News 18 Odia Digital
ନୂଆଦିଲ୍ଲୀ: ଦେଶରେ କେମିତି ପାଠ ପଢ଼ିବେ ପିଲା । ଡିଗ୍ରୀ ପଛରେ ଧାଇଁବେ ନା, ସଫଳତାର (success) ପାହାଚ ଚଢ଼ିବେ । ନ୍ୟୁଜ୍ ୧୮ ଇଣ୍ଡିଆ (news 18 india) ଚୌପାଲ ମଞ୍ଚରୁ ଦେଶବାସୀଙ୍କୁ ଗୋଟି ଗୋଟି କରି ବୁଝାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (dharmendra pradhan) । କହିଛନ୍ତି, ଡିଗ୍ରୀ ସହ ସଫଳତାକୁ ତୁଳନା କରିବା ଠିକ ନୁହେଁ । ସମାଜରେ କମ୍ପିଟେସନ୍ ନହେବା ଦରକାର, ଯାହା ଦେଖିବାକୁ ମିଳୁଛି । ଭଲ ଭଲ ଶିକ୍ଷାନୁଷ୍ଠାନର ପିଲାମାନେ ଡିଗ୍ରୀ ପଛରେ ଧାଉଁଛନ୍ତି । ଫଳରେ ଚାପରେ ରହୁଛନ୍ତି । ଆଗକୁ ଏଥିରେ ସୁଧାର ଅଣାଯିବ । ସେହିପରି ବର୍ତ୍ତମାନ ପିଲାମାନେ ମୋବାଇଲ୍ରେ (mobile) ଅଧିକ ସମୟ ବିତାଉଥିବାରୁ ତାହା ଚିନ୍ତାର କାରଣ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ପାଠ ପଢ଼ିବା ଅପେକ୍ଷା ପିଲା ଅଧିକ ସମୟ ସ୍କ୍ରିନ୍ରେ ବିତାଉଛନ୍ତି । ପିଲାଙ୍କ ଭବିଷ୍ୟତ ନେଇ ଧ୍ୟାନ ଦେବାକୁ ପଡ଼ିବ । ଡିଜିଟାଲ ଗେମ୍ (digital game) ନୁହେଁ, ଏବେ ଶାରୀରିକ ଖେଳକୁ ପୁଣି ଫେରାଇ ଅଣାଯିବାକୁ ପ୍ରୟାସ କରାଯିବ ବୋଲି ନ୍ୟୁଜ18 ଚୌପାଲରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଦେଶରେ ଲାଗୁ ହୋଇଥିବା ନୂଆ ଶିକ୍ଷାନୀତି ଉପରେ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଜାତୀୟ ଶିକ୍ଷା ନୀତି ସଂପର୍କରେ ସୂଚନା ଦେଇ ସେ କହିଛନ୍ତି, ଏଣିକି ଆଞ୍ଚଳିକ ଭାଷା ଉପରେ ଗୁରୁତ୍ବ ଦିଆଯିବ । ଏଣିକି ପିଲାମାନେ ନିଜ ମାତୃଭାଷା ପଢ଼ିବେ । ଦେଶର ୨୨ଟି ଆଞ୍ଚଳିକ ଭାଷାରେ ପାଠ ପଢ଼ାଯିବ । ନୂଆ ଶିକ୍ଷା ନୀତି ମାଧ୍ୟମରେ ଲୋକଙ୍କୁ ଉଦ୍ୟୋଗୀମାନଙ୍କ ସହ ଯୋଡ଼ାଯିବ, ଯାହାଦ୍ବାରା ଭାରତର ଶିକ୍ଷା ନୀତି କେବଳ ଚାକିରି ଦେବନି, ବରଂ ନିଯୁକ୍ତିଦାତା ବନାଇବ ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରେଳ ତଥା ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ, ରେଳବାଇ ଘରୋଇକରଣ ହେବ ନାହିଁ । ରେଳବାଇ ଏକ ବୈଷୟିକ ବିଭାଗ ହୋଇଥିବାରୁ କାର୍ଯ୍ୟଭାରରେ ବିଭିନ୍ନତା ଦେଖାଯାଏ । ଦେଶରେ ୧୦ ବର୍ଷ ପୂର୍ବେ ଦୈନିକ ୪ କିଲୋମିଟର ନୂଆ ଟ୍ରାକ୍ ବିଛାଯାଉଥିଲା । ଏବେ ଦୈନିକ ୧୩ କିଲୋମିଟର ବିଚାଯାଉଛି । ଆଗକୁ ପ୍ରତିଦିନ ୧୬ କିଲୋମିଟର ଟ୍ରାକ୍ ବିଛାଯିବାର ଲକ୍ଷ୍ୟ ରହିଛି । ସେହିପରି ଡାଟା ସୁରକ୍ଷା ସମ୍ପର୍କରେ ଅନେକ ତଥ୍ୟ ରଖିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
ଏହି ଖବର ପଢ଼ନ୍ତୁ -
ସାଙ୍ଗ ଖୋଲିଲେ ଡିଜେ ଆଜେକ୍ସ ଆତ୍ମହତ୍ୟା ପଛର ଗୁମର !ଦେଶର ଏକ ନମ୍ବର ହିନ୍ଦୀ ନ୍ୟୁଜ୍ ଚ୍ୟାନେଲ୍ ନ୍ୟୁଜ୍ 18 ଇଣ୍ଡିଆର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଚୌପାଲରେ ଦେଶର ରାଜନେତା, ସେଲିବ୍ରିଟି ଓ ବିଶିଷ୍ଟ ବ୍ୟକ୍ତିମାନେ ଅଂଶଗ୍ରହଣ କରିଥିଲେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।