କେନ୍ଦ୍ର ସରକାରଙ୍କ ତାଗିଦ୍ ପରେ ଯମୁନା ନଦୀର ସ୍ୱଚ୍ଛତା ପାଇଁ ଶୀଘ୍ର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ CM

ଦିଲ୍ଲୀର ଜଳ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ଦିଲ୍ଲୀ ଜଳ ବୋର୍ଡର ଅଧିକାରୀଙ୍କ ସହ ୨୪ ଘଣ୍ଟିଆ ଜଳ ଯୋଗାଣ ଯୋଜନାର କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ସତ୍ୟେନ୍ଦ୍ର କହିଛନ୍ତି ଯେ ତିନି ବର୍ଷ ମଧ୍ୟରେ ଏସ.ଟି.ପି. ନବୀକରଣ ସହିତ ଯୁଦ୍ଧ ସ୍ତରରେ ଯମୁନା ନଦୀର ସଫା କରାଯିବ।

ଯମୁନା ନଦୀର ସ୍ୱଚ୍ଛତା ପାଇଁ ଶୀଘ୍ର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ CM

ଯମୁନା ନଦୀର ସ୍ୱଚ୍ଛତା ପାଇଁ ଶୀଘ୍ର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ CM

  • Share this:
News18 Odia Digital

ନୂଆ ଦିଲ୍ଲୀ: କେନ୍ଦ୍ର ସରକାରଙ୍କ କଠୋରତା ପରେ ବର୍ତ୍ତମାନ ଦିଲ୍ଲୀ ସରକାର ଯମୁନା ନଦୀର ସ୍ୱଚ୍ଛତା ପାଇଁ ଶୀଘ୍ର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ଜଳ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ଜଳ ବୋର୍ଡର ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୩ ବର୍ଷ ମଧ୍ୟରେ ଯମୁନା ସଫା କରିବା କାର୍ଯ୍ୟ ଶେଷ ହେବା ଉଚିତ୍ ବୋଲି ମନ୍ତ୍ରୀ ଦିଲ୍ଲୀ ଜଳ ବୋର୍ଡ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀର ଜଳ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ଦିଲ୍ଲୀ ଜଳ ବୋର୍ଡର ଅଧିକାରୀଙ୍କ ସହ ୨୪ ଘଣ୍ଟିଆ ଜଳ ଯୋଗାଣ ଯୋଜନାର କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ସତ୍ୟେନ୍ଦ୍ର କହିଛନ୍ତି ଯେ ତିନି ବର୍ଷ ମଧ୍ୟରେ ଏସ.ଟି.ପି. ନବୀକରଣ ସହିତ ଯୁଦ୍ଧ ସ୍ତରରେ ଯମୁନା ନଦୀର ସଫା କରାଯିବ।

ନିକଟରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱାତଙ୍କ ତରଫରୁ ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦ୍ବାରା ଯମୁନାର ସ୍ୱଚ୍ଛତା ସମ୍ପର୍କରେ ୧୩ଟି ପ୍ରକଳ୍ପ ବିଳମ୍ବରେ ଚାଲିଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥି ସହିତ ଏହା ମଧ୍ୟ କୁହାଯାଇଥିଲା ଯେ ଯମୁନା ସଫା କରିବା ପାଇଁ ପ୍ରସ୍ତୁତ ପ୍ରକଳ୍ପରେ ଶୀଘ୍ର କାର୍ଯ୍ୟ କରାଯାଉ ନାହିଁ।

ଏହି ଚିଠି ପରେ ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଜଳ ବୋର୍ଡର ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରି ସମସ୍ତ ପ୍ରକଳ୍ପର ଶୀଘ୍ର କାର୍ଯ୍ୟ କରିବା ଉଚିତ୍ ଓ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହା ବ୍ୟତୀତ ସେ ଆସନ୍ତା ଗ୍ରୀଷ୍ମ ଋତୁରେ ୨୪ ଘଣ୍ଟା ଜଳ ଯୋଗାଣ ନିଶ୍ଚିତ କରିବାକୁ ରାଜଧାନୀରେ ନିର୍ମିତ ଅତ୍ୟାଧୁନିକ କୂଅ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।

ଜଳ ମନ୍ତ୍ରୀ କହିଛନ୍ତି ଯେ ବିଶେଷଜ୍ଞଙ୍କ ଦ୍ବାରା ଏହି କାର୍ଯ୍ୟଗୁଡିକ ଅସମ୍ଭବ ବୋଲି କୁହାଯାଏ, କିନ୍ତୁ ସୃଜନଶୀଳତା ଓ ନିଷ୍ଠା ସହିତ ଆମେ ଆମର ପ୍ରତିବଦ୍ଧତା ପୂରଣ କରିବୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାରୀ ବିଭାଗଗୁଡ଼ିକ ଶିକ୍ଷଣ ଜାରି ରଖିବା ଅତ୍ୟନ୍ତ ଜରୁରୀ, କାରଣ ଏହା ସୃଜନଶୀଳତା ବଢ଼ାଇଥାଏ ଓ ଜନସାଧାରଣଙ୍କ ଟଙ୍କା ମଧ୍ୟ ସଞ୍ଚୟ କରିଥାଏ।

ଏହି ବୈଠକରେ ଦିଲ୍ଲୀ ଜଳ ବୋର୍ଡର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ, ଯେଉଁମାନେ ଏସ.ଟି.ପି.ଗୁଡ଼ିକର ବୃଦ୍ଧି ଓ ଡୋଜିଂ ଭଳି ବିଭିନ୍ନ ପ୍ରସଙ୍ଗ ରଖିଥିଲେ, ଯାହା ଏସ.ଟି.ପି. ମାନଙ୍କର କ୍ଷମତା ବଢ଼ାଇବ। ସେ କହିଛନ୍ତି ଯେ ସମୟ ପୂର୍ବରୁ ଓ କମ୍ ମୂଲ୍ୟରେ ଏସ.ଟି.ପି. କାର୍ଯ୍ୟ ଶେଷ ହେଉଛି।

ଦିଲ୍ଲୀ ଜଳ ବୋର୍ଡ (ଡିଜେବି) ଅଧିକାରୀମାନେ ମଧ୍ୟ କହିଛନ୍ତି ଯେ ଜଳ ଅମଳ କୂଅ ପାଇଁ ସମସ୍ତ ବୋରିଂ କାର୍ଯ୍ୟ ଚଳିତ ବର୍ଷ ଶେଷ ସୁଦ୍ଧା ଶେଷ ହେବ। ଜଳ ମନ୍ତ୍ରୀ ସତ୍ୟେନ୍ଦ୍ର କହିଛନ୍ତି ଯେ ଆସନ୍ତା ଗ୍ରୀଷ୍ମ ଋତୁ ପର୍ଯ୍ୟନ୍ତ ଦିଲ୍ଲୀରେ ୨୪ ଘଣ୍ଟା ଜଳ ଯୋଗାଣ ହେବ, ଯେଉଁଥିରେ ସମ୍ପୃକ୍ତ ସମସ୍ତ ବିଭାଗ ସେମାନଙ୍କର ଶତ ପ୍ରତିଶତ ସହଯୋଗ କରିବେ।

PWD, ଦିଲ୍ଲୀ ଜଳ ବୋର୍ଡ ଓ DSIIDC ବିଭିନ୍ନ ସ୍ତରରେ ଏହି ଦୁଇଟି ପ୍ରକଳ୍ପରେ ଜଡ଼ିତ । ଏହି ତିନୋଟି ବିଭାଗ ଜଳମନ୍ତ୍ରୀ ସତ୍ୟେନ୍ଦ୍ରଙ୍କ ନିର୍ଦ୍ଦେଶରେ ଏହି ପ୍ରକଳ୍ପଗୁଡ଼ିକୁ ଏକ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ କାର୍ଯ୍ୟ କରୁଛନ୍ତି।

ସତ୍ୟେନ୍ଦ୍ର ମଧ୍ୟ ପ୍ରଶାସନ ଓ ସରକାରୀ ବିଭାଗ ପାଇଁ ଶିକ୍ଷାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି, ଯାହାକି ନୂଆ କାର୍ଯ୍ୟ କରିବାର ଉପାୟ ଖୋଜିବାରେ ସହାୟକ ହେବ। ଏହା ସହିତ ଜନସାଧାରଣଙ୍କ ଟଙ୍କା ଓ ସମୟ ମଧ୍ୟ ସଞ୍ଚୟ ହେବ ।
Published by:Lipina Das
First published: