ଏକ ମୁସଲିମ ଭାବେ ଜନ୍ମ ହୋଇ ମଧ୍ୟ ବଞ୍ଚୁଛନ୍ତି ଏକ ଯୋଗୀର ଜୀବନ; କେରଳର ଏହି ସମାଜ ସୁଧାରକଙ୍କୁ ମଳିବ ପଦ୍ମଭୂଷଣ

କେରଳର ତିଭେନ୍ଦ୍ରମରେ ଏକ ମଧ୍ୟମଧରଣର ମୁସଲିମ ପରିବାରରେ ଜନ୍ମଗ୍ରହଣ କରିଥିବାବେଳେ ପ୍ରଥମରୁ ଟିକେ ଅଲଗା ହେବା ସହ ଆଧ୍ୟାତ୍ମିକତା ପ୍ରତି ଆକର୍ଷିତ ହୋଇଥିଲେ ।

ଏକ ମୁସଲିମ ଭାବେ ଜନ୍ମ ହୋଇ ମଧ୍ୟ ବଞ୍ଚୁଛନ୍ତି ଏକ ଯୋଗୀର ଜୀବନ; କେରଳର ଏହି ସମାଜ ସୁଧାରକଙ୍କୁ ମଳିବ ପଦ୍ମଭୂଷଣ
ଆଧ୍ୟାତ୍ମିକ ଗୁରୁ ଶ୍ରୀ ଏମ୍.
  • News18 Odia
  • Last Updated: January 27, 2020, 5:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଥିରୁଅନନ୍ତପୁରମ: ଆଧ୍ୟାତ୍ମିକ ଗୁରୁ ଶ୍ରୀ ଏମ୍ ନିଜର ଅସାଧାରଣ ବ୍ୟକ୍ତିତ୍ବ ଏବଂ ସ୍ପଷ୍ଟତା ପାଇଁ ବିରୋଧର ସାମ୍ନା କରୁଥିବାବେଳେ ମୂଳ ରୁପରେ ଜଣେ ଯୋଗୀ, ଯାହାଙ୍କ ଆଧ୍ୟାତ୍ମିକ ମିଶନ ପାଇଁ ତାଙ୍କୁ ପଦ୍ମଭୁଷଣ ସମ୍ମାନରେ ସମ୍ମାନିତ କରାଯିବାକୁ ଚୟନ କରାଯାଇଛି । କେରଳରେ ଏକ ଗୃହସ୍ଥ ଜୀବନ ବିତାଉଥିବା ଏହି ଯୋଗୀ ଜଣଙ୍କ ଜଣେ ସମାଜ ସୁଧାରକ ଭାବେ ପ୍ରସିଦ୍ଧି ଲାଭ କରିଛନ୍ତି ।

ସେ ସତସଙ୍ଗ ଫାଉଣ୍ଡେଶନର ସ୍ଥାପନ କରିଥିବାବେଳେ ମଦନପଲ୍ଲୀରେ ଏକ ବିଦ୍ୟାଳୟ ଚଳାଉଛନ୍ତି । ସେ ଜଣେ ସଫଳ ଲେଖକ ହୋଇଥିବାବେଳେ ବହୁସ୍ଥାନ ଭ୍ରମଣ କରି ଭାରତର ଐତିହାସିକ ଓ ପ୍ରାଚୀନ ଭାରତ ସମ୍ପର୍କରେ ବ୍ୟାଖ୍ୟା କରିଥାନ୍ତି। ତାଙ୍କ ମତରେ ଆଧ୍ୟାତ୍ମିକତା ସମସ୍ତ ବ୍ୟକ୍ତି ସେ ଯେ କୌଣସି ଜାତି ଏବଂ ପନ୍ଥର ହେଉନା କାହିଁକି ତାକୁ ସଶକ୍ତ କରିଥାଏ । ଏହାଦ୍ବାରା ତାଙ୍କୁ ଅସୀମ ଶକ୍ତି ଏବଂ ଅସୀମିତ ଜ୍ଞାନ ମିଳିଥାଏ ଫଳରେ ଜଣେ ବ୍ୟକ୍ତିକୁ ସ୍ଥାୟୀ ଶୁଖ ମିଳିଥାଏ । ଶ୍ରୀ ଏମ୍. ନିଜ କଥାରେ ଆଧ୍ୟାତ୍ମିକତାକୁ ଦୈନନ୍ଦିନ ଜୀବନରେ କିପରି ଯୋଡ଼ାଯାଇପାରିବ ସେ ସମ୍ପର୍କରେ କହିଥାନ୍ତି । ତାଙ୍କର ସନ୍ଦେଶ ସହଜ, ସରଳ ହେବା ସହ ସାମାଜିକ ପ୍ରତିବଦ୍ଧତା ସହିତ ବ୍ୟକ୍ତିର ମାନସିକ ଏବଂ ଆଧ୍ୟାତ୍ମିକ ବିକାଶ କରିଥାଏ ।

କେରଳର ତିଭେନ୍ଦ୍ରମରେ ଏକ ମଧ୍ୟମଧରଣର ମୁସଲିମ ପରିବାରରେ ଜନ୍ମଗ୍ରହଣ କରିଥିବାବେଳେ ପ୍ରଥମରୁ ଟିକେ ଅଲଗା ହେବା ସହ ଆଧ୍ୟାତ୍ମିକତା ପ୍ରତି ଆକର୍ଷିତ ହୋଇଥିଲେ । ଜଣେ ଋଷିଙ୍କ କୁଡ଼ିଆରେ ବୈଠକ ପରେ ତାଙ୍କର ଆଧ୍ୟାତ୍ମିକ କ୍ଷମତା ବଢ଼ିବା ସହ ସେ ଏହାର ସନ୍ଧାନ ଲାଗି ଏକ ନୂଆ ଉଦ୍ଦେଶ୍ୟ ପାଇଯାଇଥିଲେ ।

ଜଣେ ଯୁବା ଭାବେ ସେ ସହର ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ପ୍ରବୃଦ୍ଧ ବ୍ୟକ୍ତିମାନଙ୍କୁ ଭେଟୁଥିଲେ । ଅସ୍ତିତ୍ବ ଓ ସତ୍ୟ ସମ୍ପର୍କରେ ଜାଣିବା ପାଇଁ ଏତେ ବ୍ୟଗ୍ର ହୋଇଗଲେ ଯେ, ୧୯ ବର୍ଷ ବୟସରେ ତାଙ୍କର ଘରେ ରହିବା କଠିନ ହୋଇଯାଇଥିଲା ।

ସେ ହିମାଳୟ ଚାଲିଯାଇଥିବାବେଳେ କୌଣସି ପୂର୍ବ ଯୋଜନା କରିନଥିବାରୁ ଏଣେତେଣେ ପବିତ୍ର ସ୍ଥାନ ଗୁଡ଼ିକ ବୁଲିବାକୁ ଲାଗିଥିଲେ। ବଦ୍ରିନାଥର ବ୍ୟାସ ଗୁମ୍ଫାରେ ସେ ତାଙ୍କର ଗୁରୁ ମହେଶ୍ବରନାଥ ବାବାଜୀଙ୍କୁ ଭେଟିଥିଲେ ।

ସେବେଠାରୁ ତାଙ୍କର  ଜୀବନ ଆତ୍ମାକୁ ଖୋଜିବାର ଏକ ଯାତ୍ରା ଥିଲା ଯାହା ତାଙ୍କର ପ୍ରବୃଦ୍ଧ ଗୁରୁ ନିର୍ଦ୍ଦେଶ ଦେଇଥିଲେ । ହିମାଳୟରେ ଜଣେ ଶିଷ୍ୟ ଭାବେ ବିତାଇଥିବା ତାଙ୍କର ଆତ୍ମଜୀବନୀକୁ ଏକ ପୁସ୍ତକ ଯାହାର ନାମ ‘‘ହିମାଳୟାନ ମାଷ୍ଟର: ଜଣେ ଯୋଗୀର ଆତ୍ମକଥା’’ ଭାବେ ପ୍ରକାଶ ପାଇଛି । ଏହି ଆତ୍ମକଥାର ସଫଳ ହେବା ଏବଂ ଲୋକପ୍ରିୟତା ପାଇବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ କାରଣ ଶ୍ରୀ ଏମ୍. ହିମାଳୟରେ ଆଧ୍ୟାତ୍ମିକତାର ଅନୁସନ୍ଧାନ ଏହାର ରସ୍ୟଜନକ ତଥ୍ୟ ଉପସ୍ଥାପନ କରାଯାଇଛି ମାତ୍ର ଏସବୁ ତର୍କସଙ୍ଗତ ବିଚାର ଏବଂ ସ୍ଥରୀକୃତ ମାନଦଣ୍ଡରେ ତର୍କହୀନ ଲାଗିଥାଏ ।

ସେ କେତେକ ବହି ଲେଖିଛନ୍ତି ଯେଉଁଥିରେ ଇଶା ଉପନିଷଦ ଉପରେ ଏକ ଟିକା ଲେଖିଛନ୍ତି ‘‘ ଅନ୍ ମେଡିଟେସନ‘‘ । ଏହା ଛଡ଼ା ସେ ଆଉ ଏକ ଉପନ୍ୟାସ ଲେଖିଛନ୍ତି ‘ଶୂନ୍ୟ’ ନାମରେ । ତାଙ୍କର ଲେଖା ଗୁଡ଼ିକ ସହଜ ଏବଂ ସ୍ପଷ୍ଟ ହୋଇଥିବାରୁ ପାଠକଙ୍କ ହୃଦୟକୁ ତୁରନ୍ତ ଛୁଇଁଥାଏ ।

ତାଙ୍କର ଆଧ୍ୟାତ୍ମିକ ଜୀବନର ଏକ ମୁଖ୍ୟ ବିନ୍ଦୁ ଥିଲା ଓ୍ବାକ ଅଫ ହୋପ ଯାହା ୧୨ ଜାନୁଆରୀ ୨୦୧୫ରେ ସ୍ବାମୀ ବିବେକାନନ୍ଦ ଜନ୍ମ ଶତାବ୍ଦୀରେ ଆରମ୍ଭ ହୋଇଥିଲା ଏବଂ ଜାମୁଠାରେ ୨୯ ଏପ୍ରିଲ ୨୦୧୬ରେ ସମାପ୍ତ ହୋଇଥିଲା । ଏହି  ୧୬ ମାସର ଯାତ୍ରା ସମୟରେ ଶ୍ରୀ ଅନେକ ସ୍ବେଚ୍ଛାସେବୀ  ଏବଂ ଉତ୍ସାହୀ ସମର୍ଥକମାନଙ୍କୁ ନେଇ ୭,୫୦୦ କିଲୋମିଟର ଦୀର୍ଘ ପଦଯାତ୍ରା କରିଥିଲେ । ଏହାକୁ ମାନବ ଏକତା ମିଶନ ଦିଆାଯାଇଥିଲା । ଏହି ଟିମ୍ ଦେଶର ୧୧ ରାଜ୍ୟର ଭିନ୍ନ ଭିନ୍ନ ପରିଦୃଶ୍ୟ ସମ୍ପର୍କରେ ଖୋଜ ଖବର ନେଇଥିଲା । ଶ୍ରୀ ଏମ୍. ଭାବନାତ୍ମକ ରୁପରେ ବିଭିନ୍ନ ଧର୍ମର ଲୋକଙ୍କର ସାମାଜିକ ଏବଂ ଆର୍ଥିକ ସ୍ଥିତି ଏବଂ ଗ୍ରାମୀଣ ତଥା ସହରରେ ରହୁଥିବା ଲୋକଙ୍କୁ ସାଙ୍ଗରେ ଆରିପାରିଥିଲେ ।

ଏଭଳି ବ୍ୟକ୍ତିତ୍ବଙ୍କୁ ପଦ୍ମ ଭୁଷଣ ଉପାଧିରେ ସମ୍ମାନିତ କରି ତାଙ୍କର କାମ ପ୍ରତି ସମ୍ମାନ ଜଣାଯାଇଛି । ନିଜର ବକ୍ତବ୍ୟ ଶୈଳୀ ଦ୍ବାରା ଶ୍ରୀ ଏମ. ଏହା ଜଣାଇଦେଇଛନ୍ତି ଯେ, ଭଗବାନ ସରଳତା ଏବଂ ସହଜତାର ବିଶ୍ବାସ କରିଥାନ୍ତି ।
First published: January 27, 2020, 5:46 PM IST
corona virus btn
corona virus btn
Loading