News 18 Odia Digital
ନୂଆଦିଲ୍ଲୀ; କୁହାଯାଏ ପ୍ରେମର ଅର୍ଥ ହେଉଛି ତ୍ୟାଗ । ପ୍ରେମର ସମ୍ପର୍କ ସବୁଠୁ ପବିତ୍ର । ଅନେକ ଇତିହାସ ରହିଛି ପ୍ରେମକୁ ନେଇ । କିନ୍ତୁ ଆଜିର ମତଲବି ଦୁନିଆରେ ପ୍ରେମ ପାଇଁ ନିଜ ପ୍ରେମିକ ପ୍ରେମିକାର ଜୀବନ ନେବାକୁ ବି ପଛଘୁଞ୍ଚା ଦେଉନାହିଁ ।
ଗାଜିଆବାଦର ଜଣେ ବିବାହିତ ମହିଳା ଜଣେ ପୁରୁଷଙ୍କ ସହ ଅନୈତିକ ପ୍ରେମରେ ଛନ୍ଦି ହୋଇଯାଇଥିଲେ । ମହିଳା ଜଣଙ୍କର ସ୍ୱାମୀ ଏବଂ ପିଲା ମଧ୍ୟ ଥିଲେ । ସେମାନଙ୍କୁ ଛାଡି ନିଜ ପ୍ରେମିକ ସହ କିଛି ସମୟ ବିତାଇବାକୁ ଏକ ହୋଟେଲକୁ ଯାଇଥିଲେ ମହିଳା ଜଣକ । କିନ୍ତୁ ହୋଟେଲ ଯିବା ମହିଳାଙ୍କ ପାଇଁ କାଳ ହେଲା । ନିଜ ପ୍ରେମିକ ହିଁ ମହିଳାଙ୍କ ଗଳା ଚିପି ହତ୍ୟା କରିବାକୁ ପଛ ଘୁଞ୍ଚା ଦେଲାନାହିଁ ।
ଘଟଣାଟି ଏମିତି.... ପ୍ରେମିକ ସହ ଏକାନ୍ତରେ କଥାବାର୍ତ୍ତା କରୁଥିବା ସମୟରେ ଘରୁ ସ୍ୱାମୀଙ୍କର କଲ୍ ଆସିଗଲା । ସ୍ୱାମୀଙ୍କ କଲ୍ ରିସିଭ୍ କରି ମହିଳା ଜଣଙ୍କ କଥା ହେବାରୁ ସ୍ୱାମୀ କହିଲେ ଶୀଘ୍ର ଘରକୁ ଆସିବା ପାଇଁ । ତେଣୁ ପ୍ରେମିକକୁ ଏ ସମ୍ପର୍କରେ ମହିଳା ଜଣକ ଅବଗତ କରାଇ ଘରକୁ ଫେରିବାକୁ ଚେଷ୍ଟା କଲେ । କିନ୍ତୁ ପ୍ରେମିକର ସବୁ ପ୍ଲାନ ଫସର ଫାଟିଗଲା । ଅନେକ ଚେଷ୍ଟା କଲେ ପ୍ରେମିକ ନିଜ ପ୍ରେମିକାରୁ ରୋକିବା ପାଇଁ । ମହିଳା ଜଣକ ନିଜ ଯିଦରେ ଅଟଳ ରହିଲେ । ସାରା ରାତି ରହିବାକୁ ହୋଟେଲ ବୁକ କରିଥିବା ପ୍ରେମିକଙ୍କ ରାଗ ମୁଣ୍ଡକୁ ଚଢିଗଲା । ତେଣୁ ସେ ଚରମ ପଦକ୍ଷପ ନେଇ ହିତାହିତ ଜ୍ଞାନ ଭୁଲି ନିଜ ପ୍ରେମିକାର ଗଳାକୁ ଚିପିଦେଲେ । ଫଳରେ ମହିଳା ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।
ପରେ ହୋଟେଲରେ କାର୍ଯ୍ୟ କରୁଥିବା ବ୍ୟକ୍ତି ହୋଟେଲ ମାଲିକଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ପରେ ପୋଲିସକୁ ମଧ୍ୟ ଖବର ଦିଆଗଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାମଲାର ତଦନ୍ତ କରିବା ସହ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ।
ସୂଚନାଯୋଗ୍ୟ, ବିବାହିତ ମହିଳା ରଚନା ଏକ ଘରୋଇ କମ୍ପାନୀରେ ଚାକିରି କରିଥିଲେ । ରଚନାଙ୍କ ଠାରୁ ଅଭିଯୁକ୍ତ ଜଣକ ପ୍ରାୟ ୧୦ ବର୍ଷ ସାନ । ପ୍ରେମିକର ନାମ ଗୌତମ, ସେ ଏକ ବ୍ୟବସାୟ କରୁଥିବାର ସୂଚନା ରହିଛି । ପ୍ରଥମେ ଫୋନ କଲରୁ ଉଭୟେ ନିକଟତର ହୋଇଥିଲେ । ପରେ ପ୍ରେମ ବନ୍ଧନରେ ବାନ୍ଧିହେବା ସହ ନିରୋଳାରେ ଦେଖାହେବା ପାଇଁ ଯୋଜନା କରିଥିଲେ । କିନ୍ତୁ ଦେଖାହେବା ପରେ ନିଜର ଇଚ୍ଛା ପୁରଣ ନହେବାରୁ ଅଭିଯୁକ୍ତ ହତ୍ୟା କରିଛି ବୋଲି ପୋଲିସ ନିକଟରେ ମାନିଥିବା ଜଣାପଡିଛି । ଏଥିସହ ହତ୍ୟା କରିବା ପରେ ମୃତଦେହ ସହିତ ଗୋଟିଏ ରାତି ମଧ୍ୟ ବିତାଇଥିଲା ଅଭିଯୁକ୍ତ । ପରେ ଏକ ବାହାନା କରି ହୋଟେଲରୁ ଫେରାର ହୋଇଯାଇଥିଲା ।
ସେପଟେ ରଚନାଙ୍କ ସ୍ୱାମୀ ପତ୍ନୀଙ୍କ ଏପରି କାର୍ଯ୍ୟକଳାପ ଓ ମୃତ୍ୟୁ ଖବର ପାଇବା ପରେ ବିଚଳିତ ହୋଇପଡିଛନ୍ତି । ରତନାଙ୍କର ପିଲାମାନେ ମଧ୍ୟ ଖୁବ ଭାଙ୍ଗିପଡ଼ିଥିବା ସୂଚନା ରହିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।