କେଜ୍ରିୱାଲଙ୍କୁ କଟାକ୍ଷ କଲେ ଧର୍ମେନ୍ଦ୍ର; କହିଲେ କିଛି ଲୋକ ଅଛନ୍ତି 'ବୟାନ ବାହାଦୂର'
- News18 Odia
- Last Updated :
News 18 Odia Digital
ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲଙ୍କୁ କଟାକ୍ଷ କରି କହିଛନ୍ତି କିଛି ଲୋକ ଅଛନ୍ତି 'ବୟାନ ବାହାଦୂର'। କିଛି ଦିନ ତଳେ ଅରବିନ୍ଦ କେଜ୍ରିୱାଲ ଲେଖିଥିଲେ ଯେ ‘‘ଦେଶର ୮୦% ରୁ ଅଧିକ ସରକାରୀ ବିଦ୍ୟାଳୟ ଖରାପ। ଯାହାକୁ ଆଧାର କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘‘ମୁଁ ଏହି ଭଳି ବିବୃତ୍ତିକୁ ନିନ୍ଦା କରୁଛି। ସେ ଦିଲ୍ଲୀରେ କ୍ଷମତାକୁ ଆସିବା ପରଠାରୁ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ହ୍ରାସ ପାଇଛି।’’
ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ପିଏମ-ଶ୍ରୀ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିବାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। କେନ୍ଦ୍ରିୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଲୟ ସମେତ ୧୪ ହଜାରରୁ ଅଧିକ ବିଦ୍ୟାଳୟକୁ ପିଏମ-ଶ୍ରୀ ବିଦ୍ୟାଳୟ ଅଧୀନରେ ଅଣାଯିବ ଓ ଏହାର ବିକାଶ କରାଯିବ।
ଏହାପୂର୍ବରୁ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ନିଟ୍ (NEET) ଓ ଜେଇଇ (JEE) ପରୀକ୍ଷା ସିୟୁଇଟି (CUET) ସହିତ ମିଶ୍ରଣ ହେବ ନାହିଁ। ସେ କହିଥିଲେ ଯେ ଏହି ପ୍ରବେଶିକା ପରୀକ୍ଷା ମିଶ୍ରଣ ପାଇଁ ସେପରି କୌଣସି ପ୍ରସ୍ତାବ ଉପରେ ମଧ୍ୟ ବିଚାର କରାଯାଉ ନାହିଁ। ଏଭଳି ପରିସ୍ଥିତିରେ ଛାତ୍ରମାନେ କୌଣସି ଚାପ ବିନା ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଉଚିତ୍।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।