କେଭିନ ପିଟରସେନ ପିଏମ ମୋଦୀଙ୍କୁ ପ୍ରଶଂସା କଲେ; ଜାଣନ୍ତୁ କ'ଣ ପାଇଁ ସେ ଏତେ ଖୁସି
ଦକ୍ଷିଣ ଆଫ୍ରିକାକୁ (South Africa) କରୋନା ଭ୍ୟାକ୍ସିନ (Corona Vacccine) ପଠାଇବାକୁ ନେଇ ଭାରତର ପଦକ୍ଷେପକୁ 'ଉଦାରତା ଓ ଦୟାଳୁ' ବୋଲି ପ୍ରଶଂସା କରି ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର କେଭିନ ପିଟରସେନ (Kevin Pietersen) ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ (PM Narendra Modi) ପ୍ରଶଂସା କରିଛନ୍ତି ।

କେଭିନ ପିଟରସେନ ପିଏମ ମୋଦୀଙ୍କୁ ପ୍ରଶଂସା କଲେ
- News18 Odia
- Last Updated: February 4, 2021, 10:08 AM IST
ନୂଆ ଦିଲ୍ଲୀ: ଦକ୍ଷିଣ ଆଫ୍ରିକାକୁ (South Africa) କରୋନା ଭ୍ୟାକ୍ସିନ (Corona Vacccine) ପଠାଇବାକୁ ଭାରତର ପଦକ୍ଷେପକୁ 'ଉଦାରତା ଓ ଦୟାଳୁ' ବୋଲି ପ୍ରଶଂସା କରି ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର କେଭିନ ପିଟରସେନ (Kevin Pietersen) ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ (PM Narendra Modi) ପ୍ରଶଂସା କରିଛନ୍ତି । ବାସ୍ତବରେ ଭାରତରେ ନିର୍ମିତ କୋଭିଡ -୧୯ ଟୀକା ଆଲଜେରିଆ ଓ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଛି । ଏହି ଦୁଇ ଦେଶ ବ୍ୟତୀତ ଭାରତ ଏପର୍ଯ୍ୟନ୍ତ ଭୁଟାନ, ମାଲଦ୍ୱୀପ, ବାଂଲାଦେଶ, ବ୍ରାଜିଲ ଓ ନେପାଳ ସମେତ ଅନ୍ୟ ଦେଶକୁ କୋଭିଡ -୧୯ ଟିକା ଯୋଗାଇ ଦେଇ ସାରିଛି । ଦକ୍ଷିଣ ଆଫ୍ରିକାରେ କୋଭିଡ-୧୯ ଟିକା ପ୍ରଦାନ କରିଥିବାରୁ ପିଟରସନ ପିଏମ ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି ।
କେଭିନ ପିଟରସେନ ଟ୍ୱିଟ କରି କରିଥିଲେ, "ଭାରତର ଉଦାରତା ଏବଂ ଦୟା ଦିନକୁ ଦିନ ବୃଦ୍ଧି ପାଉଛି । ମୁଁ ଏହି ଦେଶକୁ ଭଲ ପାଏ । ”ପିଟରସନ ଦକ୍ଷିଣ ଆଫ୍ରିକାରେ ଜନ୍ମଗ୍ରହଣ କରିଥିଲେ ଓ ପରେ ଇଂଲଣ୍ଡରେ ସ୍ଥାପିତ ହୋଇଥିଲେ । ହାରାହାରି ୪୭.୨୮ ରେ ଇଂଲଣ୍ଡ ପାଇଁ ୧୦୪ ଟି ଟେଷ୍ଟରେ ପିଟରସେନ ୮୧୮୧ ରନ୍ ସଂଗ୍ରହ କରିଛନ୍ତି । ଏଥି ସହିତ ସେ ହାରାହାରି ୪୦.୩୭ ରେ ୧୩୬ ଟି ODI ରେ ୪୪୪୦ ଓ ହାରାହାରି ୩୭.୯୩ ଟି ୩୭ ଟି ଟି-୨୦ ଇଣ୍ଟରନ୍ୟାସନାଲରେ ୧୧୭୬ ରନ୍ ସ୍କୋର କରିଛନ୍ତି ।
ଏହାପୂର୍ବରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବିମାନର ଏକ ଫଟୋ ପୋଷ୍ଟ କରିଥିଲେ ଯେଉଁଥିରେ ଭାରତରେ ତିଆରି ଟିକା ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଥିଲା । ଭାରତରେ କରୋନା ଭୂତାଣୁର ଦୁଇଟି ଟିକା ପ୍ରସ୍ତୁତ କରାଯାଇଛି । ଦୁନିଆର ଅନେକ ଦେଶରୁ ଏହି ଟିକା ଯୋଗାଣ ପାଇଁ କ୍ରମାଗତ ଚାହିଦା ବଢୁଛି । ଭାରତରେ ମଧ୍ୟ ଦ୍ରୁତ ଗତିରେ କୋରାନା ଟୀକାକରଣ ଅଭିଯାନ ଚଳାଇଛି ।