ପ୍ରଥମ ରାଜ୍ୟ ଭାବେ ନାଗରିକତା ସଂଶୋଧନ ଆଇନକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କଲା କେରଳ

କେରଳର ବାମପନ୍ଥୀ ସରକାର ନିଜର ଯାଚିକାରେ ସିଏଏ ସମ୍ବିଧାନର ଅନେକ ଅନୁଚ୍ଛେଦ ଯେମିତିକି ସମାନତାର ଅଧିକାର ଏବଂ ଧର୍ମନିରପେକ୍ଷତାର ଉଲ୍ଲଂଘନ କରୁଛି ।

କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ

କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ

  • Share this:
News18 Odia Digital

ନୂଆ ଦିଲ୍ଲୀ: କେରଳର ବାମପନ୍ଥୀ ସରକାର ନାଗରିକତା ସଂଶୋଧନ ଆଇନକୁ ସୁପ୍ରିମ କୋର୍ଟରେ ଦେଶର ପ୍ରଥମ ରାଜ୍ୟ ଭାବେ ଚ୍ୟାଲେଞ୍ଜ କରିଛନ୍ତି । କେରଳ ସରକାର ତାଙ୍କ ଯାଚିକାରେ ଦର୍ଶାଇଛନ୍ତି ଯେ, ଏହି ଆଇନରେ ଭାରତୀୟ ସମ୍ବିଧାନର ଅନେକ ଦିଗ ଯେପରି ଧର୍ମନିରପେକ୍ଷତା ଏବଂ ସମାନତରାର ଅଧିକାର ଉଲ୍ଲଂଘନ ହେଉଛି । ତେବେ ଏହି ଆଇନକୁ ନେଇ ଦେଶବ୍ୟାପୀ ପ୍ରଦର୍ଶନ ଚାଲିଥିବାବେଳେ ସୁପ୍ରିମ କୋର୍ଟରେ ଏନେଇ ଦାୟାର ହୋଇଥିବା ୬୦ରୁ ଊର୍ଦ୍ଧ୍ବ ମାମଲାର ଶୁଣାଣି କରିସାରିଲେଣି ।

କେରଳ ସରକାର ଅଭିଯୋଗ କରିଛନ୍ତି ଏହି ଆଇନ ସମ୍ବିଧାନର ମୌଳିକ ବିଷୟ ଗୁଡ଼ିକୁ ଆଘାତ କରୁଛି ଏବଂ ଏହା ଦ୍ବାରା ଭାରତର ଆତ୍ମାକୁ ବଡ଼ କ୍ଷତି ପହଞ୍ଚିଛି ।

କେରଳ ସରକାର ଏହା ସହ ପାସପୋର୍ଟର ବୈଧତା ଏବଂ ଆମେଣ୍ଡମେଣ୍ଟ ନିୟମ ୨୦୧୫କୁ ମଧ୍ୟ ଚ୍ୟାଲେଞଜ କରିଛନ୍ତି । ଯେଉଁଥିରେ ଭାରତରେ ପାକିସ୍ଥାନ, ଆଫଗାନିସ୍ଥାନ ଏବଂ ବାଂଲାଦେଶୀମାନଙ୍କୁ ରେଗୁଲାର କରିବାକୁ କୁହାଯାଇଛି ଯେଉଁମାନେ ୨୦୧୫ ପୂର୍ବରୁ ଭାରତରେ ଅଛନ୍ତି
Published by:Durgamadhab Rath
First published: