ମକର ସଂକ୍ରାନ୍ତିରେ କାହିଁକି ଗୁଡ଼ି ଉଡ଼ାଇବା ଏକ ପରମ୍ପରା ଭାବେ ରହିଆସିଛି? ଜାଣନ୍ତୁ କେମିତି ଆରମ୍ଭ ହେଲା

କେତେକ ମାନ୍ୟତା ଅନୁସାରେ ମକର ସଂକ୍ରନ୍ତିରେ ଗୁଡ଼ି ଉଡ଼ାଇବାର ପରମ୍ପରା ଚାଲିଆସୁଅଛି । ଏହା ଫଳରେ ଲୋକେ ସୂର୍ଯ୍ୟ କିରଣ ସହ ପ୍ରତ୍ୟକ୍ଷ ସମ୍ପର୍କରେ ଆସିପାରିବେ ଏବଂ ଶୀତ ଦିନେ ହେଉଥିବା ବିଭିନ୍ନ ପ୍ରକାର ଚର୍ମ ରୋଗରୁ ରକ୍ଷା ପାଇପାରିବେ ।

ମକର ସଂକ୍ରାନ୍ତିରେ କାହିଁକି ଗୁଡ଼ି ଉଡ଼ାଇବା ଏକ ପରମ୍ପରା ଭାବେ ରହିଆସିଛି? ଜାଣନ୍ତୁ କେମିତି ଆରମ୍ଭ ହେଲା
ଗୁଜୁରାଟର ଅହମଦାବାଦଠାରେ ଆୟୋଜିତ ଅନ୍ତର୍ଜାତୀୟ ଗୁଡ଼ି ଉଡ଼ା ପ୍ରତିଯୋଗିତା (ପ୍ରତୀକାତ୍ମକ ଫଟୋ)
  • News18 Odia
  • Last Updated: January 14, 2020, 3:34 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ମକର ସଂକ୍ରାନ୍ତି ଭାରତରେ ପାଳିତ ହେଉଥିବା ଅନ୍ୟତମ ପ୍ରାଚୀନ ହିନ୍ଦୁ ପରମ୍ପରାମାନଙ୍କ ମଧ୍ୟରୁ ଗୋଟିଏ ହୋଇଥିବାବେଳେ ଏହି ପର୍ବରେ ଶକ୍ତିର ପ୍ରତୀକ ସୂର୍ଯ୍ୟଙ୍କୁ ପୂଜା କରାଯାଇଥାଏ । ଏହା ପରଠାରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ । ଏହି ପର୍ବରେ ଲୋକମାନେ ଗୁଡ଼ି ଉଡ଼ାଇ ଏବଂ ଗଜକ ଭଳି ପାରମ୍ପରିକ ମିଠା ପ୍ରସ୍ତୁତ କରିଥାନ୍ତି ଯାହା ବସନ୍ତ ଆଗମନର ପ୍ରତୀକ ଭାବେ ଦେଖାଯାଇଥାଏ । ଦେଶର ବିଭିନ୍ନ ସ୍ଥାନରେ ମକର ସଂକ୍ରାନ୍ତି ଅଲଗା ଅଲଗା ପ୍ରକାରରେ ପାଳନ କରାଯାଇଥାଏ । କେତେକ ସ୍ଥାନରେ ଲୋକେ ମିଠା ଆଦାନ ପ୍ରଦାନ କରୁଥିବାବେଳେ ଅନ୍ୟ କେତେକ ସ୍ଥାନରେ ପବିତ୍ର ନଦୀରେ ବୁଡ଼ ପକାଇ ଏହାକୁ ପାଳନ କରିଥାନ୍ତି ।

ଗୁଡ଼ି ଉଡ଼ା ମକର ସଂକ୍ରାନ୍ତିର ଏକ ପ୍ରମୁଖ ଅଙ୍ଗ ହୋଇଥିବାବେଳେ ମକରସଂକ୍ରାନ୍ତି ସକାଳୁ ପୁରା ଆକାଶ ରଙ୍ଗୀନ ଗୁଡ଼ିରେ ଭର୍ତ୍ତି ହୋଇଯାଇଥାଏ ।

କ’ଣ ରହିଛି କିମ୍ବଦନ୍ତୀ

ତାମିଲର ତନ୍ଦନାନ ରାମାୟଣର କଥା ଅନୁସାରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ମକର ସଂକ୍ରାନ୍ତି ଦିନ ଗୁଡ଼ି ଉଡ଼ାଇବାର ପରମ୍ପରା ଆରମ୍ଭ କରିଥିଲେ । କୁହାଯାଇଥାଏ ଏହି ଦିନ ଭଗବାନ ରାମଙ୍କ ଦ୍ବାରା ଉଡ଼ାଯାଇଥିବା ଗୁଡ଼ି ଇନ୍ଦ୍ରଲୋକକୁ ଚାଲିଯାଇଥିଲା । ରାମଚରିତ ମାନସ ଅନୁସାରେ ଜଣାପଡ଼ିଥାଏ କି ଭଗବାନ ଶ୍ରୀରାମଙ୍କ ଗୁଡ଼ି ଯାହା ଇନ୍ଦ୍ରଲୋକକୁ ପଳାଇଥିଲା । ତାହାକୁ ଇନ୍ଦ୍ରଙ୍କ ପୁତ୍ର ଜୟନ୍ତଙ୍କ ସ୍ତ୍ରୀଙ୍କୁ ବହୁତ ପସନ୍ଦ ଆସଥିଲା ଏବଂ ସେ ଏହାକୁ ନିଜ ପାଖରେ ରଖିଦେଇଥିଲେ । ସେ ଭାବିଥିଲେ କି ଯାହାର ଗୁଡ଼ି ସେ ତ ନିଶ୍ଚିତ ଏହାକୁ ନେବାକୁ ଆସିବ । ସେପଟେ ପ୍ରଭୁ ଶ୍ରୀରାମ ହନୁମାନଙ୍କୁ ଗୁଡ଼ି ଖୋଜିବାପାଇଁ ପଠାଇଥିଲେ । ଯେତେବେଳେ ହନୁମାନ ଜୟନ୍ତଙ୍କ ସ୍ତ୍ରୀଙ୍କୁ ଗୁଡ଼ି ଫେରାଇବା ପାଇଁ କହିଥିଲେ ସେତେବେଳେ ସେ ପ୍ରଭୁ ଶ୍ରୀରାମଙ୍କୁ ଦେଖିବାକୁ ଇଚ୍ଛାପ୍ରକାଶ କରିଥିଲେ । ଶ୍ରୀରାମଙ୍କୁ ଦେଖିବା ପରେ ହିଁ ଗୁଡ଼ି ଦେବେ ବୋଲି କହିଥିଲେ । ତେବେ ହନୁମାନ ନିଜ ପ୍ରଭୁଙ୍କ ପାଖରେ ପହଞ୍ଚି ପୁରା ପ୍ରସଙ୍ଗ ଶୁଣାଇଥିଲେ ପରେ ଶ୍ରୀରାମ ତାଙ୍କୁ ଚିତ୍ରକୂଟରେ ଦର୍ଶନ ଦେବାକୁ କହି ପୁଣିଥରେ ପଠାଇଦେଇଥିଲେ । ଜୟନ୍ତଙ୍କ ସ୍ତ୍ରୀ ହନୁମାନଙ୍କଠାରୁ ସମସ୍ତ ବୃତାନ୍ତ ଶୁଣିବା ପରେ ତାଙ୍କୁ ଗୁଡ଼ି ଫେରାଇଦେଇଥିଲେ ।

କେବଳ ଧାର୍ମିକ ନୁହେଁ ବୈଜ୍ଞାନିକ ମହତ୍ବ ମଧ୍ୟ ଅଛି

ମକର ସଂକ୍ରାନ୍ତି ଦିନ ଗୁଡ଼ି ଉଡ଼ାଇବା ପରମ୍ପରା କେବଳ ଧାର୍ମିକ ମହତ୍ବ ନୁହେଁ ଏ ନେଇ ବୈଜ୍ଞାନିକ ମହତ୍ବ ବି ଅଛି । ଗୁଡ଼ି ଉଡ଼ାଇବା ଦ୍ବାରା ଅନେକ ବ୍ୟାୟାମ ହୋଇଥାଏ । ଏହି ପର୍ବ ଶୀତ ଦିନେ ହେଉଥିବାରୁ ଖରାରୁ ଶରୀରକୁ ବହୁତ ଉର୍ଜା ମିଳୁଥିବାବେଳେ ଚର୍ମରୋଗ ସମନ୍ଧୀୟ ରୋଗରୁ ରକ୍ଷା ମିଳିଥାଏ ।

ଭାରତରେ ମକର ସଂକ୍ରାନ୍ତିରେ ଅନେକ ସ୍ଥାନରେ ଗୁଡ଼ି ଉଡ଼ା ପ୍ରତିଯୋଗିତା ଆୟୋଜିତ ହେଉଥିବାବେଳେ କେତେକ ସ୍ଥାନରେ ଏଥିପାଇଁ ଏଣ୍ଟ୍ରିଫିସ୍ ନିଆଯାଇଥାଏ  ଏବଂ କେତେମ ସ୍ଥାନରେ ନିଶୁଳ୍କ ଆୟୋଜିତ ହୋଇଥାଏ । ଆକାଶରେ ରଙ୍ଗବେରଙ୍ଗର ଗୁଡ଼ି ଉଡ଼ୁଥିବାବେଳେ ଏହା ଦେଖିବାକୁ ଅତ୍ୟନ୍ତ ମନମୁଗ୍ଧକର ହୋଇଥାଏ ।

ମକର ସଂକ୍ରାନ୍ତିରେ ଗୁଜୁରାଟର ଅହମଦାବାଦରେ ୧୪ରୁ ୧୬ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଗୁଡ଼ି ଉଡ଼ା କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ସେହିପରି ଜୟପୁରରେ ମଧ୍ୟ ୧୪ରୁ ୧୬ତାରିଖ ପର୍ଯ୍ୟନ୍ତ ଗୁଡ଼ି ଉଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥାଏ । ସେହିପରିର ବେଙ୍ଗାଲୁରୁରେ ୧୯ ଜାନୁଆରୀରେ ଏହି  ପ୍ରତିଯୋଗିତା ହେଉଥିବାବେଳେ ହାଇଦ୍ରାବାଦରେ ଚଳିତ ବର୍ଷ ୧୫ତାରିଖରୁ ଏହା ଆୟୋଜିତ ହେବ । ଏହା ଛଡ଼ା ଦେଶର ଅନେକ ସ୍ଥାନରେ ମଧ୍ୟ ଛୋଟ ବଡ଼ ଭାବେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥାଏ ।
Published by: Durgamadhab Rath
First published: January 14, 2020, 11:51 AM IST
corona virus btn
corona virus btn
Loading