ନିଜକୁ ବଲିଉଡ୍ ଗାୟିକା ଅନୁରାଧା ପଡୱାଲଙ୍କ ଝିଅ ବୋଲି ଦାବି କଲେ କେରଳର ଜଣେ ମହିଳା । ମାମଲା ଏବେ କୋର୍ଟରେ

କେରଳର ଜଣେ ୪୫ ବର୍ଷୀୟା ମହିଳା କରମାଲା କହିଛନ୍ତି ସେ ବଲିଉଡ୍‌ର ବିଶିଷ୍ଟ ଗାୟିକା ଅନୁରାଧା ପଡୱାଲଙ୍କ ଝିଅ । ପୂର୍ବରୁ ସଙ୍ଗୀତ ସାଧାନାରେ ବ୍ୟସ୍ତ ରହୁଥିବା ଅନୁରାଧା ସନ୍ତାନ ଲାଳନ ପାଳନ ପାଇଁ କରମାଲାଙ୍କୁ ଅନ୍ୟ ଏକ ପରିବାର ହାତରେ ଟେକି ଦେଇଥିଲେ । ଏବଂ ପରେ ଗ୍ରହଣ କରି ନଥିଲେ । ଏନେଇ କୋର୍ଟରେ ଅପିଲ୍‌ କରିଛନ୍ତି କରମାଲା ।

ନିଜକୁ ବଲିଉଡ୍ ଗାୟିକା ଅନୁରାଧା ପଡୱାଲଙ୍କ ଝିଅ ବୋଲି ଦାବି କଲେ କେରଳର ଜଣେ ମହିଳା । ମାମଲା ଏବେ କୋର୍ଟରେ
ଅନୁରାଧାଙ୍କ ଝିଅ ବୋଲି ଦାବି କରୁଥିବା ମହିଳା କରମାଲା
  • News18 Odia
  • Last Updated: January 3, 2020, 4:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଥିରୁବନ୍ତପୁରମ୍‌:  କେରଳର ଜଣେ ୪୫ ବର୍ଷ ବୟସ୍କା ମହିଳା ଦାବି କରୁଛନ୍ତି ଯେ, ସେ ହେଉଛନ୍ତି ବଲିଉଡ୍‌ର ପ୍ରଖ୍ୟାତ ଗାୟିକା ତଥା ପଦ୍ମିଶ୍ରୀ ଅନୁରାଧା ପଡ୍‌ୱାଲଙ୍କ ଝିଅ । ଏନେଇ ସେ ଆଇନଗତ ଭାବେ ୫୦ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି ।

ମହିଳା ଜଣଙ୍କ କହିଛନ୍ତି, ତାଙ୍କ ପାଳକ ପିତା ତାଙ୍କୁ କିଛି ବର୍ଷ ପର୍ଯ୍ୟନ୍ତ ବାସ୍ତବତାକୁ ଉପଲବ୍ଧି ପାଇଁ ପାଖରେ ରଖିଥିଲେ ଏବଂ ଶେଷ ସମୟ ପର୍ଯ୍ୟନ୍ତ ତାଙ୍କୁ ଝିଅ ଭାବେ ସମସ୍ତ ଅଧିକାର ଦେଇଥିଲେ ।

ସମ୍ପୃକ୍ତ କେରଳ ଯୁବତୀ କରମାଲାଙ୍କୁ ମଲାୟଲି ପରିବାର ପଞ୍ଚାନନ ଏବଂ ଏଗ୍ରେସ୍‌ ନିଜର ତିନି ସନ୍ତାଙ୍କ ମଧ୍ୟରେ ସବୁଠୁ ସାନ ଝିଅ ଭାବେ ପାଳନ କରୁଥିଲେ । ସେ ସମୟରେ ମହାରାଷ୍ଟ୍ରରେ ପ୍ରତିରକ୍ଷା ବିଭାଗର କର୍ମଚାରୀ ଭାବେ କାମ କରୁଥିବା ପଞ୍ଚାନନ ପଡୱାଲଙ୍କ ନିକଟବର୍ତ୍ତି ହୋଇଥିଲେ ।

ଯାହା ହେଉନା କାହିଁକି, କରମାଲାଙ୍କୁ ପଞ୍ଚାନନଙ୍କ ପତ୍ନୀ ଇଗ୍ନେସ ତାଙ୍କର ପ୍ରକୃତ ମାତା ପିତା ପରିଚୟଠାରୁ ଦୂରରେ ରଖିଥିଲେ ।

ମାତ୍ର କରମାଲାଙ୍କ ଦାବି, ‘ସେ ଅନୁରାଧା ଏବଂ ତାଙ୍କ ସ୍ବର୍ଗତ ପତି ଅରୁଣ ପଡୱାଲଙ୍କ ପ୍ରଥମ ଝିଅ ଅଟନ୍ତି’ ।
ସଙ୍ଗୀତ ସାଧାନାରେ ସେତେବେଳେ ଅନୁରାଧା ଅଧିକ ସମୟ ଦେଉଥିବାରୁ ସନ୍ତାନଙ୍କୁ ପାଳିବା ତାଙ୍କ ପକ୍ଷେ କଷ୍ଟକର ଥିଲା । ତେଣୁ ସେ ଲାଳନ ପାଳନ ପାଇଁ କରମାଲାଙ୍କୁ ଅନ୍ୟ ଦମ୍ପତିଙ୍କ ଜିମା ଦେଇଥିଲେ ।

ବଡ଼ ହେବା ପରେ ଟେରାନ ମୋଡେକ୍ସଙ୍କୁ ବିବାହ କରିଥିଲେ କରମାଲା । ଏବେ ସେ ୩ ସନ୍ତାନର ଜନନୀ । ଅନୁରାଧାଙ୍କ ସହ ସମ୍ପର୍କ ପାଇଁ ଚେଷ୍ଟା କରିବାରୁ ତାଙ୍କୁ କୌଣସି କାରଣ ଦର୍ଶାଇ ମନା କରି ଦିଆଯାଉଥିଲା ।

ତେବେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା କରମାଲାଙ୍କ ଆବେଦନର ଶୁଣାଣି ଜାନୁଆରୀ ୨୭ରେ ଥିରୁବନ୍ତପୁରମ୍‌ ଜିଲ୍ଲା ପରିବାର କୋର୍ଟରେ କରାଯିବ ।

କୋର୍ଟରେ ନିଜ ଅନୁରାଧା ଏବଂ ତାଙ୍କର ଦୁଇ ପିଲା ଉପସ୍ଥିତ ରହିବେ । କୋଣସି କାରଣରୁ ଯଦି ଅନୁରାଧାଙ୍କ ପରିବାର ପକ୍ଷରୁ ମନା କରାଯାଏ, ତେବେ ନିଜର ଡିଏନ୍ଏ ପରୀକ୍ଷା କରି ପ୍ରମାଣ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି କରମାଲା ।
First published: January 3, 2020, 4:56 PM IST
corona virus btn
corona virus btn
Loading