News 18 Odia Digital
ଭାଇରାଲ ନ୍ୟୁଜ୍; ସୋସିଆଲ ମିଡିଆରେ ଏକ ପୋଷ୍ଟର ଚାଲାଣ କଟାଯାଇଥିବା ଫଟୋ ପ୍ରବଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଆପଣ ଦେଖିପାରିବେ ଯେ ବାଇକରେ ପେଟ୍ରୋଲ କମ୍ ଥିବାରୁ ଜଣେ ବ୍ୟକ୍ତିଙ୍କୁ ଜରିମାନା ପଡିଛି । ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ।
Challan For Driving Without Sufficient Fuel:ଟ୍ରାଫିକ ନିୟମ ପାଳନ ନକରିବା ପାଇଁ ଜରିମାନା ଅଛି ଏହା ଆମେ ସମସ୍ତେ ଜାଣିଛୁ । ହେଲେ ଆପଣ ଜାଣନ୍ତି କି, ବାଇକରେ ପେଟ୍ରୋଲ କମ୍ ଥିଲେ ମଧ୍ୟ ଚାଲାଣ କଟାଯାଇପାରିବ । ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ, କିନ୍ତୁ ଏହା ଆମ ଦେଶରେ ହିଁ ଘଟିଛି ।
କେରଳର ଟ୍ରାଫିକ ପୋଲିସ ଏହି କାର୍ଯ୍ୟ କରିଛି। ବାଇକରେ ପେଟ୍ରୋଲ କମ୍ ଥିବାରୁ ଟ୍ରାଫିକ ପୋଲିସ ଡ୍ରାଇଭରଙ୍କ ନାଁରେ ଚାଲାଣ କାଟିଛି । ଆମେ ତ ଏହା ବିଶ୍ୱାସ କରିପାରିଲୁ ନାହିଁ, କିନ୍ତୁ ନିଜ ନାଁରେ ଚାଲାଣ କଟାଯାଇଥିବା ବ୍ୟକ୍ତି ହିଁ ଫେସବୁକରେ ଏହି ସୂଚନା ଦେଇଛନ୍ତି । ଆଉ ସୋସିଆଲ ମିଡିଆରେ ଏହି ଚାଲାଣର ଫଟୋ ଭାଇରାଲ ହେବାରେ ଲାଗିଛି ।
ଆସନ୍ତୁ ବର୍ତ୍ତମାନ ଏହି ବିଷୟରେ ବିସ୍ତୃତ ଭାବରେ ଜାଣିବା । ବେସିଲ ଶ୍ୟାମ ନିଜ ଅଫିସକୁ ଯାଉଥିଲେ। ସେ ରାସ୍ତାର ବିପରୀତ ଦିଗରେ ଗାଡ଼ି ଚଲାଇ ଯାଉଥିବା ବେଳେ ସମୟରେ ଟ୍ରାଫିକ୍ ପୋଲିସ୍ ତାଙ୍କୁ ଅଟକାଇଥିଲା ।
୨୫୦ ଟଙ୍କାର କରିଥିଲା ଚାଲାଣମିଳିଥିବା ସୂଚନା ଅନୁଯାୟୀ, ବେସିଲ ଶ୍ୟାମଙ୍କୁ ପୋଲିସ ୨୫୦ ଟଙ୍କା ଜରିମାନା କରିଥିଲା ଏବଂ ସେ ଏହାକୁ ଭରଣା ବି କରିଥିଲେ । ଯେତେବେଳେ ସେ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଚାଲାଣ ଦେଖିଲେ, ସେ ଆଶ୍ଚର୍ଯ୍ୟ ହୋଇଗଲେ । ଚାଲାଣରେ ଲେଖାଯାଇଛି ଯେ ପର୍ଯ୍ୟାପ୍ତ ପେଟ୍ରୋଲ ବିନା ଗାଡି ଚଳାଇବା ପାଇଁ ଜରିମାନା ଲାଗୁ କରାଯାଇଛି ।
ଫେସବୁକରେ ଲେଖିଥିବା ଘଟଣାଏହା ପରେ ଫେସବୁକରେ ଏକ ଲମ୍ବା ପୋଷ୍ଟରେ ବେସିଲ ପୁରା ଘଟଣା କହିଥିଲେ । ସେ ଦାବି କରିଛନ୍ତି ଯେ ସେ କମ୍ ପେଟ୍ରୋଲରେ ଗାଡି ଚଳାଉ ନାହାଁନ୍ତି ଏବଂ ତାଙ୍କ ମୋଟରସାଇକେଲର ଟ୍ୟାଙ୍କ ପ୍ରାୟ ସବୁବେଳେ ପୂର୍ଣ୍ଣ ଅଟେ। ସେ ଏହା ମଧ୍ୟ କହିଛନ୍ତି ଯେ ଚାଲାଣର ଚିତ୍ର ଭାଇରାଲ ହେବା ପରେ ଜଣେ ଅଧିକାରୀଙ୍କ କଲ୍ ମଧ୍ୟ ଆସିଛି । ବ୍ୟକ୍ତି ଜଣକ ବିଭାଗର ଏହି ସେକ୍ସନ ବିଷୟରେ ବେସିଲଙ୍କୁ କହିଥିଲେ, ଏହା ମଧ୍ୟ କହିଛନ୍ତି ଯେ ଏହା ଦୁଇ ଚକିଆ ଯାନ ଏବଂ ଘରୋଇ ଯାନ ପାଇଁ ପ୍ରଯୁଜ୍ୟ ନୁହେଁ । ଏହା କେବଳ ବସ୍ ପରି ସର୍ବସାଧାରଣ ପରିବହନ ପାଇଁ ପ୍ରଯୁଜ୍ୟ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।