New Parliament Building: ନୂଆ ସଂସଦ ଭବନ ବାବଦରେ କିଛି ଖାସ୍ କଥା...

New Parliament Building: ନୂଆ ସଂସଦ ଭବନ ଦେଖିବାକୁ ତ ଦୁଇ ମହଲା ହେବ। କିନ୍ତୁ ଏଥିରେ ସବୁଠାରୁ ତଳେ ଲୋୟର ଗ୍ରାଉଣ୍ଡ ଫ୍ଲୋର ରହିବ। ଆଉ ତା’ ଉପରେ ଅପର ଗ୍ରାଉଣ୍ଡ ଫ୍ଲୋର ଗ୍ରାଉଣ୍ଡ ଫ୍ଲୋର୍‌ ଉପରେ ପ୍ରଥମ ମହଲା ଓ ଦ୍ବିତୀୟ ମହଲା ହେବ।

ନୂଆ ସଂସଦ ଭବନ ବାବଦରେ କିଛି ଖାସ୍ କଥା...

ନୂଆ ସଂସଦ ଭବନ ବାବଦରେ କିଛି ଖାସ୍ କଥା...

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

New Parliament Building: ବିଶ୍ବର ସର୍ବବୃହତ୍‌ ଗଣତନ୍ତ୍ର। ଆର୍ଯ୍ୟ ମାଟିର ସାର୍ବଭୌମ। ନୂଆ ଭାରତର ପରିକଳ୍ପନା ନେଉଛି ବାସ୍ତବତାର ରୂପ। ଏହି ସଂସଦ ଭବନ ଅନେକ ଦୃଷ୍ଟିକୋଣରୁ ସ୍ବତନ୍ତ୍ର। ସେଥିପାଇଁ ତ ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା।

ନୂଆ ସଂସଦ ଭବନ ଦେଖିବାକୁ ତ ଦୁଇ ମହଲା ହେବ। କିନ୍ତୁ ଏଥିରେ ସବୁଠାରୁ ତଳେ ଲୋୟର ଗ୍ରାଉଣ୍ଡ ଫ୍ଲୋର ରହିବ। ଆଉ ତା’ ଉପରେ ଅପର ଗ୍ରାଉଣ୍ଡ ଫ୍ଲୋର ଗ୍ରାଉଣ୍ଡ ଫ୍ଲୋର୍‌ ଉପରେ ପ୍ରଥମ ମହଲା ଓ ଦ୍ବିତୀୟ ମହଲା ହେବ। ଆଉ ତା’ ଉପରେ ଛାତ ରହିଛି।

ନୂଆ ସଂସଦ ଭବନରେ ୪ଟି ଦ୍ବାର ଅଛି। ଯେଉଁଥିରୁ ଗୋଟିଏ ଦ୍ବାର ସମାରୋହ ସମୟରେ ଅତିଥିଙ୍କ ଆସିବା ପାଇଁ ରହିବ। ଅର୍ଥାତ୍‌ ସ୍ବତନ୍ତ୍ର ଅଧିବେଶନ କାଳରେ ରାଷ୍ଟ୍ରପତି ଏହି ଦ୍ବାର ଦେଇ ସଂସଦକୁ ପ୍ରବେଶ କରିବେ। ଲୋକସଭାର ବାଚସ୍ପତି ଓ ରାଜ୍ୟସଭାର ଅଧ୍ୟକ୍ଷଙ୍କ ଆସିବା ପାଇଁ ଏକ ନୂଆ ଦ୍ବାର ରହିବ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଓ ଭିଆଇପିଙ୍କ ପାଇଁ ଏକ ଭିନ୍ନ ପ୍ରବେଶ ଦ୍ବାର ରହିବ। ସାଂସଦଙ୍କ ପାଇଁ ନୂଆ ସଂସଦରେ ଭିନ୍ନ ପ୍ରବେଶ ଦ୍ବାର ରହିବ।

୬୪ ହଜାର ୫୦୦ ବର୍ଗ ମିଟର କ୍ଷେତ୍ରଫଳ ବିଶିଷ୍ଟ ଚାରି ମହଲା ସଂସଦ ଭବନରେ ତିନିଟି ମୁଖ୍ୟ ଦ୍ବାର ରହିଛି। ତିନିଟି ଦ୍ବାର ‌ହେଲା ଜ୍ଞାନ ଦ୍ବାର, ଶକ୍ତି ଦ୍ବାର ଓ କର୍ମ ଦ୍ବାର। କର୍ମଦ୍ବାରର ଡାହାଣ କାନ୍ଥରେ କୋଣାର୍କ ଚକ ଶୋଭା ପାଉଥିବା ବେଳେ ବାମ କାନ୍ଥରେ ସର୍ଦ୍ଦାର ପଟେଲ ଓ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଲାଗିଛି।

ସେହିପରି ଜ୍ଞାନ ଦ୍ବାରର ଡାହାଣ କାନ୍ଥରେ ଗାର୍ଗୀ- ଯାଜ୍ଞବଲକ୍ୟ ସମ୍ବାଦ ଓ ନାଳନ୍ଦା ପ୍ରତିମୂର୍ତ୍ତି ଲାଗିଥିବା ବେଳେ ଶକ୍ତି ଦ୍ବାର ଡାହାଣ କାନ୍ଥରେ ଚାଣକ୍ୟ ଓ ବାମ କାନ୍ଥରେ ମହାତ୍ମା ଗାନ୍ଧି-ଲବଣ ସତ୍ୟାଗ୍ରହର ପ୍ରତିମୂର୍ତ୍ତି ଶୋଭା ପାଉଛି। ନୂଆ ସଂସଦ ଭବନର କର୍ମଦ୍ବାରରେ ଲାଗିଥିବା କୋଣାର୍କ ଚକ ନିର୍ମାଣ ଗତ ୫ ମାସ ତଳୁ ଆରମ୍ଭ ହୋଇଥିଲା। ଗାଜିଆବାଦର ଲୋନିରେ ୩୦ରୁ ଅଧିକ କାରିଗର ଏହାର ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଏହାର ଓଜନ ରହିଛି ୩ ହଜାର କିଲୋଗ୍ରାମ। ସମ୍ପୂର୍ଣ୍ଣ ରୂପେ ଏହା ପିତ୍ତଳରେ ତିଆରି ହୋଇଛି। ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟ ୨୦୨୧ ଜାନୁଆରି ୧୫ରେ ଆରମ୍ଭ ହୋଇଥିଲା।

ନୂଆ ସଂସଦ ଭବନର ପରମାୟୁ ୧୫୦ ବର୍ଷରୁ ଊର୍ଦ୍ଧ୍ୱ ଏବଂ ଏଥିରେ ୧୫୦% ଅଧିକ ସାଂସଦ ବସି ପାରିବେ ବୋଲି ଗୁରୁବାର କେନ୍ଦ୍ର ସରକାର କହିଛନ୍ତି। ଜାତୀୟ ପକ୍ଷୀ ମୟୂରକୁ ଆଧାର କରି ଲୋକସଭାକୁ ରୂପାୟନ କରାଯାଉଥିବା ବେଳେ ଜାତୀୟ ପୁଷ୍ପ ପଦ୍ମ ଆଧାରରେ ରୂପାୟିତ ହେବ ରାଜ୍ୟସଭା।

ଏ ଦୁଇଟି ସଦନ ଛଡ଼ା ଏହି ତ୍ରିକୋଣାକାର ଅଟ୍ଟାଳିକାରେ ରହିଛି ଏକ ସମ୍ବିଧାନ ହଲ୍‌। ଏଥିରେ ପ୍ରଦର୍ଶିତ ହେବ ମୂଳ ସମ୍ବିଧାନ ଏବଂ ଲୋକଙ୍କ ପଢ଼ିବା ନିମନ୍ତେ ସମ୍ବିଧାନର ପ୍ରତ୍ୟେକ ପୃଷ୍ଠାର ଡିଜିଟାଲ୍‌ ସଂସ୍କରଣ। ପାର୍ଲାମେଣ୍ଟ ଭବନର ଏହି ଅଂଶଟି ହେବ ଏକମହଲା। ‘ସେଣ୍ଟ୍ରାଲ୍‌ ଭିଷ୍ଟା’ ପୁନଃ ବିକାଶ ପ୍ରକଳ୍ପର ଅଂଶବିଶେଷ ଭାବେ ନିର୍ମାଣ ହେଉଥିବା ନୂଆ ସଂସଦ ଭବନର କାନ୍ଥରେ ଦ୍ରୌପଦୀ, ସୀତା, ରେଜିଆ ସୁଲ୍‌ତାନା, ଆକ୍କା ମହାଦେବୀ, ଅହଲ୍ୟା ‌ହୋଲ୍‌କର୍‌ଙ୍କ ଭଳି ଭାରତର ବହୁ ପୌରାଣିକ ଏବଂ ଐତିହାସିକ ନାରୀମାନଙ୍କର ଛବି ସ୍ଥାନ ପାଇବ।

ଅହମଦାବାଦର ଏଚ୍‌ସିପି ଏହାର ଡିଜାଇନ କରିଥିବା ବେଳେ ଆର୍କିଟେକ୍ଟ ବିମଳ ପଟେଲ ଏହାର ପ୍ଲାନିଂ ଓ ମ୍ୟାନେଜମେଣ୍ଟ କରିଥିଲେ। ଟାଟା ପ୍ରୋଜେକ୍ଟସ ଲିମିଟେଡ୍ ଦ୍ବାରା ବର୍ତ୍ତମାନର ସଂସଦ ଭବନ ପାର୍ଶ୍ବରେ ଏହାର ନିର୍ମାଣ କରାଯାଇଛି।

ପଢ଼ନ୍ତୁ ଏହି ଖବର:  World Bank Report: ଭାରତରେ ସାନିଟାରୀ ପ୍ୟାଡରେ ଉପରେ ଲାଗେ କି GST?

ସେହିପରି ନୂଆ ଭବନରେ ଷ୍ଟେଟ୍‌-ଅଫ୍-ଆର୍ଟ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି। ପ୍ରତ୍ୟେକ ଭୋଟିଂ ପାଇଁ ବାୟୋମେଟ୍ରିକ୍ ବ୍ୟବସ୍ଥା କରାଯାଇଛି। ଡିଜିଟାଲ ଲାଙ୍ଗୁଏଜ୍ ଇଣ୍ଟରପ୍ରିଟେସନ ବା ଟ୍ରାନ୍ସଲେସନ ବ୍ୟବସ୍ଥା କରାଯାଇଛି। ପ୍ରତିଧ୍ବନି ଶୁଣା ନ ଯିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହି ନୂଆ ସଂସଦ ପାଇଁ ଖର୍ଚ୍ଚ ହୋଇଛି ୯୭୦ କୋଟି ଟଙ୍କା। ଏହା ବ୍ୟତୀତ ଏଠାରେ ଅଛି ମଲ୍‌ଟିପୁଲ କମିଟି ରୁମ୍, ଡାଇନିଂ ଏରିଆ, ଆଧୁନିକ ପାର୍କିଂ ବ୍ୟବସ୍ଥା।
Published by:Lipina Das
First published: