ନିଜସ୍ୱ ଇଣ୍ଟରନେଟ୍ ସେବା ଯୋଗାଇବାରେ ସମଗ୍ର ଦେଶରେ କେରଳ ପ୍ରଥମ
News 18 Odia Digital
ନୂଆଦିଲ୍ଲୀ; ଇଣ୍ଟରନେଟ ସେବା କ୍ଷେତ୍ରରେ କେରଳକୁ ବଡ଼ ସଫଳତା ମିଳିଛି । ନିଜସ୍ୱ ଇଣ୍ଟରନେଟ ସେବା ପାଇଁ ଏବେ କେରଳକୁ ନେଇ ସବୁଠି ଚର୍ଚ୍ଚା । ଇଣ୍ଟରନେଟ ପ୍ରଦାନକାରୀ ଲାଇସେନ୍ସ ମିଳିଛି କେରଳକୁ । ଫାଇବର ଅଫିକ୍ଟ ନେଟୱାର୍କକୁ ଦୂରସଞ୍ଚାର ବିଭାଗରୁ ଲାଇସେନ୍ସ ମିଳିଛି । ନିଜସ୍ୱ ଇଣ୍ଟରନେଟ୍ ସେବାକୁ ନେଇ କେରଳ ମୁଖ୍ୟମନ୍ତ୍ରୀ ପି ଭିଜୟନ ବେସ୍ ଖୁସି ଅଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟ ମାଧ୍ୟମରେ କହିଛନ୍ତି ଯେ, କେରଳ ହେଉଛି ଦେଶର ପ୍ରଥମ ରାଜ୍ୟ ଯିଏ ଇଣ୍ଟରନେଟ୍ ସୁବିଧା ନିଜେ ଆରମ୍ଭ କରିପାରିଛି ।
୩୦ ହଜାର ସରକାରୀ ଅଫିସକୁ ଫ୍ରି ୱାଇଫାଇ ସମେତ ବିପିଏଲ ପରିବାରକୁ ମଧ୍ୟ ଇଣ୍ଟରନେଟ ସେବା ଯୋଗାଇବାକୁ କେଏଫଓଏନ ଯୋଜନା କରିଛି । କେରଳ ସରକାର ୧,୫୪୮ କୋଟି ଟଙ୍କା ଫାଇବର ଅପ୍ଟିକ ନେଟୱାର୍କ ଯୋଜନାକୁ ଅନୁମୋଦନ କରିଛନ୍ତି । ଏହି ଯୋଜନା ଅଧୀନରେ ପ୍ରାୟ ୨୦ ଲକ୍ଷ ଗରିବ ପରିବାରକୁ ମାଗଣା ହାଇ ସ୍ପିଡ୍ ଇଣ୍ଟରନେଟ୍ ସଂଯୋଗ ଦିଆଯିବ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।