କେରଳରେ ଅନଲାଇନ Wife Swappingର ପର୍ଦ୍ଦାଫାସ; ୧୦୦୦ରୁ ଅଧିକ ଲୋକ ସାମିଲ ନେଇ ହେଉଛି ସନ୍ଦେହ

କେରଳରେ wife swapping ଭଳି ଘୃଣ୍ୟ ଓ ଲଜ୍ଜାଜନକ ଖେଳ ଖୁଲାସା ସହିତ ନୂତନ ସତ୍ୟ ସାମ୍ନାକୁ ଆସିଛି। ଏଥିରେ ୧୦୦୦ରୁ ଅଧିକ ବଡ଼ ପ୍ରୋଫାଇଲର ଲୋକମାନେ ସାମିଲ ଅଛନ୍ତି ବୋଲି ସନ୍ଦେହ କରାଯାଉଛି ।

କେରଳରେ wife swapping ଖେଳର ପର୍ଦ୍ଦାଫାସ ହୋଇଛି (ପ୍ରତୀକାତ୍ମକ ଛବି)

କେରଳରେ wife swapping ଖେଳର ପର୍ଦ୍ଦାଫାସ ହୋଇଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କେରଳରେ wife swapping ଭଳି ଘୃଣ୍ୟ ଓ ଲଜ୍ଜାଜନକ ଖେଳ ଖୁଲାସା ସହିତ ନୂତନ ସତ୍ୟ ସାମ୍ନାକୁ ଆସିଛି। ଏଥିରେ ୧୦୦୦ରୁ ଅଧିକ ବଡ଼ ପ୍ରୋଫାଇଲର ଲୋକମାନେ ସାମିଲ ଅଛନ୍ତି ବୋଲି ସନ୍ଦେହ କରାଯାଉଛି । ଏହି ଖବର କେରଳର ଜନ ସାଧାରଣ ଉତ୍ତେଜିତ କରିଛି। ଏଥିପାଇଁ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି  ତଦନ୍ତ କରିବା ଭଳି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ରାଜ୍ୟର ବହୁ ଉଚ୍ଚ ପ୍ରୋଫାଇଲ୍ ଲୋକ ମଧ୍ୟ ଏହା ସହ ଜଡିତ ଥିବା ସନ୍ଦେହ କରାଯାଉଛି।

କେରଳ ପୋଲିସର ସୂଚନାନୁସାରେ, ଏହି 'ଅନଲାଇନ୍ ସେକ୍ସ ରିଙ୍ଗ' ସହିତ ୧୦୦୦ ରୁ ଅଧିକ ଲୋକ ଜଡିତ ଅଛନ୍ତି ବୋଲି ସନ୍ଦେହ କରାଯାଉଛି । ଯୌନ ଶୋଷଣର ଏହି ବ୍ୟବସାୟରେ ଟଙ୍କା କାରବାରର ଏକ ସମ୍ଭାବନା ମଧ୍ୟ ଅଛି। ଜାନୁଆରୀ ୨ ରେ କେରଳ ପୋଲିସ ଏହି ଗ୍ୟାଙ୍ଗକୁ ଠାବ କରିଥିଲା।  ବାସ୍ତବରେ, ପୀଡିତା ମହିଳାଙ୍କ ନିଜ ସ୍ୱାମୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ଏହି ମାମଲା ସାମ୍ନାକୁ ଆସିଥିଲା।  ପୀଡିତା ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ହିଁ ତାଙ୍କୁ 'ଗ୍ରୁପ୍ ସେକ୍ସ' କରିବାକୁ ବାଧ୍ୟ କରିଥିଲେ ଏବଂ ଗତ ସାଢେ ତିନି ବର୍ଷ ଧରି ଏହିପରି ଟଙ୍କା ରୋଜଗାର କରୁଥିଲେ।

କେରଳର ଡିଜିପି ଅନିଲ କାଣ୍ଟ ନିଜେ ଏହି ଘଟଣାର ତଦନ୍ତ କରୁଛନ୍ତି। ସମଗ୍ର ରାଜ୍ୟରେ ଏହି 'ଯୌନ ବ୍ୟବସାୟ'ର ଯାଞ୍ଚ ପାଇଁ ସେ ଅଧସ୍ତନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓ ଏଥିରୁ କାହାକୁ ରକ୍ଷା କରାଯିବା ଉଚିତ ନୁହେଁ ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସର ସାଇବର ସେଲ୍ ମଧ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମଗୁଡିକୁ ଯାଞ୍ଚ କରୁଛି ଯାହା ମାଧ୍ୟମରେ ବିଭିନ୍ନ ଗୋଷ୍ଠୀ ଗଠନ କରି ଏହାର ତଦନ୍ତ ଜାରି ରଖିଛି।

ପୀଡିତା ନଅ ଜଣଙ୍କ ବିରୋଧରେ ନାମିତ ଅଭିଯୋଗ ଦାଖଲ କରିଥିଲେ

ଜାନୁଆରୀ ୮ ରେ କୋଟାୟାମ ଜିଲ୍ଲାର କାରୁକାଚାଲର ଜଣେ ୨୭ବର୍ଷ ବୟସ୍କା ଏହି ମାମଲାରେ ପ୍ରଥମ ଅଭିଯୋଗ କରିଥିଲେ। ସେ ନଅ ଜଣଙ୍କ ବିରୋଧରେ ନାମିତ ଅଭିଯୋଗ ଦାଖଲ କରିଥିଲେ।  ଏଥିରେ ସେମାନଙ୍କର ନାମ ଓ ଫୋନ୍ ନମ୍ବର ମଧ୍ୟ ଉଲ୍ଲେଖ ଥିଲା। ସେ ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ୱାମୀଙ୍କ ସହମତିରେ ଏହି ପୁରୁଷମାନେ ପତ୍ନୀ ବଦଳାଇବା ନାମରେ ତାଙ୍କୁ ଯୌନ ଶୋଷଣ କରିଥିଲେ। ଏହା ପରେ ନଅ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇଛି।

ଅନେକ ଉଚ୍ଚ ପ୍ରୋଫାଇଲ୍ ଲୋକ ମଧ୍ୟ ସାମିଲ ଅଛନ୍ତି

ପୋଲିସର କହିବା ଅନୁଯାୟୀ, ଅନେକ ଉଚ୍ଚ ପ୍ରୋଫାଇଲ୍ ଲୋକ ମଧ୍ୟ ଏହି ସେକ୍ସ ସିଣ୍ଡିକେଟ୍ ସହିତ ଜଡିତ ଥିବା ସନ୍ଦେହ କରାଯାଉଛି। ଏଥିରେ ଅନେକ ବ୍ୟବସାୟୀ, ଅଣ-ବାସିନ୍ଦା, ସରକାରୀ କର୍ମଚାରୀ ଏବଂ ଅଧିକାରୀ ସାମିଲ ଅଛନ୍ତି। ଗିରଫ ଅଭିଯୁକ୍ତଙ୍କ କଲ୍ ବିବରଣୀ ଏବଂ ସୋସିଆଲ୍ ମିଡିଆ ଆପ୍ ମାଧ୍ୟମରେ ବାର୍ତ୍ତାଳାପ ବାହାର କରାଯାଉଛି। ପୀଡିତା କହିଛନ୍ତି ଯେ ତାଙ୍କ ସ୍ୱାମୀ ଅନେକ ସୋସିଆଲ ମିଡିଆ ସାଇଟରେ ସକ୍ରିୟ ଥିଲେ ଏବଂ ଏହି ଖେଳରେ ଯୋଗ ଦେଇଥିବା ଲୋକଙ୍କୁ ନିମନ୍ତ୍ରଣ କରୁଥିଲେ।
Published by:Soumya Das
First published:
)}