News 18 Odia Digital
Puja Jainnନମ୍ବର ୫ ଜ୍ୟୋତିଷ ଏବଂ ସଂଖ୍ୟା ବିଜ୍ଞାନରେ ବୁଧ ଗ୍ରହକୁ ପ୍ରତିନିଧିତ୍ୱ କରିଥାଏ। ୫ ପ୍ରାୟତ ସମସ୍ତ ସଂଖ୍ୟାର ସବୁଠାରୁ ଭାଗ୍ୟଶାଳୀ ସଂଖ୍ୟା ଅଟେ ଏବଂ ଅତୀତର ଦୀର୍ଘ ଦିନର କଠିନ ପରିଶ୍ରମ ପରେ ଏହା ଅପଣଙ୍କ ଭାଗ୍ୟ ବଦଳାଇଦେଇପାରେ। ନମ୍ୱର ୫ ରେ ଜନ୍ମ ହୋଇଥିବା ବ୍ୟକ୍ତି ସବୁଠାରୁ ଭାଗ୍ୟଶାଳୀ, ବହୁମୁଖୀ, ବୋଲ୍ଡ, ପ୍ରସିଦ୍ଧ ଏବଂ ସମସ୍ତଙ୍କର ପ୍ରିୟ।
ଏହି ବ୍ୟକ୍ତିମାନେ ସେମାନଙ୍କର ଆକର୍ଷଣୀୟତା ଏବଂ ରୋମାଣ୍ଟିକ ପ୍ରକୃତି ହେତୁ ପ୍ରାୟତ ଭବିଷ୍ୟତରେ ଖୁସିରେ ରୁହନ୍ତି। ମନେରଖନ୍ତୁ ଯଦି ଆପଣଙ୍କର କୌଣସି ପରିବାର ସଦସ୍ୟ କିମ୍ବା ବନ୍ଧୁ ଆପଣଙ୍କ ଅତି ପ୍ରିୟ, ତେବେ ତାଙ୍କୁ ସ୍ନେହ ଏଵଂ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଅନ୍ତୁ।
ଦିନର ଶେଷ ଭାଗ ଆନନ୍ଦଦାୟକ କାର୍ଯ୍ୟ କରିବା ପାଇଁ ଅତି ଶୁଭ ଅଟେ। ଆପଣଙ୍କ ପ୍ରେମୀଙ୍କର ଅନାବଶ୍ୟକ ଅନୁରୋଧ କୁ ଗୁରୁତ୍ୱ ଦିଅନ୍ତୁ ନାହିଁ। ଯଦି ଆପଣ ଆପଣଙ୍କ କାର୍ଯ୍ୟ ଉପରେ ଧ୍ୟାନ ଦେବେ ତାହେଲେ ସଫଳତା ଓ ପ୍ରତିଷ୍ଠା ଆପଣଙ୍କ ହବ। ନିଜ ଯୋଜନାର ପରୀକ୍ଷା ନେବା ପାଇଁ ଏଇଟା ଶୁଭ ସମୟ ଅଟେ। କୌଣସି ଯୋଜନା କରିବା ଆଗରୁ ନିଜର ଜୀବନସାଥିଙ୍କୁ ପଚାରି ନିଅନ୍ତୁ, ନଚେତ ତାଙ୍କର କ୍ରୋଧର ସମ୍ମୁଖୀନ ହେବାକୁ ପଡ଼ି ପାରେ।
ପ୍ରତିକାର
୧. ସମସ୍ତ ବୁଧବାର ଭଗବାନ ଗଣେଶଙ୍କ ରୀତିନୀତି ପାଳନ କରନ୍ତୁ
୨. ଭଗବାନ ଗଣେଶ ଏବଂ ଗାଈମାନଙ୍କୁ ସବୁଜ ଘାସ ଅର୍ପଣ କରନ୍ତୁ
୩. ସବୁଦିନ ସକାଳେ ସବୁଜ ଘାସ ଉପରେ ଖାଲି ପାଦରେ ଚାଲନ୍ତୁ
୪.ଏକ ପଞ୍ଚମୁଖୀ ମାଳି ସର୍ବଦା ବ୍ୟାଗରେ ରଖନ୍ତୁ
୫. ଭାଗ୍ୟଶାଳୀ ରଙ୍ଗ ପରି ସବୁଜ ଏବଂ ଧଳା ରଙ୍ଗର ପୋଷାକ ପିନ୍ଧନ୍ତୁ
୬. ଆମିଷ, ମଦ, ତମାଖୁ ଏବଂ ଚମଡା ଦ୍ରବ୍ୟ ଜିନିଷଠାରୁ ଦୁରେଇ ରୁହନ୍ତୁ
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।