News18 Odia Digital
ନୂଆ ଦିଲ୍ଲୀ: ସ୍ୱାଧୀନତା ଦିବସ (Independence day 2020) ଅର୍ଥାତ୍ ୧୫ ଅଗଷ୍ଟ ଦିନ ପାଇଁ ଇଣ୍ଟେଲିଜେନ୍ସ ଏଜେନ୍ସି ଆଇବି (IB) ଏକ ବଡ଼ ଆଲର୍ଟ୍ (ସତର୍କ ସୂଚନା) ଜାରି କରିଛି । ଆଇବି କହିଛି ଯେ ଭାରତର ପଞ୍ଜାବ (Punjab) ଭିତରୁ ଖଲିସ୍ତାନ ଦେଶ (Khalistan flag) ଦାବି କରୁଥିବା ସଙ୍ଗଠନ ‘ଶିଖ ଫର ଜଷ୍ଟିସ’ର ନେତାମାନଙ୍କ ମଧ୍ୟରୁ ଜଣେ ଅଗଷ୍ଟ ୧୪, ୧୫ ଓ ୧୬ ତାରିଖ ଦିନ ଲାଲ କିଲ୍ଲାରେ (Red Fort) ଯିଏ ଖଲିସ୍ତାନର ପତାକା ଉତ୍ତୋଳନ କରିବ ତାକୁ ୧.୨୫ ଲକ୍ଷ ଡଲାର୍ ପୁରସ୍କାର ଦେବେ ବୋଲି ଘୋଷଣା କରିଛନ୍ତି ।
ଏଥି ପାଇଁ ‘ଶିଖ୍ ଫର୍ ଜଷ୍ଟିସ୍’ ସଙ୍ଗଠନ ତରଫରୁ ଏକ ଭିଡିଓ ଅପଲୋଡ୍ କରାଯାଇଛି । ଏହି ଭିଡିଓରେ ଖଲିସ୍ତାନି ପତାକାକୁ ଲାଲ କିଲ୍ଲାରେ ସ୍ଥାପନ କରାଯିବ ବୋଲି ଘୋଷଣା କରାଯାଇଛି । ଭିଡିଓରେ ‘ଶିଖ୍ ଫର ଜଷ୍ଟିସ’ ସଙ୍ଗଠନର ନେତାମାନଙ୍କୁ ଏହା କହୁଥିବାର ଶୁଣିବାକୁ ମିଳୁଛି ଯେ ଯିଏ ଲାଲ କିଲ୍ଲାରେ ଖଲିସ୍ତାନର ପତାକା ଲଗାଇବ ତାକୁ ୧.୨୫ ଲକ୍ଷ ଡଲାର ଦିଆଯିବ ।
ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ପକ୍ଷରୁ ଏଭଳି ସତର୍କ ସୂଚନା ପାଇବା ପରେ ଲାଲ କିଲ୍ଲା ଓ ଏହାର ଆଖପାଖ ଅଞ୍ଚଳର ସୁରକ୍ଷା ବୃଦ୍ଧି କରାଯାଇଛି । ଲାଲ କିଲ୍ଲା ଚାରି ପାଖରେ ଭାରତୀୟ ସେନା ଓ ଦିଲ୍ଲୀ ପୋଲିସ ସମ୍ପୂର୍ଣ୍ଣ ଭାବେ ମୁତୟନ ହୋଇଛନ୍ତି ।
ଏହା ବି ପଢ଼ନ୍ତୁ | ନୀତା ଅମ୍ବାନୀଙ୍କ Reliance Foundation ଭାରତୀୟ ମହିଳାଙ୍କ ସଶକ୍ତିକରଣ ପାଇଁ ଆମେରିକୀୟ ଏଜେନ୍ସି ସହ କାମ କରିବଏହା ବି ପଢ଼ନ୍ତୁ | ଆମେରିକାରେ ୪ କୋଟି ଟଙ୍କାର ବୃତ୍ତି ପାଇ ପଢ଼ୁଥିବା ଭାରତୀୟ ଛାତ୍ରୀ ସଡ଼କ ଦୁର୍ଘଟଣାରେ ମୃତଏହି ଲୋକଙ୍କୁ ISI ସହାୟତା ଦେଇଥାଏଖଲିସ୍ତାନ ସମର୍ଥକଙ୍କୁ ପାକିସ୍ତାନ (Pakistan) ସରକାରଙ୍କ ଗୋଇନ୍ଦା ସଂସ୍ଥା ଆଇ.ଏସ.ଆଇ. (ISI) ଦ୍ୱାରା ଅନେକ ପ୍ରକାରର ସହାୟତା ଯୋଗାଇ ଦିଆଯାଉଛି । ‘ଶିଖ୍ ଫର ଜଷ୍ଟିସ୍’ ସଂସ୍ଥାର ମୁଖ୍ୟ ହେଉଛନ୍ତି ଗୁରୁବନ୍ତ ପନ୍ନୁ । ଏଇ ହେଉଛନ୍ତି ସେହି ବ୍ୟକ୍ତି ଯିଏ ସାରା ବିଶ୍ୱରେ ଖଲିସ୍ତାନ ଅଲଗା ଦେଶ ପାଇଁ ରେଫରେଣ୍ଡମ୍ ୨୦୨୦ କ୍ୟାମ୍ପେନ୍ ଚଳାଉଛନ୍ତି ।
‘‘ଦୁଃଖଦ ଘଟଣା ମନେ ପକାଇଦିଏ ଏହି ଦିନ’’‘ଶିଖ୍ ଫର ଜଷ୍ଟିସ୍’ର ସୁପ୍ରିମୋ ଗୁରୁବନ୍ତ ପନ୍ନୁଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ଭିଡିଓରେ କୁହାଯାଇଛି ଯେ ଅଗଷ୍ଟ ୧୫ ତାରିଖ ଶିଖମାନଙ୍କ ପାଇଁ ସ୍ୱାଧୀନତା ଦିବସ ନୁହେଁ । ‘‘ଏହି ଦିନ ଶିଖମାନଙ୍କୁ ୧୯୪୭ରେ ହୋଇଥିବା ଦେଶ ବିଭାଜନରେ ଘଟିଥିବା ଦୁଃଖଦ ଘଟଣାକୁ ମନେ ପକାଇଥାଏ,’’ ସେ କହିଛନ୍ତି । ଭିଡିଓରେ ପନ୍ନୁ ଆହୁରି କହୁଛନ୍ତି, ‘‘ଆଜି ବି ଆମ ପାଇଁ କିଛି ପରିବର୍ତ୍ତନ ହୋଇନାହିଁ । କେବଳ ଶାସକମାନେ ପରିବର୍ତ୍ତନ ହୋଇଛନ୍ତି । ଆମେ ଆଜି ବି ଭାରତୀୟ ସମ୍ବିଧାନରେ ହିନ୍ଦୁ ରୂପେ ପଞ୍ଜୀକୃତ ହୋଇଛୁ । ପଞ୍ଜାବର ସଂସାଧନ ଅନ୍ୟାୟପୂର୍ଣ୍ଣ ଭାବେ ଅନ୍ୟ ରାଜ୍ୟମାନଙ୍କ ପାଇଁ ବ୍ୟବହାର କରାଯାଉଛି । ଆମକୁ ପ୍ରକୃତ ସ୍ୱାଧୀନତା ଦରକାର ।’’
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।