ସ୍ୱାଧୀନ ପ୍ରାର୍ଥୀଙ୍କର ପ୍ରତିଶ୍ରୁତି; MLA ହେଲେ କତାର ନେଇ ଦେଖାଇବେ ଫୁଟବଲ ୱାର୍ଲ୍ଡ କପ୍
କଟୁରପାଥି ସୁଲେମାନ ହାଜି ଗଲ୍ଫ ଦେଶରେ ବ୍ୟବସାୟ କରନ୍ତି । ସେ କୋଣ୍ଡୋଟି ସିଟରେ ବାମପନ୍ଥୀ ସମର୍ଥନରେ ସ୍ୱାଧୀନ ପାର୍ଥି ଭାବରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ତାଙ୍କ ମନିଫେଷ୍ଟୋରେ ସେ ଏହି ପ୍ରତିଶୃତି ଦେଇଛନ୍ତି ।

2022 ଫୁଟବଲ ବିଶ୍ୱକପ କତାରରେ ଖେଳାଯିବ (AP)
- News18 Odia
- Last Updated: March 31, 2021, 9:53 AM IST
Kerala Assembly Elections 2021: କେରଳ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ପ୍ରଚାର ପ୍ରସାର ଜୋରସୋରରେ ଚାଲିଛି । ସମସ୍ତ ଦଳ ଓ ପ୍ରାର୍ଥୀ ଭୋଟରଙ୍କୁ ଅନେକ ପ୍ରତିଶୃତି ଦେଉଛନ୍ତି । ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣେ ଶିଳ୍ପପତି ଭୋଟରଙ୍କୁ ଏକ ସ୍ୱତନ୍ତ୍ର ପ୍ରତିଶୃତି ଦେଇଛନ୍ତି । ସ୍ୱାଧୀନ ପ୍ରାର୍ଥୀ କଟୁରପାଥି ସୁଲେମାନ ହାଜି (Katurpathy Suleman Haji) କହିଛନ୍ତି ଯେ ଯଦି ସେ ନିର୍ବାଚନରେ ଜିତନ୍ତି ତେବେ ସେ ସ୍ଥାନୀୟ କ୍ଲବ ପାଇଁ ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ କରିବେ । ଏହାର ଚାମ୍ପିୟନ ଦଳକୁ ୨୦୨୨ ମସିହାରେ କତାରରେ ହେବାକୁ ଥିବା ଫୁଟବଲ ବିଶ୍ୱକପ ଦେଖିବାର ସୁଯୋଗ ଦିଆଯିବ । କେରଳ, ତାମିଲନାଡୁ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ୬ ଏପ୍ରିଲରେ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଭୋଟ୍ ଆସନ୍ତା ମାସ ୨ ମେ' ରେ ଗଣାଯିବ ।
ସୁଲେମାନ ହାଜି ମଧ୍ୟ ଏକ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଯେଉଁଥିରେ ଏକ ଫୁଟବଲ ପଡ଼ିଆ ମଧ୍ୟ ରହିବ। ସେ କହିଛନ୍ତି ଯେ କଣ୍ଡୋଟିଙ୍କୁ ବିମାନବନ୍ଦର ସିଟିରେ ପରିଣତ କରିବା ପରେ କୌଣସି ବନ୍ୟା ପରିସ୍ଥିତି ସୃଷ୍ଟି ହେବ ନାହିଁ ଓ ଟ୍ରାଫିକ ସମସ୍ୟା ହେବ ନାହିଁ । ସୁଲେମାନ ହାଜିଙ୍କର ଏହି ଅଞ୍ଚଳରେ ବହୁତ ପ୍ରଭାବ ଅଛି ।
ନାମାଙ୍କନପତ୍ରରେ ତଥ୍ୟ ଲୁଚାଇବାର ଅଭିଯୋଗ ରହିଛି
କେରଳର ରାଜନୈତିକ ପରିସ୍ଥିତି
ସମସ୍ତ ୧୪୦ ବିଧାନସଭା ଭୋଟ୍ ୬ ଏପ୍ରିଲରେ କେରଳରେ ଅନୁଷ୍ଠିତ ହେବ । ୨୦୧୬ ବିଧାନସଭା ନିର୍ବାଚନରେ LDF-91 ଏବଂ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (UDF) ୪୭ଟି ସିଟ୍ ପାଇଛି । ଏଠାରେ ସରକାର ଗଠନ ପାଇଁ ୭୧ଟି ଆସନ ଆବଶ୍ୟକ । ପିନାରାଇ ବିଜୟ ହେଉଛି ରାଜ୍ୟର ସିପିଆଇ (ଏମ୍) ବାମପନ୍ଥୀ ଡେମୋକ୍ରାଟିକ୍ ଫ୍ରଣ୍ଟ (LDF) ସରକାର ।