ୍ଳ ପକ୍ଷ ଓ କୃଷ୍ଣ ପକ୍ଷ ତିଥିରେ ଏହି ଉପବାସ ପ୍ରତି ମାସରେ ଦୁଇଥର ପାଳନ କରାଯାଏ। ଜୁଲାଇରେ ପ୍ରଥମ ସୋମ ପ୍ରଦୋଶ ବ୍ରତ ଜୁଲାଇ ୧୧ରେ ପାଳନ କରାଯାଇଥିଲା ଓ ଆଜି ବ୍ରତର ଦ୍ବିତୀୟ ଦିନ।

ସୋମ ପ୍ରଦୋଷ ବ୍ରତ ତାରିଖ ଏବଂ ସମୟ :

ପଞ୍ଚଙ୍ଗ ଅନୁଯାୟୀ, ଶ୍ରାବଣ ମାସର କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଆଜି ଅପରାହ୍ନ ୪:୧୫ ରୁ ଆରମ୍ଭ ହୋଇ ଜୁଲାଇ ୨୬ରେ ସନ୍ଧ୍ୟା ୬:୪୬ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।

ସୋମ ପ୍ରଦୋଷ ବ୍ରତ ସୂର୍ଯ୍ୟୋଦୟରୁ ପାଳନ କରାଯାଏ ଓ ସନ୍ଧ୍ୟାରେ ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କୁ ପ୍ରାର୍ଥନା କରି ଶେଷ ହୁଏ। ଏହି ଦିନ ଭକ୍ତମାନେ କ୍ଷୀର, ଦହି ଓ ଘିଅ ସହିତ ଶିବଲିଙ୍ଗକୁ ସ୍ନାନ କରନ୍ତି। ତା’ପରେ ସେମାନେ ଭଗବାନ ଶିବଙ୍କୁ ବେଲ ପତ୍ର, ଫୁଲ ଓ ଫଳ ଅର୍ପଣ କରନ୍ତି। ସେମାନେ ଉପବାସ ଶେଷ କରିବା ପାଇଁ ଦେବୀ ପାର୍ବତୀଙ୍କୁ ପୋଷାକ, ଲିପଷ୍ଟିକ୍, କାଜଲ, ସିନ୍ଦୂର, ମେହେନ୍ଦି ଓ ବିନ୍ଦି ଇତ୍ୟାଦି ମଧ୍ୟ ଲଗାଇ ପୂଜା କରନ୍ତି।

ପ୍ରଦୋଷ ବ୍ରତ ମନ୍ତ୍ର
ଏହି ଅବସରରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ୧୦୮ ଥର ଜପ କରନ୍ତୁ।
ମନ୍ତ୍ରଟି ହେଉଛି “ଓମ୍ ତ୍ରୟମ୍ବକମ୍ ୟଜାମାହା ସୁଗାନ୍ଧୀମ ପୁଷ୍ଟିଭାର୍ଦ୍ଧନମ୍’’
Published by:Soumyashree Mishra
First published: