Farmers Tractor Rally: ଲାଲ୍ କିଲ୍ଲାରେ ପ୍ରବେଶ କଲେ ପଦର୍ଶନକାରୀ; ପ୍ରାଚୀରରେ ପତାକା ଉଡ଼ାଇବକୁ ଚେଷ୍ଟା କଲେ

Farmers Tractor Rally: ଲାଲ କିଲ୍ଲାରେ ପହଞ୍ଚିଥିବା ଚାଷୀଙ୍କୁ ମନାଇବା ସମେତ ପୋଲିସ ସେଠାରୁ ତାଙ୍କୁ ଯିବାକୁ ନିବେଦନ କରୁଛି । କୃଷକମାନେ କ୍ରମାଗତ ଭାବରେ ଲାଲ୍ କିଲ୍ଲା ବାହାରେ ଜମା ହେଉଛନ୍ତି ।

ଲାଲ୍ କିଲ୍ଲାରେ ପ୍ରବେଶ କଲେ ପଦର୍ଶନକାରୀ

ଲାଲ୍ କିଲ୍ଲାରେ ପ୍ରବେଶ କଲେ ପଦର୍ଶନକାରୀ

  • Share this:
News18 Odia Digital
ନୂଆ ଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ଟ୍ରାକ୍ଟର ରାଲି କରି କେନ୍ଦ୍ର ସରକାରଙ୍କ ଚାଷ ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନେ ଲାଲ୍ କିଲ୍ଲାରେ ପହଞ୍ଚିଛନ୍ତି । ଦିଲ୍ଲୀ ରାସ୍ତାରେ ଉପସ୍ଥିତ ହଜାର ହଜାର କୃଷକ ପୋଲିସ ସହ ସଂଘର୍ଷ କରୁଛନ୍ତି । ଲାଲ୍ କିଲ୍ଲାରେ ପହଞ୍ଚିଥିବା କୃଷକମାନେ ପ୍ରାଚୀରରେ ପତାକା ଉତ୍ତୋଳନ କରିବାକୁ ଚେଷ୍ଟା କରୁଛନ୍ତି ।

ଲାଲ କିଲ୍ଲାରେ ପହଞ୍ଚିଥିବା ଚାଷୀଙ୍କୁ ମନାଇବା ସମେତ ପୋଲିସ ସେଠାରୁ ତାଙ୍କୁ ଯିବାକୁ ନିବେଦନ କରୁଛି । କୃଷକମାନେ କ୍ରମାଗତ ଭାବରେ ଲାଲ୍ କିଲ୍ଲା ବାହାରେ ଜମା ହେଉଛନ୍ତି । ଏହାପୂର୍ବରୁ ଲାଲ୍ କିଲ୍ଲା ନିକଟ ଆଇଟିଓ ଛକରେ କୃଷକମାନଙ୍କୁ ଅଟକାଇବା ପାଇଁ ପୋଲିସ ଉଦ୍ୟମ କରିଥିଲା । କିନ୍ତୁ କୃଷକମାନେ ଲାଲ କିଲ୍ଲା ଯିବାକୁ ଜିଦ୍ ଧରିଥିଲେ । ଆଇଟିଓରେ ପୋଲିସ ଓ ଚାଷୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି ।



ମଙ୍ଗଳବାର ସକାଳେ କୃଷକମାନେ ଶାନ୍ତିପୂର୍ଣ୍ଣ ଭାବେ ଏକ ଟ୍ରାକ୍ଟର ରାଲି ବାହାର କରିଥିଲେ । ଏହି ସମୟ ମଧ୍ୟରେ ସେ ନିଜ ସ୍ଥିର ମାର୍ଗରୁ ବାହାରି ଯାଇ ପୋଲିସର ବ୍ୟାରିକେଡ ହଟାଇ ଦିଲ୍ଲୀ ରାସ୍ତାରେ ପ୍ରବେଶ କରିଥିଲେ । ସେମାନଙ୍କର ଟ୍ରାକ୍ଟର ଟ୍ରଲି ସହିତ ଏହି କୃଷକମାନେ ଲାଲ କିଲ୍ଲା ଯିବାକୁ ଜିଦ୍ ଧରିଥିଲେ । ଅନେକ ସ୍ଥାନରେ ଲୁହବୁହା ଗ୍ୟାସ ମଧ୍ୟ ଛଡ଼ା ଯାଇଛି । ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରୁଛି । କିନ୍ତୁ ସେମାନେ ନିଜ ଜିଦରେ ଅଟଳ ଅଛନ୍ତି ।
Published by:Jagdish Barik
First published: