ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଯୌତୁକ ପାଇଁ ପତ୍ନୀକୁ କୋବ୍ରା ସାପ କାମୁଡ଼ାଇ ମାରିଥିଲା: ମିଳିଲା ତାଙ୍କୁ ଦୁଇଗୁଣ ଆଜୀବନ କାରାଦଣ୍ଡ

ଯୌତୁକ ପାଇଁ ପତ୍ନୀକୁ କୋବ୍ରା ସାପ କାମୁଡ଼ାଇ ମାରିଥିଲା: ମିଳିଲା ତାଙ୍କୁ ଦୁଇଗୁଣ ଆଜୀବନ କାରାଦଣ୍ଡ

ସୁରଜ ନାମକ ବ୍ୟକ୍ତି ନିଜ ୨୫ ବର୍ଷୀୟା ପତ୍ନୀ ଉଥ୍ରାଙ୍କୁ ଯୌତୁକ ପାଇଁ ସାପ କାମୁଡ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏବେ ମିଳିଲା କଡ଼ା ଦଣ୍ଡ ।

ଯୌତୁକ ପାଇଁ ପତ୍ନୀକୁ କୋବ୍ରା ସାପ କାମୁଡ଼ାଇ ମାରିଥିଲା: ମିଳିଲା ତାଙ୍କୁ ଦୁଇଗୁଣ ଆଜୀବନ କାରାଦଣ୍ଡ
ଯୌତୁକ ପାଇଁ ପତ୍ନୀକୁ କୋବ୍ରା ସାପ କାମୁଡ଼ାଇ ମାରିଥିଲା
  • News18 Odia
  • Last Updated: October 14, 2021, 2:34 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କେରଳ: ନିକଟରେ କେରଳର (Kerala) ଏକ ସେସନ୍ସ କୋର୍ଟ ଜଣେ ନିଜ ସ୍ତ୍ରୀଙ୍କୁ ଏକ ନାଗ ସାପ (କୋବ୍ରା) ଦ୍ୱାରା କାମୁଡ଼ାଇ ହତ୍ୟା କରିଥିବା ବ୍ୟକ୍ତିକୁ ଦୋଷୀ ସାବ୍ୟସ୍ତ କରିଥିଲେ । ସୁରଜ ନାମକ ବ୍ୟକ୍ତି ନିଜ ୨୫ ବର୍ଷୀୟା ପତ୍ନୀ ଉଥ୍ରାଙ୍କୁ ଯୌତୁକ ପାଇଁ ସାପ କାମୁଡ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । କୋର୍ଟରେ ସୁରଜଙ୍କ ଓକିଲମାନଙ୍କ ପକ୍ଷରୁ ସବୁ ପ୍ରୟାସ ସତ୍ତ୍ୱେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏବେ ଏହି ମାମଲାରେ ଏକ ନୂଆ ଖବର ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି ଯେ ସୁରଜଙ୍କୁ କଡ଼ା ଦଣ୍ଡ ଦେଇଛନ୍ତି କୋର୍ଟ ।

ସୋମବାର କୋର୍ଟ ଏହାକୁ ଏକ ଜଘନ୍ୟ ମାମଲା ବୋଲି କହିଥିଲେ, କିନ୍ତୁ ସ୍ୱାମୀ ପି ସୁରଜଙ୍କ ବୟସକୁ ବିଚାର କରି ତାଙ୍କୁ ମୃତ୍ୟୁ ଦଣ୍ଡରୁ ମୁକ୍ତି ଦେଇଥିଲେ । ଏଭଳି ଅପରାଧୀ ଚିନ୍ତାଧାରା ଥିବା ଲୋକଙ୍କୁ ଏହା ଏକ ଭୁଲ ବାର୍ତ୍ତା ପଠାଇବ ବୋଲି କୋର୍ଟ କହିଥିଲେ।

ଦେଶରେ ବୋଧହୁଏ ଏହା ପ୍ରଥମ ଘଟଣା, ଯେତେବେଳେ ବିଷାକ୍ତ ସାପକୁ କାହାକୁ ମାରିବା ପାଇଁ ଅସ୍ତ୍ର ଭାବରେ ବ୍ୟବହାର କରାଯାଇଥିଲା। କୋର୍ଟ ସୁରଜଙ୍କୁ ଦୁଇଗୁଣ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି, କିନ୍ତୁ ତାଙ୍କ ପତ୍ନୀ ଉଥ୍ରାଙ୍କ ପରିବାର ସଦସ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତାଙ୍କ ପରିବାର କହିଛନ୍ତି ଯେ ସେମାନେ ଏହି ଦଣ୍ଡରେ ସନ୍ତୁଷ୍ଟ ନୁହଁନ୍ତି।

ସେମାନେ କହିଛନ୍ତି ଯେ ସୁରଜଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ ଓ ସେମାନେ କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ହାଇ କୋର୍ଟ ଯିବେ। ଉଥ୍ରାଙ୍କ ମା' ମଣିମେଖଲା କହିଛନ୍ତି ଯେ ସୁରଜ ପୂର୍ବରୁ ଦୁଇଥର ହତ୍ୟା ଉଦ୍ୟମ କରିଥିଲେ ଓ ତୃତୀୟ ଥରରେ ତାଙ୍କ ଝିଅ ଜୀବନ ନେଇଥିଲେ।

ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଆମେ ଆଶା କରୁଥିଲୁ ବୋଲି ମନିମେଖଲା କହିଛନ୍ତି। ଯଦି ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥାନ୍ତା, ତେବେ ସମସ୍ତେ ଏକ ସ୍ପଷ୍ଟ ବାର୍ତ୍ତା ପାଇଥାନ୍ତେ ଯେ ଯେଉଁମାନେ ଏପରି ଅପରାଧ କରନ୍ତି ସେମାନଙ୍କୁ ରକ୍ଷା କରାଯିବ ନାହିଁ। ଏହି ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ ଏହା ହେଉଛି ହତ୍ୟାକାଣ୍ଡର ବିରଳ ମାମଲା, କିନ୍ତୁ ଦୋଷୀ ସାବ୍ୟସ୍ତ ହୋଇଥିବା ବୟସକୁ ବିଚାର କରି ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଉ ନାହିଁ। ଏହା ବ୍ୟତୀତ ତାଙ୍କର କୌଣସି ଅପରାଧିକ ଇତିହାସ ମଧ୍ୟ ନଥିଲା। ଏହି ଯୁକ୍ତି ସହିତ ସେ ମୃତ୍ୟୁଦଣ୍ଡ ଦେବାକୁ ମନା କରିଦେଇଥିଲେ।
Published by: Lipina Das
First published: October 14, 2021, 2:34 PM IST