ଗିରଫ ହେଲେ କେରଳ ଇଞ୍ଜିନିୟର; ଭିଜିଲାନ୍ସ ଚଢ଼ାଉ ସମୟରେ ଗିଳିଦେଲେ ଟଙ୍କା

କେରଳ କୁନ୍ନୁରରେ ଇଲେକ୍ଟ୍ରିସିଟି ବୋର୍ଡରେ ଚାକିରି କରିଥିବା ଜଣେ ଇଂଜିନିୟର ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିବାରୁ ଟଙ୍କାକୁ ଗିଳିଦେଇଛନ୍ତି । ଏହା ପରେ ସେ ଗିରଫ ହୋଇଛନ୍ତି।

ଗିରଫ ହେଲେ କେରଳ ଇଞ୍ଜିନିୟର

ଗିରଫ ହେଲେ କେରଳ ଇଞ୍ଜିନିୟର

  • Share this:
News 18 Odia Digital

କେରଳ: କେରଳ କୁନ୍ନୁରରେ ଇଲେକ୍ଟ୍ରିସିଟି ବୋର୍ଡରେ ଚାକିରି କରିଥିବା ଜଣେ ଇଂଜିନିୟର ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିବାରୁ ଟଙ୍କାକୁ ଗିଳିଦେଇଛନ୍ତି । ଏହା ପରେ ସେ ଗିରଫ ହୋଇଛନ୍ତି । ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ତାଙ୍କ ଉପରେ ଏକ ଇଲେକ୍ଟ୍ରି ତାର ବାଜୁଥିବାରୁ ଏହାକୁ ପରିବର୍ତ୍ତନ କରିବା ପାଇଁ ଇଂଜିନିୟରଙ୍କ ପାଖକୁ ଆସିଥିଲେ। ବ୍ୟକ୍ତି ଜଣକ ଇଂଜିନିୟରିଙ୍କୁ ଲାଇନ ତାରକୁ ପରିବର୍ତ୍ତନ କରିବା ପାଇଁ ମାତ୍ର ୧୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ହଜାରେ ଟଙ୍କା ଦେଲେ ଲାଇନ ତାର ପରିବର୍ତ୍ତନ ତୁରନ୍ତ ହେବ ନଚେତ ଏକ ମାସ ଲାଗିବ ବୋଲି ଇଂଜିନିୟର ଜଣକ କହିଥିଲେ ।

ଯୁବକ ଜଣକ ସଙ୍ଗେ ସଙ୍ଗେ ଭିଜିଲାନ୍ସ ସହିତ ଯୋଗାଯୋଗ କରିଥିଲେ । ଯୁବକ ଜଣକ ଇଂଜିନିୟରଙ୍କୁ ପଇସା ଦେବା ସମୟରେ ଭିଜିଲାନ୍ସ ଟିମ୍‌ ପହଞ୍ଚି ଧରିଥିଲେ । ହେଲେ ହଠାତ୍‌ ଏହି ଟଙ୍କାକୁ ଇଂଜିନିୟରି ଜଣକ ଗିଳିଦେଇଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ତା’ ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା।
Published by:Soumyashree Mishra
First published: