ମର୍ମନ୍ତୁଦ ଦୁର୍ଘଟଣାରେ କିଆ ସେଲ୍‌ଟୋସ୍ କାର୍ ମଝିରୁ ୨ ଖଣ୍ଡ ହୋଇଯାଇଥିଲା; ୩ ଜଣ ମରିଥିଲେ

Kia Seltos car divided into 2 parts after accident | ଏହି କାର୍ ଭିତରେ ଥିବା ପାଞ୍ଚ ଜଣଙ୍କ ମଧ୍ୟରୁ କେତେ ଜଣ ସିଟ୍ ବେଲ୍ଟ ପିନ୍ଧିଥିଲେ ତାହା ଜଣାପଡ଼ିନି । ଭାରତରେ ପଛ ସିଟରେ ବସିଥିବା ଲୋକେ ସାଧାରଣତଃ ସିଟ୍ ବେଲ୍ଟ ପିନ୍ଧନ୍ତିନି । ପଛ ସିଟରେ ବସିଥିବା ତିନି ଜଣଙ୍କ ପ୍ରାଣ ଯାଇଥିଲା ।

ଦୁର୍ଘଟଣା ପରେ କାରଟି ଦୁଇ ଖଣ୍ଡରେ ବିଭାଜିତ ହୋଇଯାଇଥିଲା । (ଫଟୋ: ଟ୍ୱିଟର୍)

ଦୁର୍ଘଟଣା ପରେ କାରଟି ଦୁଇ ଖଣ୍ଡରେ ବିଭାଜିତ ହୋଇଯାଇଥିଲା । (ଫଟୋ: ଟ୍ୱିଟର୍)

  • Share this:
News18 Odia Digital

ନୂଆ ଦିଲ୍ଲୀ: ଏହି ସଡ଼କ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କିଆ ସେଲଟୋସ୍‌ କାର୍‌ (Kia Seltos car) ମଝିରୁ ଦୁଇ ଫାଳ ହୋଇଯାଇଥିଲା ଓ ସେଥିରେ ଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ତିନି ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ଏହି ଦୁର୍ଘଟଣାର ଅନେକ ଫଟୋ ଇଣ୍ଟରନେଟରେ ଭାଇରାଲ୍‌ ହେଉଛି ।

ଏହି ଦୁର୍ଘଟଣା ପରେ କାରଗୁଡ଼ିକର ସୁରକ୍ଷା ଗୁଣକୁ (safety features) ନେଇ ଅନେକ ପ୍ରଶ୍ନ ଉଠିଛି, ହେଲେ କାରର ଏମିତି ଦୁଇ ଫାଳ ହେବା ଘଟଣାକୁ ବିଶେଷଜ୍ଞମାନେ ଜୋରଦାର୍‌ ଧକ୍କା ସମୟରେ ଏକ ଆବଶ୍ୟକ ସୁରକ୍ଷା ଗୁଣ ବୋଲି କହିଛନ୍ତି । ଜୁନ୍ ୧୧ ତାରିଖରେ ମଧ୍ୟ ପ୍ରଦେଶର ଛିନ୍ଦୱାଡ଼ା-ନାଗପୁର ରାଜପଥରେ ଘଟିଥିବା ଏହି ଦୁର୍ଘଟଣାରେ କିଆ ସେଲଟୋସ୍‌ ପରି ଦାମୀ ଏସ୍‌.ୟୁ.ଭି. (SUV) କାର୍‌ ମଝିରୁ ଦୁଇ ଫାଳ ହୋଇଯାଇବା ଦେଖିବାକୁ ମିଳିଥିଲା । ପଛ ସିଟରେ ତିନି ଜଣ ବସିଥିଲେ ଓ ଆଗରେ ଡ୍ରାଇଭରଙ୍କ ସମେତ ଦୁଇ ଜଣ ଥିଲେ ।

ଏହା ବି ପଢ଼ନ୍ତୁ | Murder for Rs 100 only: ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବ କୁଳପତିଙ୍କୁ ହତ୍ୟା କଲା ଜଣେ ମଦ୍ୟପ

ଘଟଣା ପରେ ଆସିଥିବା ରିପୋର୍ଟଗୁଡ଼ିକରୁ ଜଣାପଡ଼ିଛି ଯେ ଦ୍ରୁତ ଗତିରେ ଯାଉଥିବା ଏହି କାରର ଡ୍ରାଇଭର୍‌ ଏକ ମୋଟରସାଇକେଲ ଚାଳକକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ଏକ ବ୍ରିଜକୁ ଧକ୍କା ଦେଇଥିଲା । ପଛ ସିଟରେ ବସିଥିବା ତିନି ଜଣ ଯାର ଯାତ୍ରୀ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ଡ୍ରାଇଭର୍‌ ଓ ତାଙ୍କ ପାଖରେ ବସିଥିବା ବ୍ୟକ୍ତି ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ଏହା ବି ପଢ଼ନ୍ତୁ | କେନ୍ଦ୍ରାପଡ଼ାରେ ରାସ୍ତା କଡ଼ରେ ମହିଳାଙ୍କ ଗଳାକଟା ଶବ ତାପାଖରେ ରକ୍ତାକ୍ତ ଜୀବିତ ଶିଶୁ ପୁତ୍ର ମିଳିଲା

ଗତ ବର୍ଷ ହୋଇଥିବା ଗ୍ଲୋବାଲ୍ ନ୍ୟୁ କାର୍ ଆସେସମେଣ୍ଟ ପ୍ରୋଗ୍ରାମର (NCAP) କ୍ରାସ୍-ଟେଷ୍ଟରେ ସୁରକ୍ଷା ଗୁଣ ପାଇଁ କିଆ ସେଲ୍ଟୋସ୍ କାର୍‌ ମଡେଲ୍‌ ତିନିଟି ତାରକା ପାଇଥିଲା ।

ଏହା ବି ପଢ଼ନ୍ତୁ | Dana Majhi Daughter: ମ୍ୟାଟ୍ରିକ୍ ପାସ୍ କଲେ କଳାହାଣ୍ଡିର ଦାନ ମାଝୀଙ୍କ ଝିଅ; KISSରେ ପଢ଼ୁଥିଲେ

କାର୍‌ ଚଳାଉଥିବା ସଚିନ ଜୈସୱାଲ୍‌ ଓ ତାଙ୍କ ପାଖ ସିଟରେ ବସିଥିବା ତାଙ୍କ ସ୍ତ୍ରୀ ନୀଲମ୍‌ ଜୈସୱାଲ ଗୁରୁତର ଆହତ ହୋଇ ନାଗପୁର୍‌ ମେଡିକାଲ କଲେଜ ଓ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ପାଞ୍ଚ ଜଣ ଯାକ ରାମକୋଣାରୁ ନାଗପୁରରେ ଥିବା ନିଜ ଘରକୁ ଯାଉଥିଲେ ଓ ସେଠାରୁ ସେମାନେ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ କିଛି ଘଣ୍ଟା ମଧ୍ୟରେ ଫେରିଥାନ୍ତେ । କାରଟି ଦ୍ରୁତ ଗତିରେ ଯାଉଥିଲା ବେଳେ ହଠାତ୍ ଜଣେ ମୋଟରସାଇକେଲ ଚାଳକ ସାମନାକୁ ଆସିଯାଇଥିଲେ ।ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ କାରଟି ମୋଟରସାଇକେଲ ଆରୋହୀଙ୍କୁ ଧକ୍କା ନ ମାରିବା ପାଇଁ ଚେଷ୍ଟା କରି ତୀବ୍ର ବେଗରେ ଗୋଟେ ପାଖକୁ ମୋଡ଼ି ଏକ ବ୍ରିଜର କାନ୍ଥରେ ଧକ୍କା ମାରିଥିଲା । ଫଳ ସ୍ୱରୂପ କାରରେ ଏକ ଗଠନମୂଳକ ବିଭାଜନ (structural split) ହୋଇଥିଲା ।

ଏହା ବି ପଢ଼ନ୍ତୁ | ପ୍ରକାଶ ପାଇଲା Odisha Matric Exam Results: ରେଗୁଲାରରେ ପାସ୍ହାର ୯୭.୮୯%, ଏକ୍ସ ୮୮.୩୩%

ଏହି SUV କାର୍‌ ଏତେ ସଫା ଭାବରେ ଦୁଇ ଭାଗରେ ବିଭକ୍ତ ହୋଇଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଏତେ ଭୟଙ୍କର ଭାବେ ଦ୍ରୁତଗାମୀ କାରଟି ବ୍ରିଜ୍‌ ସହିତ ଧକ୍କା ହେବା ପରେ ଏମିତି କେମିତି ହେଲା ତାକୁ ନେଇ ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି । କାର୍‌ ନିର୍ମାଣ ବିଶେଷଜ୍ଞମାନେ କହିଛନ୍ତି ଯେ ଅଧିକାଂଶ ଆଧୁନିକ କାର୍‌ ଏପରି ଭାବରେ ନିର୍ମିତ ହୋଇଥାଏ ଯେ ଦୁର୍ଟଣା ହେଲେ ସେଗୁଡ଼ିକ ନିଜ ଉପରେ ସର୍ବାଧିକ ପ୍ରଭାବ ନିଅନ୍ତି ଓ ବେଳେବେଳେ ଏମିତି ଦୁଇ ଭାଗରେ ବିଭାଜିତ ହୋଇଯାଆନ୍ତି ।

ଏହା ବି ପଢ଼ନ୍ତୁ | ଓଡ଼ିଶାରୁ ବି ବାହାରିଲା କରୋନାର Delta Plus ଭ୍ୟାରିଆଣ୍ଟ୍‌; ଦେବଗଡ଼ରେ ରାଜ୍ୟର ପ୍ରଥମ ରୋଗୀ ଚିହ୍ନଟ

ସେହି କିଆ ସେଲଟୋସ୍‌ କାର୍‌ ଭିତରେ ଥିବା ପାଞ୍ଚ ଜଣଙ୍କ ମଧ୍ୟରୁ କେତେ ଜଣ ସିଟ୍ ବେଲ୍ଟ ପିନ୍ଧିଥିଲେ ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନି । ଭାରତରେ ପଛ ସିଟରେ ବସିଥିବା ଯାତ୍ରୀମାନେ ସାଧାରଣତଃ ସିଟ୍ ବେଲ୍ଟ ପିନ୍ଧନ୍ତି ନାହିଁ । ବିଶେଷଜ୍ଞମାନେ କହୁଛନ୍ତି ଯେ ଏହି ତିନି ଜଣ ପଛ ସିଟ୍ ଯାତ୍ରୀ ସିଟ୍‌ ବେଲ୍ଟ ପିନ୍ଧି ନ ଥିବେ ଓ ସେହି କାରଣରୁ ସେମାନେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।



କିଆ ସେଲ୍ଟୋସ୍ କାର୍‌ (Kia Seltos) ଅଗଷ୍ଟ ୨୦୧୯ରେ ଭାରତରେ ଲଞ୍ଚ୍‌ କରାଯାଇଥିଲା । ସେବେଠାରୁ ଏହା ଦେଶର ସବୁଠାରୁ ବେଶୀ ବିକ୍ରି ହେଉଥିବା କାର୍‌ ମଧ୍ୟରୁ ଗୋଟିଏ ହୋଇ ରହିଛି । କିଆ କମ୍ପାନୀ ନିକଟରେ ଭାରତରେ ଏହି କାରର ଏକ ଅପଡେଟେଡ୍‌ ଭର୍ସନ୍‌ ଲଞ୍ଚ୍‌ କରିଛି ଯାହାର ଦାମ୍‌ ୯.୯୫ ଲକ୍ଷ ଟଙ୍କାରୁ ୧୭.୬୫ ଲକ୍ଷ ଟଙ୍କା (ଏକ୍ସ-ଶୋ’ରୁମ୍) ରହିଛି ।
Published by:Anand ST Das
First published: