ନୂଆବର୍ଷରେ କିଆ ସେଲଟସ୍ ହେଲା ମହଙ୍ଗା, ୩୫ହଜାର ପର୍ଯ୍ୟନ୍ତ ବଢ଼ିଲା ଦାମ

Kia seltos prices increased 35 thousand

ନୂଆବର୍ଷରେ କିଆ ସେଲଟସ୍ ହେଲା ମହଙ୍ଗା, ୩୫ହଜାର ପର୍ଯ୍ୟନ୍ତ ବଢ଼ିଲା ଦାମ
କିଆ ସେଲଟର୍ସ
  • News18 Odia
  • Last Updated: January 3, 2020, 10:07 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଗତବର୍ଷ ଦକ୍ଷିଣ କୋରିଆ ଅଟୋ କମ୍ପାନୀ କିଆ ମୋଟର୍ସ ଭାରତରେ ତାର ମଡେଲ ସେଲଟର୍ସ ଲଞ୍ଚ କରିଥିଲା । ଲଞ୍ଚିଂ ସହିତ କାରର ଲୋକପ୍ରିୟତା ବଢ଼ିଯାଇ ଅଧିକ ସଂଖ୍ୟାରେ ବିକ୍ରି ହୋଇଥିଲା । ମାତ୍ର କମ୍ପାନୀ ନୂଆବର୍ଷରେ ଗ୍ରାହକମାନଙ୍କୁ ଝଟକା ଦେବା ସହ ସେଲଟସ୍  ମଡେଲର ବିଭିନ୍ନ ବର୍ଗରେ ୨୦ ହଜାରରୁ ୩୫ହଜାର ପର୍ଯ୍ୟନ୍ତ ଦାମ ବଢ଼ାଇ ଦେଇଛି । ଲଞ୍ଚ ସମୟରେ କିଆ ମୋଟର୍ସ ସେଲଟସର ଦାମ ୯.୬୯ରୁ ୧୬.୯୯ ଲକ୍ଷ ରଖିଥିବାବେଳେ ଏବେ ଏହା ବଢ଼ିଯାଇ ୯.୮୯ ଲକ୍ଷରୁ ୧୭. ୩୪ ଲକ୍ଷରେ  ବିକ୍ରି ହେଉଛି । ଏହି ନୂଆ ଦାମ ୧ ଜାନୁଆରୀଠାରୁ ଲାଗୁ କରାଯାଇଥିବା ଜଣାପଡ଼ିଛି । ମାରୁତି, ମହିନ୍ଦ୍ରା, ଟାଟା ମୋଟର୍ସ, ଟୟୋଟା, ରେନୋ ଗତମାସ  ନିଜର ଦାମ ହ୍ରାସ କରିବାନେଇ ଘୋଷଣା କରିଥିଲେ ।

ଗତ ବର୍ଷ ଅଗଷ୍ଟ ମାସରେ କମ୍ପାକ୍ଟ ଏସୟୁଭି ଭାବେ କିଆ ମୋଟର୍ସ ଲୟ୍ଚ ହୋଇ ଡିଜାଇନ ଅପସନ ଭାବେ ରଖାଯାଇଥିଲା । ସେଲଟରସର ଇଣ୍ଟେରିୟରରେ କମ ସୁଇଚ ସହିତ ସଫାସୁତର ଡ୍ୟାସବୋର୍ଡ ରହିଛି । ପ୍ରିମିୟମ କାରରେ ଇଚ୍ଛା ରଖୁଥିବା ଲୋକେ ଏହାର ଡ୍ୟାସ ବୋର୍ଡ ପସନ୍ଦ କରିବେ । କିଆର ଏହି ୫ମିଟର କାରରେ ୧୦.୫ ଇଞ୍ଚର ଟଚ୍ ସ୍କ୍ରିନ୍ ଇଫୋଟେନମେଣ୍ଟ ସିଷ୍ଟମ, ୮ଇଞ୍ଚର ହେଡଆପ ଡିସପ୍ଲେ ରହିଛି । କାରର ସିଟ ଆରାମଦାୟକ ଏବଂ ଆଡଜଷ୍ଟେବଲ ଏହାଛଡ଼ା କାରରେ ୮ଟି ସ୍ପିକରର ସାଉଣ୍ଡ ଶିଷ୍ଟମ ରହିଛି । ସେଫ୍ଟି ଦୃଷ୍ଟିରୁ ଏସୟୁଭିରେ ୬ଟି ଏୟାର ବ୍ୟାଗ ରହିଥିବାବେଳେ ଫ୍ରଣ୍ଟ ଏବଂ ରିୟର ପାର୍କିଂ ସେନସର ରହିଛି । ଏଥିରେ ୩୬୦ଡିଗ୍ରୀର କ୍ୟାମେରା, ହିଲ ଷ୍ଟାର୍ଟ, ଆସିଷ୍ଟାଣ୍ଟ ଏବଂ ବ୍ଲାଇଣ୍ଡ ସଫ୍ଟ ମନିଟର ଭି ରହିଛି । ଏଥିରେ ୩ଟି ୧.୪ଲିଟର ପେଟ୍ରୋଲ ଟର୍ବୋଚାର୍ଡ, ୧.୫ ଲିଟର ପେଟ୍ରୋଲ ଏବଂ ୧.୫ ଲିଟର ଡିଜେଲ ଇଞ୍ଜିନ ରହିଛି । ଏହା ୭ଟି କଲରେ ଉପଲବ୍ଧ ହେଉଛି ।
First published: January 3, 2020, 10:07 PM IST
corona virus btn
corona virus btn
Loading