କଂଗ୍ରେସ ଅଧ୍ୟକ୍ଷ ଖଡ୍‌ଗେଙ୍କ ଉପରେ ୧୦୦ କୋଟିର ମାନହାନି ମାମଲା

ବଜରଙ୍ଗ ଦଳ ଉପରେ ବିବୃତ୍ତି ଦେବା ପଡ଼ିଲା ମହଙ୍ଗା। ୧୦୦ କୋଟିର ମାନହାନି ମାମଲାରେ କଂଗ୍ରେସ ଅଧ୍ୟକ୍ଷଙ୍କୁ ସମନ ଜାରି ।

ମଲ୍ଲିକାର୍ଜୁନ ଖଡ଼ଗେ

ମଲ୍ଲିକାର୍ଜୁନ ଖଡ଼ଗେ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍‌ଡ଼େଙ୍କୁ ବଜରଙ୍ଗ ଦଳ ଉପରେ ବିବୃତ୍ତି ଦେବା ମହଙ୍ଗା ପଡ଼ିଛି। ବଜରଙ୍ଗ ଦଳର ମାନହାନି ମାମଲାରେ ଖର୍‌ଡ଼େଙ୍କୁ ସମନ ଜାରି ହୋଇଛି। ସାଙ୍ଗରୁର୍‌ ଜିଲ୍ଲା କୋର୍ଟଙ୍କ ସିଭିଲ୍ ଜଜ୍ (ବରିଷ୍ଠ ବିଭାଗ) ରମଣଦୀପ କୌର୍‌ ୧୦୦ କୋଟି ଟଙ୍କା ମାନହାନି ମାମଲାରେ ଖର୍‌ଡ଼େଙ୍କୁ ସମନ ଜାରି କରିଛନ୍ତି। ଏହାସହିତ କୋର୍ଟ ଜୁଲାଇ ୧୦ରେ ଖର୍‌ଡ଼େଙ୍କୁ କୋର୍ଟରେ ହାଜର ହେବାକୁ କହିଛନ୍ତି।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଇସ୍ତାହାରରେ କଂଗ୍ରେସ ‘ବଜରଙ୍ଗ ଦଳ’କୁ ‘ପପୁଲାର୍‌ ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ’ ସହିତ ତୁଳନା କରିଥିଲେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍‌ଗେ। ‘ବଜରଙ୍ଗ ଦଳ ହିନ୍ଦୁସ୍ତାନ’ର ସଭାପତି ହିତେଶ ଭରଦ୍ବାଜଙ୍କ ଅଭିଯୋଗ ଆଧାରରେ ପଞ୍ଜାବର ସଙ୍ଗ୍‌ରୁର୍‌ ଜିଲ୍ଲା ଅଦାଲତ କଂଗ୍ରେସ ଅଧ୍ୟକ୍ଷଙ୍କୁ ଉପରୋକ୍ତ ସମନ ଜାରି କରିଛନ୍ତି।

ହିତେଶ କହିଛନ୍ତି ଯେ ଖର୍‌ଡ଼େ ଏକ ରାଲିରେ କହିଥିଲେ କି, ଯଦି କଂଗ୍ରେସ ସରକାର କ୍ଷମତାକୁ ଆସନ୍ତି, ତେବେ ବଜରଙ୍ଗ ଦଳ କିମ୍ବା ଅନ୍ୟାନ୍ୟ ଦେଶ ବିରୋଧୀ ସଂଗଠନ, ଯେଉଁମାନେ ସମାଜରେ ଘୃଣା ବିସ୍ତାର କରିବାର କାର୍ଯ୍ୟ କରନ୍ତି, ସେମାନଙ୍କ ବିରୋଧରେ ପ୍ରତିବନ୍ଧକ ଲଗାଯିବ। ଏହାକୁ ବିରୋଧ କରି ହିତେଶ ଭରଦ୍ୱାଜ ସାଙ୍ଗରୁର୍‌ କୋର୍ଟରେ ମାନହାନି ମକଦ୍ଦମା ଦାୟର କରିଥିଲେ।
Published by:Soumya Das
First published: