ବସ ଡ୍ରାଇଭରମାନେ ସାବଧାନ! ମହିଳା ଯାତ୍ରୀଙ୍କ ପାଇଁ ବସ ନ ଅଟକାଇଲେ ଯିବେ ଜେଲ

ସରକାରଙ୍କ ନିର୍ଦ୍ଦେଶ । ଏଣିକି ମହିଳା ଯାତ୍ରୀଙ୍କ ପାଇଁ ବସ ନ ରଖିଲେ ବସ କର୍ମଚାରୀଙ୍କ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।

 ନିଆଯିବ କାର୍ଯ୍ୟାନୁଷ୍ଠାନ

ନିଆଯିବ କାର୍ଯ୍ୟାନୁଷ୍ଠାନ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ଏଣିକି ବସରେ ଯାତ୍ରା କରିବା ପାଇଁ ଅପେକ୍ଷା କରିଥିବା ମହିଳାମାନଙ୍କ ପାଇଁ ବସ ଡ୍ରାଇଭର ଗାଡ଼ି ନଅଟକାଇଲେ ହେବ କାର୍ଯ୍ଯାନୁଷ୍ଠାନ। ଏନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର । ବସ ଡ୍ରାଇଭର ସମେତ ବସ କର୍ମଚାରୀମାନେ ଏବାବାଦରେ ସଚେତନ ହେବା ପାଇଁ ନିଜେ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ଭିଡ଼ିଓ ଟ୍ୱିଟ କରିଛନ୍ତି ।

କେଜ୍ରିୱାଲ ବସ୍ ଷ୍ଟାଣ୍ଡରେ ଠିଆ ହୋଇଥିବା ମହିଳା ଯାତ୍ରୀଙ୍କ ପାଇଁ ବସ୍ ଅଟକୁ ନଥିବା ଏକ ଭିଡିଓ ମଧ୍ୟ ଟ୍ୱିଟରରେ ସେୟାର କରିଛନ୍ତି । ଭିଡ଼ିଓ ସେୟାର କରି କେଜ୍ରିୱାଲ ଲେଖିଛନ୍ତି, ଦିଲ୍ଲୀରେ ମହିଳାମାନଙ୍କ ପାଇଁ ବସ ଭଡ଼ା ମାଗଣା ଥିବାରୁ ରାସ୍ତାରେ ସେମାନଙ୍କୁ ଦେଖିଲେ ବସ ଡ୍ରାଇଭର ଗାଡ଼ି ରଖନ୍ତି ନାହିଁ । କିଛି ଡ୍ରାଇଭର ମହିଳାଙ୍କୁ ଦେଖିଲା ମାତ୍ରେ ବସକୁ ଅଟକାଉ ନାହାଁନ୍ତି ବୋଲି ଅଭିଯୋଗ ରହିଛି। ଏହାକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଏଭଳି ବସ୍ ଡ୍ରାଇଭରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହି ଟ୍ୱିଟର କିଛି ସମୟ ପରେ କୈଳାଶ ଗେହଲୋଟ୍ ଆଉ ଏକ ଟୁଇଟ୍ କରିଛନ୍ତି ଯେଉଁଥିରେ ସେ ଡ୍ରାଇଭରଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, 'ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଡ୍ରାଇଭରଙ୍କୁ ବଦଳାଇ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଡ୍ୟୁଟିରୁ ହଟାଇ ଦିଆଯାଇଛି। ଡ୍ରାଇଭର ଓ ଅନ୍ୟ କର୍ମଚାରୀଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଅନ୍ୟ ଏକ ଟ୍ୱିଟରେ କହିଛନ୍ତି, 'ମୁଁ ସମସ୍ତ ଡ୍ରାଇଭର ଭାଇ ଓ ଭଉଣୀମାନଙ୍କୁ ନିବେଦନ କରିଛି ଯେ ବସ୍ ଷ୍ଟାଣ୍ଡରେ ରଖନ୍ତୁ। ଅଭିଯୋଗ ଅନୁସାରେ, କିଛି ଡ୍ରାଇଭର ମହିଳାଙ୍କୁ ଦେଖିବା ପାଇଁ ବସ୍ ରଖନ୍ତି ନାହିଁ। ଏହା ଠିକ୍ ନୁହେଁ ।'
Published by:Soumya Das
First published: