କ୍ୟାଟ୍ରିନା କୈଫ ଓ ବିକ୍କି କୌଶଲ (ପ୍ରତୀକାତ୍ମକ ଛବି) News18 Odia Digital
ସୋସିଆଲ ମିଡ଼ିଆ ମାଧ୍ୟମରେ ଅଭିନେତା କ୍ୟାଟ୍ରିନା କୈଫ ଓ ବିକ୍କି କୌଶଲଙ୍କୁ ହତ୍ୟା ଧମକ ମିଳିଛି। ଏନେଇ ସାନ୍ତାକ୍ରୁଜ ପୋଲିସ ଷ୍ଟେସନରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।
ଇଷ୍ଟାନଗ୍ରାମରେ ଅଭିନେତା ଦମ୍ପତିଙ୍କୁ ଏହି ଧମକ ମିଳିଛି। ଉପଭୋକ୍ତା ଏହି ଧମକ ଦେବା ପାଇଁ ଏକ ଅଜ୍ଞାତ ଆକାଉଣ୍ଟ ବ୍ୟବହାର କରିଥିଲେ, ଯାହା ବର୍ତ୍ତମାନ ଯାଞ୍ଚ କରାଯାଉଛି। ଉପଭୋକ୍ତାଙ୍କର IP ଠିକଣା ଟ୍ରାକ୍ କରାଯାଉଛି। ବର୍ତ୍ତମାନ ସୁଦ୍ଧା, ଅଜ୍ଞାତ ବ୍ୟକ୍ତି ବିରୋଧରେ ଏକ ମାମଲା ରୁଜୁ ହୋଇଛି। ନିକଟରେ ବିକ୍କି କୌଶଲ ଓ କ୍ୟାଟ୍ରିନା କୈଫ ମାଲଦ୍ୱୀପ ଯାତ୍ରାକୁ ଫେରିଛନ୍ତି।
ଜୁନ୍ ୨୦୨୨ ରେ ସଲମାନ ଖାନ ଓ ତାଙ୍କ ପିତା ସଲିମ ଖାନଙ୍କୁ ଏକ ଚିଠି ମାଧ୍ୟମରେ ମୃତ୍ୟୁ ଧମକ ମିଳିଥିଲା। ଏଥିରେ ଲେଖାଥିଲା ଯେ, ଗାୟକ ସିଦ୍ଧୁ ମୋସେୱାଲାଙ୍କ ପରି ତମର ଅବସ୍ଥା ହେବ। ଏହି ଚିଠି ପରେ ସଲମାନଙ୍କ ସୁରକ୍ଷାକୁ ବୃଦ୍ଧି କରାଯାଇଛି। ସୁରକ୍ଷା ପାଇଁ ସେ ବନ୍ଧୁକର ଲାଇସେନ୍ସ ପାଇଁ ମଧ୍ୟ ଆବେଦନ କରିଥିବା ଜଣାଯାଇଛି।
Published by: Soumya Das
First published: July 25, 2022, 13:57 IST
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।