କେରଳରେ ବଡ଼ ଧରଣର ସଡ଼କ ଦୁର୍ଘଟଣା; ୨ଟି ବସ୍ ଧକ୍କାରେ ୯ ଜଣଙ୍କ ମୃତ୍ୟୁ, ୪୦ ଆହତ

Road Accident in Kerala: କେରଳର ପଲକ୍କଡ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ୨ଟି ବସ୍ ଧକ୍କାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୦ ଜଣ ଆହତ ହୋଇଛନ୍ତି।

କେରଳରେ ବଡ଼ ଧରଣର ସଡ଼କ ଦୁର୍ଘଟଣା

କେରଳରେ ବଡ଼ ଧରଣର ସଡ଼କ ଦୁର୍ଘଟଣା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

କେରଳ: କେରଳରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପଲକ୍କଡ ଜିଲ୍ଲାରେ ୨ଟି ବସ ଧକ୍କାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯେଉଁଠାରେ ଅନେକ ଲୋକଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଏ। ମୃତକଙ୍କ ମଧ୍ୟରେ KSRTC ବସ୍‌ରେ ପାଞ୍ଚ ଜଣ ଛାତ୍ର, ଜଣେ ଶିକ୍ଷକ ଓ ତିନି ଜଣ ଯାତ୍ରୀ ଅଛନ୍ତି।

ସୂଚନାନୁସାରେ, ବୁଧବାର ରାତିରେ ପଲକ୍କଡାର ୱଡକ୍କନଚେରୀ ନିକଟ ମଙ୍ଗଲମ୍ ଠାରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଟୁରିଷ୍ଟ ବସ୍ କେରଳ ରାଜ୍ୟ ସଡ଼କ ପରିବହନ ନିଗମ (KSRTC) ବସକୁ ପଛପଟୁ ଧକ୍କା ଦେଇଥିଲା।



ଧକ୍କା ହେବା ପରେ ବସଟି ରାସ୍ତା ତଳକୁ ଖସିପଡିଥିଲା। ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ। ପ୍ରାୟ ୪୦ ଜଣ ଆହତ ଲୋକଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ରାଜ୍ୟ ମନ୍ତ୍ରୀ ଏମବି ରାଜେଶ କହିଛନ୍ତି ଯେ ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି, କିନ୍ତୁ ସେମାନେ ବିପଦରୁ ବାହାରିଥିବା କୁହାଯାଉଛି। ବର୍ତ୍ତମାନ, ଏହି ବିଷୟରେ ଅଧିକ ସୂଚନା ଆସିବା ବାକି ଅଛି। ଜାତୀୟ ଏନଏଚ ୫୪୪ରେ ଏହି ଦୁର୍ଘଟଣା ଘଟିଛି।
Published by:Lipina Das
First published: