କାଶ୍ମୀରର ଏକ ଗାଁ ସାଜିଛି ସବୁଜ ପନିପରିବାର ହବ୍, ଦିନକୁ ୩୦୦୦ କେ.ଜି.ର ହେଉଛି କାକୁଡ଼ି ଉତ୍ପାଦନ

ଜୈବିକ ଚାଷର ଏକ ନୂତନ ଧାରା ଆପଣାଇ କାଶ୍ମୀରର କୁଲଗାମର ଚାଷୀ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ବର୍ଷ ସାରା ସବୁଜ ପନିପରିବା ଚାଷରେ ନିୟୋଜିତ ରୁହନ୍ତି ୨୦୦ ଜଣ ଚାଷୀ ।

କାଶ୍ମୀର ଘାଟିରେ ସବୁଜ ପନିପରିବା ଚାଷ

କାଶ୍ମୀର ଘାଟିରେ ସବୁଜ ପନିପରିବା ଚାଷ

  • Share this:
New18 Odia Digital

ଶ୍ରୀନଗର: ଦେଶର ସବୁ ଚାଷୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି କାଶ୍ମୀର ଘାଟିର ୱାନିଗୁଣ୍ଡ କୁଲଗାମର ଚାଷୀମାନେ, ଏମାନଙ୍କୁ ଜଣା ଅଛି ଜୈବିକ ଚାଷର ଏକ ନୂତନ ଧାରା । ଯାହା ଜରିଆରେ ଏହି ଛୋଟ ଗାଁରେ ପନିପରିବା ଖୁବ୍ ଚାଷ କରାଯାଉଛି, ଏହି ପ୍ରଣାଳୀ ପାଇଁ କାଶ୍ମୀର ଏକ ବଡ଼ ପନିପରିବାର ଉତ୍ପାଦନ କେନ୍ଦ୍ର ସାଜିଛି।

ଏହି ଗାଁରେ ରହୁଥିବା ପ୍ରାୟ ୨୦୦ ଜଣ କୃଷକ ବର୍ଷ ସାରା ସବୁଜ ପନିପରିବା ଚାଷରେ ନିୟୋଜିତ ରୁହନ୍ତି । ଦିନକୁ ପ୍ରାୟ ୩,୦୦୦ କିଲୋଗ୍ରାମ କାକୁଡ଼ି ଉତ୍ପାଦନ କରୁଛନ୍ତି ଚାଷୀ ।

ଗାଁ’ଟି କେବଳ ଜାମ୍ମୁ-କାଶ୍ମୀରର ସହରକୁ ନୁହେଁ ବରଂ ଭାରତର ଅନ୍ୟ ରାଜ୍ୟକୁ ମଧ୍ୟ ବହୁ ପରିମାଣର ସବୁଜ ପନିପରିବାର ରପ୍ତାନି କରୁଛି । ପନିପରିବାର ଉତ୍ପାଦନ କରୁଥିବା ଜଣେ କୃଷକ ଫାରୁକ୍ ଅହମ୍ମଦ ୱାନି କହିଛନ୍ତି ଯେ ଏହା ପୂର୍ବରୁ ସେ ଭାବୁଥିଲେ ସରକାରୀ ଚାକିରି କରିବା କଥା ଯାହା ତାଙ୍କ ପାଇଁ ଭଲ ହେବ, କିନ୍ତୁ ପରେ ସେ ଅନୁଭବ କଲେ ଯେ କୃଷି ଅନ୍ୟ କ୍ଷେତ୍ର ଅପେକ୍ଷା ଅଧିକ ପ୍ରଭାବଶାଳୀ।

କାଶ୍ମୀର ଘାଟିରେ ଜୈବିକ ଚାଷର ନୂତନ ଧାରା


ଅନ୍ୟ ଜଣେ ଚାଷୀ ଲତିଫ୍ ଅହମ୍ମଦ ୱାନୀ ଭିନ୍ନ ମତ ରଖି କହିଛନ୍ତି, ‘‘ପନିପରିବା ଉତ୍ପାଦକ ଯୋଜନା ମୋ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି । ପୂର୍ବରୁ ମୁଁ ଅନ୍ୟ ପନିପରିବା ଉତ୍ପାଦକମାନଙ୍କ ପାଇଁ ବିଶ୍ବାସଯୋଗ୍ୟ ଥିଲି ହେଲେ ବର୍ତ୍ତମାନ ଜିନିଷ ଗୁଡ଼ିକ ବଦଳି ଯାଇଛି । ଉପତ୍ୟକା ଦେଇ ତାଜା ପନିପରିବା ଅନ୍ୟ ରାଜ୍ୟକୁ ପଠାଇ ଭଲ ରୋଜଗାର କରୁଛି । ଏହା ଦ୍ବାରା ମୋ ପରିବାରର ଆର୍ଥିକ ସ୍ଥିତି ବର୍ତ୍ତମାନ ବହୁତ ଭଲ ହୋଇଯାଇଛି  ।’’

ଏଗି ଗାଁର ପ୍ରାୟ ୩୨ ହେକ୍ଟର ଜମିରେ କାକୁଡ଼ି, ଫୁଲକୋବି, ବନ୍ଧାକୋବି, ମୂଳା, ଓଲକୋବି, ବାଇଗଣ ଓ କଞ୍ଚା ଲଙ୍କା ଭଳି ବିଭିନ୍ନ ପନିପରିବା ଚାଷ କରାଯାଏ  ।

ବିଭିନ୍ନ ପନିପରିବା ଚାଷ କରୁଛନ୍ତି କାଶ୍ମୀରର କୁଲଗାମ ଚାଷୀ


କୁଲଗାମର ମୁଖ୍ୟ କୃଷି ଅଧିକାରୀ  ଫାରୁକ୍ ଅହମ୍ମଦ କହିଛନ୍ତି ଯେ ଏହି ଗାଁ ଦିନକୁ ୩,୦୦୦ କିଲୋଗ୍ରାମରୁ ଅଧିକ ପନିପରିବା ଉତ୍ପାଦନ କରୁଛି  । କୃଷି ବିଭାଗ କୃଷକମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଛି, ଯାହା ଦ୍ବାରା ଚାଷୀ ସଠିକ୍ ରୂପେ ପନିପରିବାର ଚାଷ କରିପାରିବେ  ।
Published by:Lipina Das
First published: