Kidney-Liver For Sale: 'କିଡନୀ ଦରକାର ଥିଲେ ଏହି ନଂରେ କଲ କରନ୍ତୁ'

Kidney Liver for Sale Poster: କିଡନୀ ଦରକାର ଥିଲେ ଏହି ନଂରେ କଲ କରନ୍ତୁ..ଏମିତି କିଛି ଲେଖି ପୋଷ୍ଟର ଲଗାଇଛନ୍ତି ଜଣେ ବ୍ୟକ୍ତି ।

Kidney-Liver For Sale

Kidney-Liver For Sale

  • News18 Odia
  • Last Updated :
  • Other, India
  • Share this:
News18 Odia Digital

କେରଳ: କେରଳ(Kerala)ର ଥିରୁବନନ୍ତପୁରମରେ ଜଣେ ବ୍ୟକ୍ତି କିଡନୀ ଓ ଯକୃତ(Kidney-liver for Sale) ବିକ୍ରୟ ପାଇଁ ଏକ ପୋଷ୍ଟର ଲଗାଇଛନ୍ତି ଯାହା ଏକ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରାରମ୍ଭରେ, ଲୋକମାନେ ଏହା ଏକ ଉପହାସ ବୋଲି ଭାବିଥିଲେ ଓ କିଛି ଲୋକ ଭାବିଥିଲେ ଯେ ସରକାରଙ୍କୁ ଟାର୍ଗେଟ କରିବା ପାଇଁ ଏଭଳି ପୋଷ୍ଟର(Poster) ଲଗାଯାଇଛି। ପୋଷ୍ଟରରେ ଦୁଇଟି ମୋବାଇଲ୍ ନମ୍ବର ମଧ୍ୟ ଦିଆଯାଇଛି। ଯେତେବେଳେ ସେମାନେ ସେହି ନମ୍ବରରେ କଲ କଲେ, ସେତେବେଳେ ଆଶ୍ଚର୍ଯ୍ୟ ହୋଇଗଲେ।

ଏହି ମାମଲା ଥିରୁବନନ୍ତପୁରମର ମାନାକାଉଡ୍ ପୁଥେନ୍ ରୋଡ୍ ଅଞ୍ଚଳର। ନ୍ୟୁଜ୍ ଏଜେନ୍ସି IANS ଅନୁଯାୟୀ, ଏହି ଅଞ୍ଚଳରେ ରହୁଥିବା ୫୦ ବର୍ଷିୟ ସନ୍ତୋଷ କୁମାର କିଡନୀ ଓ ଯକୃତ ବିକ୍ରୟ ପାଇଁ ଏକ ପୋଷ୍ଟର ଲଗାଇଛନ୍ତି।

ସନ୍ତୋଷଙ୍କ ମୁତାବକ, ସେ ଏକ ଫଳ ଦୋକାନରେ କାମ କରୁଥିଲେ, ଯେତେବେଳେ ସେ ଏକ ଅଖା ଉଠାଇବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହା ପରେ ତାଙ୍କୁ ଚିକିତ୍ସା କରିବାକୁ ପଡିଲା, ଯେଉଁଥିପାଇଁ ତାଙ୍କ ପାଖରେ ଟଙ୍କା ନଥିଲା। ସେ କହିଥିଲେ ଯେ ତାଙ୍କ ପରିବାରର ମାନାକୋଡ ଜଙ୍କସନ ନିକଟରେ ଜମି ଅଛି, ସେ ଏହାର ଏକ ଅଂଶ ବିକ୍ରୟ କରିବାକୁ ଚାହୁଁଛନ୍ତି। ତେବେ ଜମି ସମ୍ପର୍କରେ ତାଙ୍କ ଭାଇଙ୍କ ସହ ବିବାଦ ଲାଗି ରହିଛି। ପ୍ରକୃତରେ ସମ୍ପତ୍ତିଟି ମାଆଙ୍କ ନାମରେ ଥିଲା ଏବଂ ସନ୍ତୋଷଙ୍କ ସହ ୬ ଭାଇଭଉଣୀଙ୍କ ମଧ୍ୟରେ ସେୟାର କରାଯାଇଥିଲା।

OSCAR 2023: ଜିତିବା ପରେ 'ଓସ୍କାର'କୁ ବିକ୍ରି କରିହେବ କି? ମିଳିବ ଏତିକି ଟଙ୍କା

ସନ୍ତୋଷଙ୍କ ପତ୍ନୀ ପିଲାମାନଙ୍କୁ ଟ୍ୟୁସନ କରୁଥିଲେ କିନ୍ତୁ କରୋନା ଅବଧି ପରେ ମଧ୍ୟ ଏହା ବନ୍ଦ ହୋଇଗଲା। କଠିନ ପରିସ୍ଥିତି ଦେଖି ପରିବାର ଲୋକ କହିଛନ୍ତି ଯେ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବିକ୍ରୟ କରିବା ବ୍ୟତୀତ ସେମାନଙ୍କର ଅନ୍ୟ କୌଣସି ବିକଳ୍ପ ନାହିଁ। ଏହି ପୋଷ୍ଟରର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଚିତ୍ର ସେୟାର କରିବା ସମୟରେ ଅନେକ ଲୋକ ସେହି ବ୍ୟକ୍ତିଙ୍କ ପ୍ରତି ସମବେଦନା ଜଣାଇଛନ୍ତି।
Published by:Soumya Das
First published: