News18 Odia Digital
କେରଳ: କେରଳ ହାଇର୍କୋଟ (Kerala High Court) ଜଣେ ୧୫ ବର୍ଷୀୟା ନାବାଳିକାକୁ ଗର୍ଭପାତ କରିବା ପାଇଁ ଅନୁମତି ଦେଇଛନ୍ତି। ଯେଉଁ ବାଳିକା ଜଣଙ୍କ ନିଜ ଭାଇ ଦ୍ବାରା ଗଭର୍ବତୀ ହୋଇଥିବା ସୂଚନା ମିଳିଛି। ବାର ଆଉ ବେଞ୍ଚ ରିର୍ପୋଟ ଅନୁସାରେ ଏହି ଯାଚିକା ନାବାଳିକ ପିତାଙ୍କ ଦ୍ବାରା ଦାଖଲ କରାଯାଇଥିଲା।
ଆଉ ଏହି ମାମଲା ଉପରେ ର୍କୋଟ ଶୁଣାଣି ଦେବା ସହିତ ଏହା ମଧ୍ୟ କହିଛନ୍ତି ଯେ ଯଦି ନାବାଳିକାଙ୍କୁ ଗର୍ଭପାତ କରିବାର ଅନୁମତି ନଦିଆଯାଏ ତେବେ ତାଙ୍କର ସ୍ବାସ୍ଥ୍ୟପ୍ରତି ବିପଦ ଆସିପାରେ। ସାମାଜିକ ଆଉ ସ୍ବାସ୍ଥ୍ୟଗତ ସମସ୍ୟାକୁ ଦେଖି ର୍କୋଟ ଏହି ଶୁଣାଣିରେ ଏମିତି ନିଷ୍ପତ୍ତି ଶୁଣାଇଛି। ଏହା ଦ୍ବାରା ଜନ୍ମ ହେବାକୁ ଥିବା ପିଲାଙ୍କ ପ୍ରତି ମଧ୍ୟ ଅସୁବିଧା ଆସିପାରେ ବୋଲି କହିଥିଲେ କୋର୍ଟ।
ଜଷ୍ଟିସ ଜିୟାଦ ରହମାନ ଏଏ କହିଛନ୍ତି ଯେ ନାବାଳିକାକୁ ପରୀକ୍ଷା କରିବା ପାଇଁ ଗଠିତ ଏକ ମେଡିକାଲ ବୋର୍ଡର ରିପୋର୍ଟ ଅନୁଯାୟୀ, ୩୨ ସପ୍ତାହରୁ ଅଧିକ ଗର୍ଭଧାରଣ ଜାରି ରଖିବା ଦ୍ବାରା ୧୫ ବର୍ଷ ବୟସ୍କା ପୀଡିତାଙ୍କ ସାମାଜିକ ତଥା ମାନସିକ ସ୍ୱାସ୍ଥ୍ୟରେ ଗୁରୁତର କ୍ଷତି ହୋଇପାରେ। ସେ କହିଛନ୍ତି ଯେ ତାଙ୍କଠାରୁ ଜନ୍ମ ହୋଇଥିବା ଶିଶୁଟି ତାଙ୍କର ପ୍ରକୃତ ଭାଇର ପିଲା ହେବ ବୋଲି ଦୃଷ୍ଟିରେ ରଖି ତାଙ୍କ ପାଇଁ ବିଭିନ୍ନ ସାମାଜିକ ତଥା ଚିକିତ୍ସା ସମ୍ବନ୍ଧୀୟ ଜଟିଳତା ଦେଖାଦେଇପାରେ। ଏପରି ପରିସ୍ଥିତିରେ, ଗର୍ଭପାତ କରିବାକୁ ଆବେଦନକାରୀଙ୍କ ଦ୍ବାରା ମାଗାଯାଇଥିବା ଅନୁମତି ଅନିବାର୍ଯ୍ୟ।
କୋର୍ଟ କହିଛନ୍ତି ଯେ ଡାକ୍ତରୀ ରିପୋର୍ଟକୁ ବିଚାର କରିବା ପରେ ଜଣାପଡ଼ିଛି ଯେ ନାବାଳିକାଙ୍କୁ ଗର୍ଭପାତ ପାଇଁ ଶାରୀରିକ ଏବଂ ମାନସିକ ସ୍ତରରେ ଫିଟ୍ ଅଛି। କୋର୍ଟ କହିଛନ୍ତି ଯେ ମେଡିକାଲ ବୋର୍ଡ ଅନୁଯାୟୀ ନାବାଳିକାଟି ଜୀବନ୍ତ ସନ୍ତାନ ଜନ୍ମ କରିବାର ସମ୍ଭାବନା ରହିଛି। ଜଷ୍ଟିସ ରେହମାନ କହିଛନ୍ତି ଯେ ଏଭଳି ପରିସ୍ଥିତିରେ ମୁଁ ଆବେଦନକାରୀଙ୍କ ନାବାଳିକାକୁ ଗର୍ଭପାତ କରିବାକୁ ଅନୁମତି ଦେଉଛି।
ପଢ଼ନ୍ତୁ ଏହି ଖବର: ନୂଆ ବାହା ହୋଇଛନ୍ତି କି ? ଖାଆନ୍ତୁ ଏହି ଖାଦ୍ୟ; ରହିବେ ଫିଟ୍ ଆଣ୍ଡ ଫାଇନ୍ତେବେ ମିଳିଥିବା ସୂଚନା ଅନୁସାରେ ମେ ୧୯ ତାରିଖରୁ ଏକ ସପ୍ତାହ ପରେ ଶୁଣାଣି ପାଇଁ କୋର୍ଟ ତାଲିକାଭୁକ୍ତ କରିଛନ୍ତି। ପରବର୍ତ୍ତୀ ତାରିଖରେ କୋର୍ଟରେ ଏହାର ରିର୍ପୋଟ ଉପସ୍ଥାପନ କରାଯିବ। ନାବାଳିକାଙ୍କ ଗର୍ଭଧାରଣକୁ ବିଳମ୍ବ ନକରି ଚିକିତ୍ସା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କୋର୍ଟ ଜିଲ୍ଲା ମେଡିକାଲ ଅଫିସର ତଥା ସରକାରୀ ମେଡିକାଲ କଲେଜ ହସ୍ପିଟାଲର ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।