News18 Odia Digital
Viral News: ସୋସିଆଲ ମିଡ଼ିଆରେ (Social Media) ପ୍ରତି ଦିନ କିଛି ନା କିଛି ଭାଇରାଲ (Viral Video) ହୁଏ। କିଛି ଭିଡିଓରେ ଲୋକଙ୍କ ଆଶ୍ଚର୍ଯ୍ୟଜନକ କାରନାମା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ନିକଟରେ ଏମିତି ଏକ ଭିଡିଓ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥିଲା। ଯାହାକୁ ଦେଖି ସମସ୍ତେ ଚକିତ ହୋଇଯାଇଥିଲା।
ଆଜ୍ଞା ହଁ, ନିକଟରେ ଜଣେ ବୃଦ୍ଧ ମହିଳା ଜବଲପୁରର ନର୍ମଦା ନଦୀ ଜଳ ଉପରେ ଚାଲିଥିବାର ଏକ ଭାଇରାଲ ଭିଡିଓ ସୋସିଆଲ ମିଡିଆ ୟୁଜର୍ସଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ବର୍ତ୍ତମାନ ସେ ଏତେ ଲୋକପ୍ରିୟ ହୋଇଯାଇଛନ୍ତି ଯେ ଲୋକମାନେ ତାଙ୍କୁ ନର୍ମଦା ନଦୀର ଦେବୀଙ୍କର ‘ଅବତାର’ ବୋଲି କହିବା କରିବା ଆରମ୍ଭ କରିଦେଇଛନ୍ତି। ଏହା ଉପରେ କେତେକ ଲୋକ ଆଧ୍ୟାତ୍ମିକ ବିଶ୍ବାସ କହୁଥିବାର ନଜର ଆସୁଛନ୍ତି। ନର୍ମଦା ନଦୀ ଜଳ ଉପରେ ଚାଲୁଥିବା ଏହି ମହିଳା ଜଣଙ୍କ ହେଲେ ଜ୍ୟୋତିବାଇ। ଯିଏ ଅନେକ ବର୍ଷ ପୂର୍ବରୁ ନିଜ ଘର ଛାଡ଼ି ରାସ୍ତାରେ ବୁଲାବୁଲି କରୁଛନ୍ତି।
ମହିଳା ଜଣକ ପ୍ରକୃତରେ ନର୍ମଦା ନଦୀ ଉପରେ ଚାଲିଥିଲେ କି?ଜ୍ୟୋତିବାଇ (Jyotibai)ଙ୍କ ନର୍ମଦା ନଦୀ ଜଳ ଉପରେ ଚାଲୁଥିବା ଭିଡିଓ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହୋଇଛି। କେତେକ ବିଶ୍ୱାସ କରୁଥିଲେ ଯେ ଜ୍ୟୋତିବାଇଙ୍କ ଚାଲିବା ଏକ ଈଶ୍ୱରୀୟ କାର୍ଯ୍ୟ ହୋଇଥିବାବେଳେ ଅନେକ ତାଙ୍କୁ ସାଧୁ ବୋଲି କହିଥିଲେ।
ତେବେ ଜ୍ୟୋତିବାଇ ନିଜେ ପ୍ରକାଶ କରିଛନ୍ତି ଯେ ସେ କୌଣସି ସାଧ୍ବୀ ନୁହଁନ୍ତି କିମ୍ବା ଦେବୀ ନର୍ମଦାଙ୍କର ଅବତାର ମଧ୍ୟ ନୁହଁନ୍ତି। ତାଙ୍କର କୌଣସି ଯାଦୁ ଶକ୍ତି ନାହିଁ ଏବଂ ସେ କେବଳ ଜଣେ ସାଧାରଣ ମହିଳା ଯିଏକି ନର୍ମଦା ନଦୀର ଦୈର୍ଘ୍ୟରେ ଚାଲିବା ପାଇଁ ପ୍ରାୟ ୧୦ ମାସ ପୂର୍ବେ ନିଜ ଘରୁ ବାହାରି ଆସିଥିଲେ।
ଭିଡିଓ ଦାବି ଅନୁଯାୟୀ ତିଲୱାରା ଘାଟରେ ଏହି ଭିଡିଓ ନିଆଯାଇନଥିଲା। ଜ୍ୟୋତିବାଇ କେବଳ ନଦୀ ଶଯ୍ୟା ଉପରେ ଚାଲୁଥିଲେ। ଜ୍ୟୋତିବାଇ ଏକ ଭକ୍ତି ଭାବନାରେ ନର୍ମଦା ନଦୀକୁ ପରିକ୍ରମା କରିବା ପାଇଁ ଯାତ୍ରା କରିଥିଲେ।
ଯେତେବେଳେ ଜଳ ସ୍ତର କମ୍ ଥିଲା, ସେ ନଦୀ ଶଯ୍ୟା ଉପରେ ଚାଲିଥିଲେ। ସେ ନଦୀରେ ଅତ୍ୟଧିକ ଗଭୀର ନଥିଲା। ସେପଟେ ଜ୍ୟୋତିବାଇଙ୍କ ପରିବାର ତାଙ୍କୁ ନରମାଦପୁରମରେ ନିଖୋଜ ଥିବା ଖବର ଦେଇଥିଲେ ଏବଂ ତାଙ୍କ ସୁରକ୍ଷା ପାଇଁ ଚିନ୍ତିତ ଥିଲେ।
ପଢ଼ନ୍ତୁ ଏହି ଖବର: Third Child: ତୃତୀୟ ଛୁଆ ଜନ୍ମ କଲେ ମିଳିବ ୫୦ ହଜାର ଟଙ୍କାଏହି ଭିଡିଓ ଭାଇାଲ ହେବା ପରେ ବର୍ତ୍ତମାନ ପୋଲିସ ତାଙ୍କ ପରିବାର ସହିତ ଯୋଗାଯୋଗ କରିଛି ଏବଂ ତାଙ୍କ ଘରକୁ ଫେରିବା ପାଇଁ ବ୍ୟବସ୍ଥା କରୁଛି। ହେଲେ ଭିଡିଓ ଭାଇରାଲ ହେବା ପୂର୍ବରୁ ଲୋକମାନେ ଡ୍ରମ ବଜାଇ ତାଙ୍କ ଚାରିପାଖରେ ଭିଡ଼ ଜମାଇଥିବା ବେଳେ ପୋଲିସ ନର୍ମଦା ନଦୀ କୂଳରେ ପହଞ୍ଚି ଏହାର ଯାଞ୍ଚ କରିଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।