କେରଳ ବିମାନ ଦୁର୍ଘଟଣା: ବିମାନ ଅବତରଣ କରିବା ପୂର୍ବରୁ ହୋଇ ନ ଥିଲା ଫ୍ରିକ୍ସନ ଟେଷ୍ଟ

ଚେନ୍ନାଇରୁ ଏକ ରନୱେ ଫ୍ରିକ୍ସନ ପରୀକ୍ଷଣ ମେସିନ ଅଣାଯାଇଥିଲା । ହେଲେ ଦୁର୍ଘଟଣା ପୂର୍ବରୁ ଏହା ବ୍ୟବହୃତ ହୋଇ ନ ଥିଲା । ବର୍ଷା ସମୟରେ ରନୱେରେ ବିମାନ ଅବତାରଣ ବେଳେ ସ୍ଲିପ ହେବାର ପରିସ୍ଥିତି ଅଛି କି ନାହିଁ ତାହା ଯାଞ୍ଚ କରାଯାଇଥାଏ।

କେରଳ ବିମାନ ଦୁର୍ଘଟଣା: ବିମାନ ଅବତରଣ କରିବା ପୂର୍ବରୁ ହୋଇ ନ ଥିଲା ଫ୍ରିକ୍ସନ ଟେଷ୍ଟ
କୋଜିକୋଡ ସ୍ଥିତ କରିପୁର ବିମାନବନ୍ଦରରେ ଫ୍ରୀକ୍ସନ ଯାଞ୍ଚ କରାଯାଇ ନାହିଁ : ସୂତ୍ର (ଫାଇଲ୍ ଫଟୋ ANI)
  • News18 Odia
  • Last Updated: August 8, 2020, 8:02 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
କୋଜିକୋଡ: କେରଳର (Kerala) କୋଜିକୋଡ ବିମାନ ବନ୍ଦରରେ ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ଏକ୍ସପ୍ରେସ (Air India Express) ପାସେଞ୍ଜର ବିମାନର ବ୍ଲାକ୍ ବକ୍ସ (Black Box) ମିଳିଛି। ଯାହା ବର୍ତ୍ତମାନ ବିମାନ ଦୁର୍ଘଟଣାର କାରଣ   ବିମାନଟି ରନୱେ ଟ୍ରାକରୁ  କିପରି ଖସିଗଲା ତାହା ଜାଣିବାରେ କରିବାରେ ସାହାଯ୍ୟ କରିବ। ନ୍ୟୁଜ୍ ୧୮ କୁ ଏକ ସୂତ୍ରରୁ କହିଛି ଯେ କୋଜିକୋଡ ସ୍ଥିତ କରିପୁର ବିମାନବନ୍ଦରରେ ବିମାନ ଅବତରଣ କରିବା ପୂର୍ବରୁ ରନୱେରେ ଫ୍ରୀକ୍ସନ ହେବାର ପରୀକ୍ଷା କରାଯାଇ ନାହିଁ। କେରଳରେ ଯେଉଁଠାରେ ଲଗାତାର ବର୍ଷା ହେଉଛି। କରିପୁର ବିମାନବନ୍ଦରରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପାଇଲଟଙ୍କ ସମେତ ୧୮ ଜଣଙ୍କର ମୃତ୍ୟୁ ଘଟିଛି।

ସତ୍ରରୁ ପ୍ରକାଶ ଯେ ଚେନ୍ନାଇରୁ ଏକ ରନୱେ ଫ୍ରିକ୍ସନ ପରୀକ୍ଷଣ ମେସିନ ଅଣାଯାଇଥିଲା। ତେବେ ଦୁର୍ଘଟଣା ପୂର୍ବରୁ ଏହା ବ୍ୟବହୃତ ହୋଇନଥିଲା। ବାସ୍ତବରେ ବର୍ଷା ସମୟରେ ରନୱେରେ ବିମାନ ଅବତାରଣ ବେଳେ ସ୍ଲିପ ହେବାର ପରିସ୍ଥିତି ଅଛି କି ନାହିଁ ତାହା ଯାଞ୍ଚ କରାଯାଇଥାଏ। କିନ୍ତୁ କୋଜିକୋଡରେ ଏହାର ଅନୁସନ୍ଧାନ କରାଯାଇ ନାହିଁ। ଫ୍ରୀକ୍ସନ ପରୀକ୍ଷଣ ଗାଡି ଚକ ଦେଇ ରନୱେ ପରୀକ୍ଷା କରେ  'ଟେବୁଲ୍ ଟପ୍' ବିମାନବନ୍ଦର ରନୱେ ବିଶେଷ କରି କୋଜିକୋଡ ମାଙ୍ଗାଲୋର ପାଇଁ ଏହିପରି ଯନ୍ତ୍ରପାତିକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ

ଏୟାର୍ ଇଣ୍ଡିଆର ଏହି ବିମାନଟି (IX1344) କେରଳର କୋଇକୁଡ଼ ବିମାନବନ୍ଦରରେ ଅବତରଣ କରିବା ସମୟରେ ରନୱେରେ ଏହି ଦୁର୍ଘଟଣା ଘଟିଥିଲା


ଡିଜିଟାଲ୍ ଫ୍ଲାଇଟ୍ ଡାଟା ରେକର୍ଡର୍ (DFDR), କକ୍ପିଟ୍ ଭଏସ୍ ରେକର୍ଡର୍ (CVR) ଉଦ୍ଧାର ହୋଇଛି

କେରଳର କୋଜିକୋଡରେ ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରୁ ଡିଜିଟାଲ ଫ୍ଲାଇଟ୍ ଡାଟା ରେକର୍ଡର୍ (DFDR) କକ୍ପିଟ୍ ଭଏସ୍ ରେକର୍ଡର୍ (CVR) ଉଦ୍ଧାର କରାଯାଇଛି। ବିମାନ ଚଳାଚଳ ନିୟାମକଙ୍କ ଜଣେ ଅଧିକାରୀ ଶନିବାର ଏହି ସୂଚନା ଦେଇଛନ୍ତି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ଜଣେ ଅଧିକାରୀ କହିଛନ୍ତି ଯେ ବିମାନରୁ ଉଦ୍ଧାର ହୋଇଥିବା DFDR CVR ଦୁର୍ଘଟଣାର କାରଣ ଜାଣିବାରେ ସାହାଯ୍ୟ କରିବ।

ଏହା ବି ପଢ଼ନ୍ତୁ | PM ମୋଦୀଙ୍କ ବିଶ୍ୱସ୍ତ IAS ଅଫିସର୍ ଗିରିଶ ଚନ୍ଦ୍ର ମୁର୍ମୁ CAG ପଦରେ ଆସୀନ ହୋଇଥିବା ପ୍ରଥମ ଆଦିବାସୀ

ଏହା ବି ପଢ଼ନ୍ତୁ | ଅଗଷ୍ଟରେ କରୋନା ରେକର୍ଡ଼ ଭାଙ୍ଗିଲା; ବିଶ୍ୱର ସବୁ ଠୁ ବେଶୀ ମାମଲା ଭାରତରେ

ଅଧିକାରୀଙ୍କ କହିବାନୁସାରେ ଏହି ଉପକରଣଗୁଡ଼ିକ ବିମାନ ଦୁର୍ଘଟଣା ଅନୁସନ୍ଧାନ ବ୍ୟୁରୋ ସହିତ ଅଛି ଅଧିକ ଅନୁସନ୍ଧାନ ପାଇଁ ଦିଲ୍ଲୀ ପଠାଯିବ। ଶୁକ୍ରବାର ରାତିରେ ପ୍ରବଳ ବର୍ଷା ମଧ୍ୟରେ କୋଜିକୋଡ ବିମାନବନ୍ଦରରେ ଅବତରଣ କରିବା ସମୟରେ ଦୁବାଇରୁ ୧୯୦ ଜଣ ଲୋକଙ୍କୁ ନେଇ ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନ ରନୱେରୁ ଖସିଯିବା ପରେ ୩୫ ଫୁଟ ଗଭୀର ଖାଲରେ ପଡ଼ି ଦୁଇ ଖଣ୍ଡରେ ଭାଙ୍ଗି ଯାଇଥିଲା । ବିମାନରେ ଥିବା ଅତିକମରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି ।
Published by: Jagdish Barik
First published: August 8, 2020, 7:09 PM IST
corona virus btn
corona virus btn
Loading