Fatty Liver: ଫ୍ୟାଟି ଲିଭର ସମସ୍ୟା; ଏହି ଲକ୍ଷଣକୁ ଜମା କରନ୍ତୁନି ଅଣଦେଖା

Health Tips: ଲିଭର ଆମ ଶରୀରର ଏକ ପ୍ରମୁଖ ଅଙ୍ଗ। କାରଣ ଯଦି ଆମ ଶରୀରକୁ କେଉଁ ଅଙ୍ଗ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ ତେବେ ତାହା ହେଉଛି ଲିଭର। ଏଥି ପାଇଁ ଲିଭରକୁ ସବୁବେଳେ ସୁସ୍ଥ ରଖିବା ଉଚିତ୍।

ଫ୍ୟାଟି ଲିଭର ସମସ୍ୟାଫ୍ୟାଟି ଲିଭର ସମସ୍ୟାଫ୍ୟାଟି ଲିଭର ସମସ୍ୟା

ଫ୍ୟାଟି ଲିଭର ସମସ୍ୟାଫ୍ୟାଟି ଲିଭର ସମସ୍ୟାଫ୍ୟାଟି ଲିଭର ସମସ୍ୟା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Health Tips: ଲିଭର (Liver) ଆମ ଶରୀରର ଏକ ପ୍ରମୁଖ ଅଙ୍ଗ। କାରଣ ଯଦି ଆମ ଶରୀରକୁ କେଉଁ ଅଙ୍ଗ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ ତେବେ ତାହା ହେଉଛି ଲିଭର। କାରଣ ଏହା ଶରୀରର ବର୍ଜ୍ୟ ବସ୍ତୁକୁ ନିଷ୍କାସିତ କରେ।

ଲିଭରରେ ସାଧାରଣତଃ ଫ୍ୟାଟି ଲିଭର (Fatty Liver) ଭଳି ସମସ୍ୟା ଦେଖା ଦେଇଥାଏ। ଯାହାକୁ ଆପଣ ଅଣଦେଖା କରିଦିଅନ୍ତି ଆଉ ପରେ ବଡ଼ ଲିଭର ଜନିତ ସମସ୍ୟାର ଶିକାର ହୁଅନ୍ତି। ତେବେ ଆପଣ କିଭଳି ଫ୍ୟାଟି ଏସିଡ ହୋଇଥିବାର ଲକ୍ଷଣକୁ ଚିହ୍ନିବେ ଆସନ୍ତୁ ଜାଣିବା...

ଲିଭରରେ ଅଧିକ ଫ୍ୟାଟ (Fat) ଜମା ହେବା ଦ୍ଵାରା ଫ୍ୟାଟି ଲିଭର ଜନିତ ସମସ୍ୟା ଦେଖା ଦେଇଥାଏ ବା ତାହାକୁ ଫ୍ୟାଟି ଲିଭର କୁହାଯାଏ। ଲିଭରରେ ଅଧିକ ଫ୍ୟାଟ ନିଶା ସେବନ କରିବା ଦ୍ଵାରା ଜମା ହୋଇଥାଏ। ଏହାକୁ କୁହାଯାଏ ଆଲକହଲ ଫ୍ୟାଟି ଲିଭର ଡିଜିଜ। ଯଦି ଆପଣ ନିଶା ସେବନ କରୁନାହାନ୍ତି ଆଉ ଆପଣଙ୍କ ଲିଭରରେ ଫ୍ୟାଟ ଜମି ଯାଉଛି ତେବେ ଏହାକୁ ନନ ଆଲକହଲିକ ଡିଜିଜ ବୋଲି କୁହାଯାଏ। ତେବେ ଫ୍ୟାଟି ଲିଭର ହେବାର ଲକ୍ଷଣ କଣ ହୋଇଥାଏ ଆସନ୍ତୁ ଜାଣିବା...

୧-ଆପଣ ସକାଳୁ ଶୋଇକି ଉଠିବା ପରେ ବି ଯଦି ଆପଣଙ୍କ ଥକ୍କାପଣ ଅନୁବଭବ ହେଉଥାଏ ତେବେ ଆପଣଙ୍କୁ ଏଥିପ୍ରତି ଧ୍ୟାନ ଦେବା ଉଚିତ୍। ଆପଣ ଆବଶ୍ୟକ ଥିବା ନିଦ୍ରା ପୂରା କରିବା ପରେ ମଧ୍ୟ ଯଦି ଆପଣଙ୍କୁ ପ୍ରତ୍ୟେକ ଦିନ ଏଭଳି ଥକ୍କାପଣ ଅନୁଭବ ହେଉଥାଏ ତେବେ ଏହା ଫ୍ୟାଟି ଲିଭର ହେବାର ଲକ୍ଷଣ।

୨- ଆପଣଙ୍କ ବାମ ପଟର ଉପର ପେଟରେ କଷ୍ଟ ଅନୁଭୂତ ହେବା ସହ ଯଦି ଆପଣଙ୍କ ପେଟ ଆବଶ୍ୟକତା ଠାରୁ ଅଧିକ ବଡ଼ ହୋଇଯାଇଥାଏ ତେବେ ଏହା ଫ୍ୟାଟି ଲିଭରର ଲକ୍ଷଣ ହୋଇଥାଏ। ଯଦି ଆପଣ ଏହି ଲକ୍ଷଣକୁ ଧ୍ୟାନ ନ ଦେଇଥାନ୍ତି ତେବେ ଏହା ବଢ଼ିବାକୁ ଲାଗିଥାଏ ଯାହାଦ୍ୱାରା ଆଗକୁ ଯାଇ ଆପଣଙ୍କ ଆଖି ହଲକା ହଳଦିଆ ଦେଖାଯାଏ। ଯାହାକୁ ଜଣ୍ଡିସ କୁହାଯାଏ।

୩- ଯଦି ଆପଣଙ୍କ ଲିଭର ନ ଆଲକହଲିକ ଡିଜିଜରେ ପୀଡିତ ଅଛି ଆଉ ଆପଣ ଏଥିପ୍ରତି ଧ୍ୟାନ ନ ଦେଇ ଏହାଉପରେ ନିଶା ସେବନ କରିବା ଆରମ୍ଭ କରିନ୍ତି ତେବେ ଆପଣଙ୍କ ଲିଭର ସମ୍ପୂର୍ଣ ଖରାପ ହେବ ବୋଲି ଜାଣି ନିଅନ୍ତୁ। ତାହା ଆପଣଙ୍କ ଲିଭରକୁ ଆହୁରି ଅତ୍ୟଧିକ ଖରାପ କରିଦେଇଥାଏ।

ପଢ଼ନ୍ତୁ ଏହି ଖବର:  ଲିଭର ନଷ୍ଟ କରିଦେବ ଏହି ରୋଗ; ୫ଟି ଲକ୍ଷଣ ଦେଖିବା ମାତ୍ରେ ଆରମ୍ଭ କରନ୍ତୁ ଚିକିତ୍ସା

୪- ଯଦି ଆପଣଙ୍କୁ ଡାଇବେଟିସ ହୋଇଥିବା ଏବଂ ଆପଣଙ୍କ ଓବିସିଟି ଅଧିକ ଥିବା ତେବେ ଏହି କ୍ଷେତ୍ରରେ ଫ୍ୟାଟି ଲିଭର ଜନିତ ସମସ୍ୟା ରହିଥିଲେ ତାହା ଆହୁରି ଅଧିକ ବଢ଼ିବାକୁ ଲାଗିଥାଏ। ତେଣୁ ଆପଣଙ୍କୁ ପ୍ରଥମେ ଫ୍ୟାଟି ଲିଭର ହେବାର ଏହି ଲକ୍ଷଣକୁ ଚିହ୍ନିବା ଆବଶ୍ୟକ। ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି।
Published by:Lipina Das
First published: