Boat Capsized: କେରଳରେ ବଡ଼ ଅଘଟଣ; ବୁଡ଼ିଗଲା ଯାତ୍ରୀବାହୀ ଡଙ୍ଗା, ୨୨ ମୃତ

Kerala tourist boat capsized: କେରଳର ମାଲାପୁରମରେ ବଡ଼ ଅଘଟଣ ଘଟିଛି । ମଲପୁରମ ଜିଲ୍ଲା ତନୁରଠାରେ ବୁଡ଼ିଗଲା ପର୍ଯ୍ୟଟକ ଡଙ୍ଗା । ଡଙ୍ଗାବୁଡ଼ି ପ୍ରାଣ ହରାଇଛନ୍ତି ୨୨ ଜଣ ଯାତ୍ରୀ ।

Boat Capsized: କେରଳରେ ବଡ଼ ଅଘଟଣ; ବୁଡ଼ିଗଲା ଯାତ୍ରୀବାହୀ ଡଙ୍ଗା, ୨୨ ମୃତ

Boat Capsized: କେରଳରେ ବଡ଼ ଅଘଟଣ; ବୁଡ଼ିଗଲା ଯାତ୍ରୀବାହୀ ଡଙ୍ଗା, ୨୨ ମୃତ

  • News18 Odia
  • Last Updated :
  • Kerala, India
  • Share this:
News18 Odia Digital

Kerala tourist boat capsized: କେରଳରେ ମାଲାପୁରମରେ ବଡ଼ ଅଘଟଣ ଘଟିଛି । ମଲପୁରମ ଜିଲ୍ଲା ତନୁରଠାରେ ବୁଡ଼ିଗଲା ପର୍ଯ୍ୟଟକ ଡଙ୍ଗା । ଡଙ୍ଗାବୁଡ଼ି ପ୍ରାଣ ହରାଇଛନ୍ତି ୨୨ ଜଣ ଯାତ୍ରୀ । ଡଙ୍ଗାରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର ଲୋକଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହି ଅଘଟଣ ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କାରଣ ଖୋଜିବା ନିମନ୍ତେ ତଦନ୍ତ ଆରମ୍ଭ ହୋଇଛି। ତେବେ ରାତି ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଛି। ଆଜି ଘଟଣାସ୍ଥଳକୁ ଯିବେ ମୁଖ୍ୟମନ୍ତ୍ରୀ ବିଜୟନ । ଘଟଣା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେରଳ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ୨ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ।

ପଢନ୍ତୁ ଏହି ଖବର: Horoscope: ୪ ରାଶି ପାଇଁ ଅଭିଶାପ ସଦୃଶ ! ଜାଣନ୍ତୁ ଆପଣଙ୍କ ରାଶି କ’ଣ କହୁଛି
Published by:Sujit Swain
First published: