'ଭାରତ ଯୋଡ଼' ଯାତ୍ରା ସମୟରେ ପକେଟମାର; CCTV ଯାଞ୍ଚ କରୁଛି ପୋଲିସ

ଭାରତ ଯୋଡ଼ ଯାତ୍ରା ସମୟରେ ଚାରି ଜଣିଆ ଗ୍ୟାଙ୍ଗ ପକେଟମାର କରିଥିବାର ସନ୍ଦେହ କରାଯାଉଛି। ପୋଲିସ ସେମାନଙ୍କୁ ଚିହ୍ନଟ ମଧ୍ୟ କରିଛି।

(ଫଟୋ ସୌଜନ୍ୟ: INCindia twitter)

(ଫଟୋ ସୌଜନ୍ୟ: INCindia twitter)

  • News18 Odia
  • Last Updated :
  • Share this:
News18 Odia Digital

ନୂଆ ଦିଲ୍ଲୀ: କଂଗ୍ରେସର 'ଭାରତ ଯୋଡ' ଯାତ୍ରାରେ ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କ ଝଲକ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି।କିନ୍ତୁ ଏହାରି ଭିତରେ କିଛି ଲୋକଙ୍କ ପକେଟମାରା ହୋଇଥିବା ଘଟଣା ଏକ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି। ଏଥିରେ ସମ୍ପୃକ୍ତ ଥିବା ଚାରିଜଣିଆ ଗ୍ୟାଙ୍ଗକୁ ପୋଲିସ ଚିହ୍ନଟ କରିଛି। ଗୋଟିଏ ଦିନ ପୂର୍ବରୁ ଅର୍ଥାତ ସୋମବାର ଦିନ ଯାତାୟାତ କରିଥିବା ଅଞ୍ଚଳରେ ଏପରି କିଛି ଘଟଣା ଘଟିଥଲା।  ଯେଉଁଠାରେ ଅପରାଧ ଘଟିଛି ​​ସେହି ସ୍ଥାନଗୁଡିକର ସିସିଟିଭି ଫୁଟେଜ୍ ଯାଞ୍ଚ କରିବାକୁ ପଡିବ ବୋଲି କହିଛନ୍ତି କରମାନା ପୋଲିସ ଷ୍ଟେସନର ଜଣେ ପୋଲିସ ଅଧିକାରୀ।

ସିସିଟିଭି ଫୁଟେଜରୁ ଏହି କାମ ଚାରି ଜଣିଆ ଗ୍ୟାଙ୍ଗ କରିଥିବାର ସନ୍ଦେହ କରାଯାଉଛି। ପୋଲିସ ସେମାନଙ୍କୁ ଚିହ୍ନଟ ମଧ୍ୟ କରିଛି। ସେମାନେ ଯାତ୍ରାର ଅଂଶ ନଥିଲେ। ସେମାନେ ତାମିଲନାଡୁରୁ ଆସିଛନ୍ତି ନା ପକେଟମାର କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।

ପୋଲିସ ଅଧିକାରୀ କହିଛନ୍ତି ଯେ ଯେତେବେଳେ ଏତେ ସଂଖ୍ୟକ ଲୋକ ଏକାଠି ହେଉଛନ୍ତି, ଚୋରି ହେବା ନିଶ୍ଚିତ।  ତଥାପି ପରିସ୍ଥିତି ଉପରେ ନଜର ରଖିବା ପାଇଁ ସାଦା ପୋଷାକରେ ଥିବା ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ବୋଲି ସେ କହିଛନ୍ତି।
Published by:Soumya Das
First published: